ଗ୍ରାମ୍ୟ କୃଷି କାର୍ଯ୍ୟାଳୟ ଭୂତକୋଠି

କେନ୍ଦୁଝର(ପ୍ରଣୟ ପାଣି): ଚାଷୀଙ୍କ ଦୁଃଖ ବୁଝିବାକୁ ଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ କାର୍ଯ୍ୟାଳୟ ଯେ କେତେ ଅସହାୟ ହୋଇପଡ଼ିଛି ତାହା ଏହି ଚିତ୍ରରୁ ସ୍ପଷ୍ଟ ବାରି ହୋଇ ପଡ଼ିଛି। ଏହା ହେଉଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ବଡ଼ନଇ ପଞ୍ଚାୟତରେ ଅବସ୍ଥିତ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କାର୍ଯ୍ୟାଳୟ। ଅଫିସ୍‌ ଚତୁଃପାର୍ଶ୍ୱ ଘାସ, ଲଟାରେ ଭର୍ତ୍ତି।  କବାଟ, ଝରକା ରୁଗ୍‌ଣ ଅବସ୍ଥାରେ ରହିଛି। ଏହି କାର୍ଯ୍ୟାଳୟ ଶେଷ ଥର କେବେ ଖୋଲା ଯାଇଥିଲା ତାହା ଗ୍ରାମବାସୀଙ୍କର ମଧ୍ୟ ମନେ ନାହିଁ। ଅଫିସ […]

keonjhar

keonjhar

Jyoshna Pradhan
  • Published: Saturday, 07 September 2019
  • Updated: 07 September 2019, 12:07 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଚାଷୀଙ୍କ ଦୁଃଖ ବୁଝିବାକୁ ଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ କାର୍ଯ୍ୟାଳୟ ଯେ କେତେ ଅସହାୟ ହୋଇପଡ଼ିଛି ତାହା ଏହି ଚିତ୍ରରୁ ସ୍ପଷ୍ଟ ବାରି ହୋଇ ପଡ଼ିଛି। ଏହା ହେଉଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ବଡ଼ନଇ ପଞ୍ଚାୟତରେ ଅବସ୍ଥିତ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କାର୍ଯ୍ୟାଳୟ। ଅଫିସ୍‌ ଚତୁଃପାର୍ଶ୍ୱ ଘାସ, ଲଟାରେ ଭର୍ତ୍ତି।  କବାଟ, ଝରକା ରୁଗ୍‌ଣ ଅବସ୍ଥାରେ ରହିଛି। ଏହି କାର୍ଯ୍ୟାଳୟ ଶେଷ ଥର କେବେ ଖୋଲା ଯାଇଥିଲା ତାହା ଗ୍ରାମବାସୀଙ୍କର ମଧ୍ୟ ମନେ ନାହିଁ। ଅଫିସ ନୁହେଁ ତ ସତେ ଯେମିତି ଭୂତକୋଠିରେ ପରିଣତ ହୋଇଛି ଏହି କାର୍ଯ୍ୟାଳୟ।

ଗାଁ ଗଣ୍ଡାରେ ରହୁଥିବା ଲୋକେ କିପରି ଚାଷ ପ୍ରତି ଆକୃଷ୍ଟ ହେବେ ଓ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ସମସ୍ତ ସୂଚନା କିପରି ହାତ ପାଆନ୍ତାରେ ମିଳିବ, ସେନେଇ ପ୍ରତି ପଞ୍ଚାୟତରେ ସରକାର ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲ୍ୟୁ)ଙ୍କୁ ନିୟୋଜିତ କରିଛନ୍ତି। ହେଲେ ବଡ଼ନଇ ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀଙ୍କ କାର୍ଯ୍ୟାଳରେ ଭିଏଡବ୍ଲ୍ୟୁଙ୍କର ଦୀର୍ଘ ଦିନ ହେଲା ଦେଖା ମିଳୁ ନାହିଁ। ଏଠାରେ ଦୀର୍ଘ ଦିନ ହେଲା ତାଲା ପଡ଼ିଥିବାରୁ କୃଷି ସମ୍ବନ୍ଧିତ କୌଣସି ସୂଚନା ପାଇପାରୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। 

ଅଫିସ କାନ୍ଥରେ ନିୟମ ମୁତାବିକ ସପ୍ତାହ ଯାକର ଦୈନିକ ଗସ୍ତ କାର୍ଯ୍ୟକ୍ରମର ବିବରଣୀ ଲିଖିତ ଅଛି। ହେଲେ ଏହା ଲେଖାରେ ସୀମିତ ହୋଇ ରହିଛି।

ଯେଉଁମାନଙ୍କର ନାମ ଭୁଲ୍‌ରେ କାଳିଆ ତାଲିକାରେ ସାମିଲ ହୋଇଛି, ସେମାନଙ୍କର ନାମ କଟାଯିବ ବୋଲି କହିବାକୁ ଗତ ମାସରେ କିଛି ସମୟ ପାଇଁ ଭିଏଡବ୍ଲୁ ଗାଁକୁ ଆସିଥିବା ଗ୍ରାମବାସୀ କହିଥିଲେ। ଉକ୍ତ ସମୟରେ ଉତ୍ତ୍ୟକ୍ତ ଗ୍ରାମବାସୀ ଭିଏଡବ୍ଲୁଙ୍କୁ ଘେରି ଯାଇଥିଲେ।

ଏନେଇ ଜଣେ ଗ୍ରାମବାସୀ ପ୍ରମୋଦ ବଡ଼ପଣ୍ଡା କହିଛନ୍ତି, ‘ଦୀର୍ଘ ଦିନ ହେବ ଏଠାକୁ ଭିଏଡବ୍ଲୁ ଆସୁ ନାହାନ୍ତି। ଏମିତିକ ପଞ୍ଚାୟତରେ ପାଦ ପକାଇ ନାହାନ୍ତି। ଲୋକେ ବାହାରୁ ସାମଗ୍ରୀ ଆଣି ଚାଷ କାମ କରୁଛନ୍ତି। ’

ଦିନେ ଭିଏଡବ୍ଲୁ ଗାଁକୁ ଆସିଥିବା ବେଳେ ଏଠାକୁ କାହିଁକି ଆସୁ ନାହାନ୍ତି ବୋଲି ଗାଁ ଲୋକେ ପଚାରିଥିଲୁ। ହେଲେ ସେ ଦୁର୍ବ୍ୟବହାର କରି କହିଥିଲେ, ‘ତମେ ଯେଉଁଠି ଅଭିଯୋଗ କରିବା କଥା କର। ମୋର କିଛି ଅସୁବିଧା ହେବ ନାହିଁ।’ ଗ୍ରାମବାସୀ କହିଛନ୍ତି, ‘ଏନେଇ ଆମେ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛୁ।’   

ଏନେଇ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ଏହି ଘରଟି ଅଫିସ ନୁହେଁ ବରଂ ଏହା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଆବାସ। କୃଷୀ କର୍ମଚାରୀ ଅନ୍ୟତ୍ର ଭଡ଼ା ଘରେ ରହି କାମ ଠିକ୍‌ଠାକ୍‌ କରୁଛନ୍ତି। ଏହି ସବୁ ଘରର ମରାମତି କାମ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର । ତାଙ୍କୁ ଏ ବିଷୟରେ ଅବଗତ କରାଯିବ।’

ଅନ୍ୟପକ୍ଷରେ କୃଷି କର୍ମଚାରୀ ଜଣକ ଅନ୍ୟତ୍ର ଭଡ଼ାଘରେ ରହି ଯଦି କାମ କରୁଛନ୍ତି, ଏ ସମ୍ପର୍କରେ  କିପରି ପଞ୍ଚାୟତବାସୀଙ୍କ ପାଖରେ ଖବର ନାହିଁ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos