ସୁକ୍‌ମା ଏନ୍‌କାଉଣ୍ଟର ବେଳେ ସୁଟ୍‌ ହେଉଥିଲା ଭିଡିଓ, ଜାରିକଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜଙ୍ଗଲରେ ହୋଇଥିଲା ଏନକାଉଣ୍ଟର। ଏହାର ଭିଡିଓ ଜାରି କଲା ସିପିଆଇ ନକ୍ସଲ ଦଣ୍ଡକାରଣ୍ୟ ସଂଗଠନ। ମୀନପା ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ଭିତରେ ହୋଇଥିବା ଏନ୍‌କାଉଣ୍ଟର ଓ ତା’ ପରବର୍ତ୍ତୀ ସମୟର ଚିତ୍ରକୁ ନେଇ ତିଆରି କରାଯାଇଥିବା ଭିଡ଼ିଓରେ ଦୁର୍ବଳ ହୋଇଆସୁଥିବା ନକ୍ସଲ ସଂଗଠନକୁ ପୁନର୍ଜୀବନ ଦେବାକୁ ଚେଷ୍ଟା କରାଯାଇଛି। ନୂଆ ଓ ପୁରୁଣା କ୍ଲିପକୁ ଏକାଠି କରି ତିଆରି ହୋଇଥିବା ୧୨ ମିନିଟ୍‌ର ଭିଡିଓରେ […]

naxal

naxal

Manoranjan Sial
  • Published: Monday, 25 May 2020
  • Updated: 25 May 2020, 05:49 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜଙ୍ଗଲରେ ହୋଇଥିଲା ଏନକାଉଣ୍ଟର। ଏହାର ଭିଡିଓ ଜାରି କଲା ସିପିଆଇ ନକ୍ସଲ ଦଣ୍ଡକାରଣ୍ୟ ସଂଗଠନ। ମୀନପା ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ଭିତରେ ହୋଇଥିବା ଏନ୍‌କାଉଣ୍ଟର ଓ ତା’ ପରବର୍ତ୍ତୀ ସମୟର ଚିତ୍ରକୁ ନେଇ ତିଆରି କରାଯାଇଥିବା ଭିଡ଼ିଓରେ ଦୁର୍ବଳ ହୋଇଆସୁଥିବା ନକ୍ସଲ ସଂଗଠନକୁ ପୁନର୍ଜୀବନ ଦେବାକୁ ଚେଷ୍ଟା କରାଯାଇଛି।

ନୂଆ ଓ ପୁରୁଣା କ୍ଲିପକୁ ଏକାଠି କରି ତିଆରି ହୋଇଥିବା ୧୨ ମିନିଟ୍‌ର ଭିଡିଓରେ ଏନ୍‌କାଉଣ୍ଟର ବେଳେ ଗୁଳି ବିନିମୟ ସହ ପରେ ସହିଦ ଯବାନଙ୍କ ମୃତଦେହ ପଡିଥିବାର ଦୃଶ୍ୟ ରହିଛି। ଏହା ପରେ ନକ୍ସଲ ସଂଘବଦ୍ଧ ହୋଇ ଶକ୍ତି ପ୍ରଦର୍ଶନ କରି ଶୋଭାଯାତ୍ରାରେ ଯାଉଥିବାର ଦୃଶ୍ୟ ମଧ୍ୟ ରହିଛି। ତା’ସହିତ ସହିଦ ପୁଲିସ ଓ ଯବାନଙ୍କଠାରୁ ନକ୍ସଲମାନେ ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ର ବି ପ୍ରଦର୍ଶିତ କରାଯାଇଛି। ଏହି ଭିଡ଼ିଓରେ ନକ୍ସଲ ଲୋକଙ୍କ ସହ ରହିଥିବା ଓ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରୁଥିବାର ସ୍ଲୋଗାନ ମଧ୍ୟ ରହିଛି। ଉକ୍ତ ଏନକାଉଣ୍ଟରରେ ୩ ଜଣ ନକ୍ସଲ ନେତା ନିହତ ହୋଇଥିବା ବେଳେ ୧୯ ଜଣ ଯବାନଙ୍କୁ ମାରି ଥିବା ଦାବି କରିଛି ନକ୍ସଲ ସଂଗଠନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos