ବିଜେଡି ଫୋକସ୍‌ରେ ପୁଣି ବିଧାନ ପରିଷଦ: ଏହି ସବୁ ନେତାଙ୍କୁ ଥଇଥାନ ଚକ୍କର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବାପରେ ବିଜେଡି ଫୋକସ୍‌ରେ ପୁଣି ବିଧାନ ପରିଷଦ। ଏହା ଭିତରେ ମୋଦି-ନବୀନ ସଂପର୍କ ଘନିଷ୍ଠ ହୋଇଥିବାରୁ ଏହାର ଫାଇଦା ଉଠାଇ ପାର୍ଲାମେଣ୍ଟରେ ଏ ସଂପର୍କିତ ବିଲ୍ ପାରିତ କରିବା ଚକ୍କରେ ରହିଛି ବିଜେଡି। ଏନେଇ ଦଳ ଭିତରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ହାରିଥିବା ଓ ଟିକଟରୁ ବଞ୍ଚିତ ହୋଇଥିବା ବହୁ ହେଭିୱେଟ୍‌ଙ୍କୁ ଥଇଥାନ ଲାଗି ବିଧାନ ପରିଷଦ ଗଠନ ବିଜେଡି ପାଇଁ ଏକ ପ୍ରକାର […]

bm

bm

Tapas Behera
  • Published: Thursday, 13 June 2019
  • Updated: 13 June 2019, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବାପରେ ବିଜେଡି ଫୋକସ୍‌ରେ ପୁଣି ବିଧାନ ପରିଷଦ। ଏହା ଭିତରେ ମୋଦି-ନବୀନ ସଂପର୍କ ଘନିଷ୍ଠ ହୋଇଥିବାରୁ ଏହାର ଫାଇଦା ଉଠାଇ ପାର୍ଲାମେଣ୍ଟରେ ଏ ସଂପର୍କିତ ବିଲ୍ ପାରିତ କରିବା ଚକ୍କରେ ରହିଛି ବିଜେଡି। ଏନେଇ ଦଳ ଭିତରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ହାରିଥିବା ଓ ଟିକଟରୁ ବଞ୍ଚିତ ହୋଇଥିବା ବହୁ ହେଭିୱେଟ୍‌ଙ୍କୁ ଥଇଥାନ ଲାଗି ବିଧାନ ପରିଷଦ ଗଠନ ବିଜେଡି ପାଇଁ ଏକ ପ୍ରକାର ଜରୁରୀ ହୋଇପଡିଛି।

ସେପ୍ଟେମ୍ବର ୬, ୨୦୧୮ ବିଧାନସଭାରେ ପାରିତ ହେଲା ବିଧାନ ପରିଷଦ ସଂପର୍କିତ ସଙ୍କଳ୍ପ। ହେଲେ ଏହାକୁ କେନ୍ଦ୍ର ସରକାରର ଅନୁମୋଦନ ମିଳିନଥିଲା। ୯ ମାସ ପରେ ଏବେ ବିଜେଡି ପୁଣିଥରେ ପରିଷଦ ଗଠନ ବିଲ୍ ସଂସଦରେ ପାସ୍ କରିବାକୁ ଉଦ୍ୟମ କରିବାକୁ ଯାଉଛି । କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କ୍ଷମତାକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଏହା ଭିତରେ ଘନିଷ୍ଠ ହୋଇଛି । ତେଣୁ ଏହାର ଫାଇଦା ଉଠାଇବା ମୁଡ୍‌ରେ ରହିଛି ବିଜେଡି। ଏନେଇ ଦଳୀୟ ସ୍ତରରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ସେପଟେ ରାଜ୍ୟସଭାରେ ଏବେ ଏନ୍‌ଡିଏର ସଂଖ୍ୟା ଗରିଷ୍ଠତା ନାହିଁ ।

ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ପାଇଁ ବିଜେଡିର ସହଯୋଗ ଲୋଡ଼ିପାରନ୍ତି କେନ୍ଦ୍ର ସରକାର। ତା’ବଦଳରେ ବିଜେଡି ବିଧାନ ପରିଷଦ ଦାବି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବାକୁ ବିଜେଡି ସଜବାଜ ହେଉଥିବା ନେତାଙ୍କ ମନ୍ତବ୍ୟରୁ ଆଭାସ ମିଳୁଛି । ଗତ ନିର୍ବାଚନରେ ବିଜେଡିର ମହେଶ୍ୱର ମହାନ୍ତି, ସଂଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ସିଂହଦେଓଙ୍କ ଭଳି ଅନେକ ହେଭିୱେଟ୍ ହାରିଯାଇଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାନରେ ପ୍ରାୟ ୪୫ ବିଧାୟକଙ୍କ ଟିକଟ୍ କାଟି ଦିଆଯାଇଥିଲା। ତେଣୁ ସବୁ ନେତାଙ୍କୁ ରାଜ୍ୟସଭା ପଠାଇବା କି ନିଗମ ଅଧ୍ୟକ୍ଷ କରିବା ସମ୍ଭବ ନଥିବାରୁ ବିଧାନ ପରିଷଦରେ ଥଇଥାନ ଲାଗି ପୁଣିଥରେ ପ୍ରୟାସ ହେଉଥିବା ଚର୍ଚ୍ଚା ହେଉଛି।

୨୦୧୫ ଜାନୁୟାରୀ ୩୧ରେ ବରିଷ୍ଠ ବିଧାୟକ ନୃସିଂହ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇ ବିଧାନ ପରିଷଦ ଗଠନ ସଂପର୍କରେ ଅନୁଧ୍ୟାନ କରିଥିଲେ। ପରେ ବିହାର ଓ ତେଲେଙ୍ଗାନା ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ବିଧାନସଭାରେ ପରିଷଦ ଗଠନ ବାବଦରେ ସଙ୍କଳ୍ପ ପାରିତ ହେବାପରେ ଏହା କେନ୍ଦ୍ର ପାଖକୁ ପଠାଇ ଦିଆଯାଇଛି। ରାଜ୍ୟରେ ବିଧାନ ପରିଷଦ ଗଠନ ହେଲେ ସେଥିରେ ୪୯ ଜଣ ସଦସ୍ୟ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story