କଟକ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକସ୍ଥିତ ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ ଚାଲିଛି । ରାଜ୍ୟ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ କଟକ ତୁଳସୀପୁରସ୍ଥିତ ମହୁମାଛି ଗଳିରେ ଥିବା ଅବସରପ୍ରାପ୍ତ ରେଞ୍ଜରଙ୍କ ବାସଭବନରେ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି।
ଭିଜିଲାନ୍ସର ୫ ଟି ଟିମ୍ ଅବସରପ୍ରାପ୍ତ ରେଞ୍ଜର ଅଭୟଙ୍କ ଘର କଟକ ଘର ସମେତ ଭୁବନେଶ୍ୱରରେ ଥିବା ୩ ମହଲା ବିଲ୍ଡିଂ, ବାଲୁଗାଁସ୍ଥିତ କାର୍ଯ୍ୟାଳୟ, ବଙ୍ଗଳପୁରସ୍ଥିତ ନିଜ ଘର, ଶ୍ୱଶୁର ଘର, ଭୁବନେଶ୍ୱରରେ ଥିବା ତାଙ୍କ ଘରେ ମଧ୍ୟ ରେଡ୍ ଜାରି ରଖିଛନ୍ତି । କଟକସ୍ଥିତ ବାସଭବନରୁ ରେଡ୍ ସମୟରେ ଅନେକ ଆସବାପତ୍ର, ଟଙ୍କା,ସୁନା,ଜମି ଓ ୨ଟି ବନ୍ଧୁକ ଠାବ ହୋଇଛି। ଠାବ ହୋଇଥିବା ସମସ୍ତ ସଂପତ୍ତିର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଥିବା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନର ଆଡିସନାଲ ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜବତ ବନ୍ଧୁକର ଲାଇସେନ୍ସ ନ ଥିଲେ ଅନ୍ୟ ଏକ ମାମଲା ରୁଜୁ ହେବ ବୋଲି କହିଛନ୍ତି ଆଡିସନାଲ ଏସ୍ପି।
ଏହା ପୂର୍ବରୁ ମଧ୍ୟ ଭିଜିଲାନ୍ସ ରେଡ୍ର ସାମ୍ନା କରିଥିବା ଅଭୟ ନିଜ ବିରୋରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅପରପକ୍ଷେ ଭିଜିଲାନ୍ସର ସମସ୍ତ ତଦନ୍ତକୁ ସହଯୋଗ କରିବେ ବୋଲି କହିଛନ୍ତି ଅବସର ପ୍ରାପ୍ତ ରେଞ୍ଜ ଅଫିସର୍ ଅଭୟ କୁମାର ଜେନା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।