ଟ୍ରାଫିକ୍ ନିୟମକୁ ଫୁ; ରାସ୍ତାରେ ଦେଖାଇଲେ ଷ୍ଟଣ୍ଟ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମକୁ ବହୁତ କଡ଼ାକଡ଼ି କରାଯାଇଛି। ଏପରିକି ଆଇନ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି। ଅବଶ୍ୟ ରାଜ୍ୟରେ ତିନି ମାସ ପାଇଁ ଜୋରିମାନା ଆଦାୟକୁ କୋହଳ କରାଯାଇଛି। ଆଉ ଏହାର ଫାଇଦା ନେଇ ଓ ନିୟମକୁ ବେଖାତିର କରି ରାଉରକେଲାରେ କିଛି ଯୁବକ ଅତ୍ୟନ୍ତ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ […]

rourkela0

Tapaswini Nayak
  • Published: Friday, 11 October 2019
  • , Updated: 11 October 2019, 12:14 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମକୁ ବହୁତ କଡ଼ାକଡ଼ି କରାଯାଇଛି। ଏପରିକି ଆଇନ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି। ଅବଶ୍ୟ ରାଜ୍ୟରେ ତିନି ମାସ ପାଇଁ ଜୋରିମାନା ଆଦାୟକୁ କୋହଳ କରାଯାଇଛି। ଆଉ ଏହାର ଫାଇଦା ନେଇ ଓ ନିୟମକୁ ବେଖାତିର କରି ରାଉରକେଲାରେ କିଛି ଯୁବକ ଅତ୍ୟନ୍ତ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବାଇକ୍‌ରେ ତିନି ଜଣ ଯୁବକ ବିଏସ୍‌ଏନ୍‌ଏଲ୍ ଛକରୁ ମାଲଗୋଦାମ ରାସ୍ତା ମଧ୍ୟରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍‌ ଦେଖାଇଛନ୍ତି। ଜଣେ ଯୁବକ ଗାଡ଼ି ଚଲାଉ ଥିବା ବେଳେ ଅନ୍ୟ ଜଣେ ଗାଡ଼ି ପଛରେ ବସିଛି। ଆଉ ଜଣେ ଯୁବକ ଗାଡ଼ି ମଝିରେ ଠିଆ ହୋଇ ଦୁଇ ହାତ ହଲାଇ ରାସ୍ତା ମଝିରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍‌ ଦେଖାଉଛି।

ସୂଚନାଯୋଗ୍ୟ, ପୂର୍ବରୁ କିଛି ଯୁବକ ରାଉରକେଲାର ଏରୋଡ୍ରମ ନିକଟ ପଡ଼ିଆରେ ଷ୍ଟଣ୍ଟ୍‌ ଦେଖାଉଥିଲେ। କିନ୍ତୁ ଏବେ ବ୍ୟସ୍ତବହୁଳ ରାସ୍ତା ଉପରେ ଷ୍ଟଣ୍ଟ୍‌ କରୁଥିବା ଦେଖିବାକୁ ମିଳିଛି।

https://youtu.be/W77UkE0pkOU

Related story