ଅନ୍ଧାର କ’ଣ ଜନ୍ ମେଜର୍ ଦଳାଇଙ୍କ ସଫଳତାର ବାଟ ରୋକିପାରେ ? ଜାଣନ୍ତୁ ସେ କେମିତି ପାଇଲେ ଓଏଏସ୍‌

ପାରାଦୀପ/ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି। ନୂଆଣିଆ ଘରେ ପାଠ ପଢ଼ି ସେ ଏବେ ସିଭିଲ୍ ସର୍ଭିସ୍‌ରେ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଓ ସମ୍ପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି […]

OAS3-1

OAS3-1

Tapas Behera
  • Published: Thursday, 09 January 2020
  • Updated: 10 January 2020, 02:30 PM IST

Sports

Latest News

ପାରାଦୀପ/ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି।

ନୂଆଣିଆ ଘରେ ପାଠ ପଢ଼ି ସେ ଏବେ ସିଭିଲ୍ ସର୍ଭିସ୍‌ରେ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଓ ସମ୍ପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି । ତେବେ ସେ ଆଗକୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ସେପଟେ ଜନ୍ ମେଜର୍ ଦଳାଇଙ୍କ ଭଳି ଆଉ ଜଣେ ହେଲେ ଢେଙ୍କାନାଳ କଙ୍କଡାହାଡ ବ୍ଲକ ଝିଲ୍ଲୀ ଗାଁର ଶକ୍ତିଶ୍ରୀ ଅନିଲ ରଞ୍ଜନ ସାହୁ । ସେ ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରି ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଗାଁ ବିଦ୍ୟାଳୟରୁ ପାଠ ପଢ଼ା ଆରମ୍ଭ କରିଥିବା ଶକ୍ତିଶ୍ରୀଙ୍କ ସଫଳତା ପାଇଁ ଗାଁ ସହ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos