Advertisment

ଜନଶୁଣାଣିରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ମାଡ଼ ବର୍ଷା

ଝାରସୁଗୁଡ଼ା(ଭାଗୀରଥି ସାହୁ): ନିଜ କମ୍ପାନୀ ପ୍ରତିଷ୍ଠା କରିବା ନିମନ୍ତେ ଜନଶୁଣାଣିରେ ଯୋଗ ଦେଇଥିବା ଲୋକଙ୍କୁ ବୁଝାଇବାକୁ ଆସିଥିଲେ। ହେଲେ ଏହି ସମୟରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ତାତିଗଲେ ଲୋକେ। ଯାହା ପରେ ଜନଶୁଣାଣି ସ୍ଥଳ କୁରୁକ୍ଷେତ୍ରରେ ପରିଣତ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ଉତ୍ତ୍ୟକ୍ତ ଲୋକେ ମାଡ଼ ବର୍ଷା କରିଥିଲେ। ଆଜି ଝାରସୁଗୁଡା ଜିଲ୍ଲା ଲଖନପୁରଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସୂଚନା ମୁତାବକ, ଝାରସୁଗୁଡା ଜିଲ୍ଲା ଲଖନପୁର ଜୁନିଏନ୍ ଠାରେ ୬୪ ଏକର ଜଙ୍ଗଲ ଜମିରେ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଜନଶୁଣାଣିରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ମାଡ଼ ବର୍ଷା

company-people

ଝାରସୁଗୁଡ଼ା(ଭାଗୀରଥି ସାହୁ): ନିଜ କମ୍ପାନୀ ପ୍ରତିଷ୍ଠା କରିବା ନିମନ୍ତେ ଜନଶୁଣାଣିରେ ଯୋଗ ଦେଇଥିବା ଲୋକଙ୍କୁ ବୁଝାଇବାକୁ ଆସିଥିଲେ। ହେଲେ ଏହି ସମୟରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ତାତିଗଲେ ଲୋକେ। ଯାହା ପରେ ଜନଶୁଣାଣି ସ୍ଥଳ କୁରୁକ୍ଷେତ୍ରରେ ପରିଣତ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ଉତ୍ତ୍ୟକ୍ତ ଲୋକେ ମାଡ଼ ବର୍ଷା କରିଥିଲେ। ଆଜି ଝାରସୁଗୁଡା ଜିଲ୍ଲା ଲଖନପୁରଠାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

Advertisment

ସୂଚନା ମୁତାବକ, ଝାରସୁଗୁଡା ଜିଲ୍ଲା ଲଖନପୁର ଜୁନିଏନ୍ ଠାରେ ୬୪ ଏକର ଜଙ୍ଗଲ ଜମିରେ ରାମକୀ କମ୍ପାନୀ ବର୍ଜ୍ୟବସ୍ତୁ ପରିଚାଳନା, ସଂରକ୍ଷଣ ଓ ନିଷ୍କାସନ ପ୍ଲାଣ୍ଟ କରିବାକୁ ଚାହୁଁଛି। ଏନେଇ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ଏ ସମ୍ପର୍କରେ ଆଜି ଲଖନପୁର ବ୍ଲକ ଖେଳ ପଡିଆରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲା ପ୍ରଶାସନ ପକ୍ଷରୁ ଜନ ଶୁଣାଣି ଆୟୋଜନ ହୋଇଥିଲା। ହେଲେ ପ୍ଲାଣ୍ଟ ନିର୍ମାଣକୁ ଉପସ୍ଥିତ ଲଖନପୁର ବ୍ଲକବାସୀ ତୀବ୍ର ବିରୋଧ କରିଥିଲେ। ଜନ ଶୁଣାଣିରେ ଲଖନପୁର ବ୍ଲକର ୩୩ଟି ପଞ୍ଚାୟତର ବାସିନ୍ଦା ଉପସ୍ଥିତ ଥିଲେ। ଆରମ୍ଭରୁ ହିଁ ରାମଜୀ କମ୍ପାନୀ ଗୋ ବ୍ୟାକ୍..ନାରାବାଜିରେ ପୂରା ଜନଶୁଣାଣି ସ୍ଥଳ କମ୍ପିଥିଲା।

ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର ନାୟକ ଓ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ପହଞ୍ଚିଥିଲେ। ଯାହା ପରେ ଉତ୍ତେଜନା ବଢ଼ିଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲା। ହେଲେ ଅଚାନକ ଲୋକେ କମ୍ପାନୀ ଅଧିକାରୀମାନଙ୍କୁ ଆକ୍ରମଣ କରିଥିଲେ। ଗୋଇଠା, ବିଧା, ଚାପୁଡ଼ା ଖାଇ କମ୍ପାନୀ ଅଧିକାରୀମାନେ ପ୍ରାଣ ବିକଳରେ ଆସିଥିବା କାର ନିକଟକୁ ଦୌଡ଼ିଥିଲେ। ହେଲେ ଲୋକେ ବି ତାଙ୍କ ପିଛା କରି ମାଡ଼ ବର୍ଷା କରିଚାଲିଥିଲେ। ଉପସ୍ଥିତ ପୁଲିସ ଫୋର୍ସ କମ୍ପାନୀ ଅଧିକାରୀମାନଙ୍କୁ ଏହି ଜନ ଆକ୍ରୋଶରୁ ରକ୍ଷା କରିପାରି ନ ଥିଲା। ଫଳରେ ଯେନତେନ ଗାଡ଼ି ଭିତରେ ପଶି ତୁରନ୍ତ ଅଞ୍ଚଳ ପରିତ୍ୟାଗ କରିଥିଲେ କମ୍ପାନୀର ଅଧିକାରୀମାନେ। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଏହି ଜନ ଶୁଣାଣିକୁ ବାତିଲ କରାଯାଇଛି।

Advertisment

ପ୍ରକାଶ ଥାଉକି, ୨୦୨୧ ମସିହା ଅଗଷ୍ଟ ୨୭ ତାରିଖରେ ମଧ୍ୟ ଏଭଳି ଜନଶୁଣାଣି ଆୟୋଜନ ହୋଇଥିଲା। ହେଲେ ଅଞ୍ଚଳବାସୀ ଏହାକୁ ବିରୋଧ କରିବାରୁ ଜନଶୁଣାଣି ସ୍ଥଗିତ କରାଯାଇଥିଲା।

ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି, ଏହି ହାନୀକାରକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କରିବାକୁ ପ୍ରାୟ ଦେଢ଼ ଲକ୍ଷ ଗଛ କାଟିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏମିତିରେ ବି ଝାରସୁଗୁଡ଼ା ଆମ ଦେଶରେ ଷଷ୍ଠ ପ୍ରଦୂଷିତ ଜିଲ୍ଲା ହୋଇଛି। ଲଖନପୁର ଅଞ୍ଚଳରେ କୋଇଲା ଓ ଥର୍ମାଲ ପ୍ଲାଣ୍ଟ କରିବା ପରେ ପୂରା ଅଞ୍ଚଳବାସୀ ପ୍ରତିଦିନ ପ୍ରଦୂଷଣରେ ତିନ୍ତୁଛନ୍ତି। ଜଙ୍ଗଲ ନଷ୍ଟ ଯୋଗୁ ତାତି ୪୫ ଡିଗ୍ରୀ ଉପରେ ରହୁଛି। ସ୍ଥାନୀୟ ଲୋକ ଯେଉଁ ଜଙ୍ଗଲକୁ ନେଇ ଜୀବନଜୀବିକା ଚଳାଇଛନ୍ତି ଓ ସରକାର ବନୀକରଣ ନାମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହାକୁ ନଷ୍ଟ କରିବାକୁ ଅନୁମତି ଦିଆଯାଉଛି। ସଂରକ୍ଷିତ ଥିବା ଜମିକୁ ପ୍ରଶାସନ ପତିତ କିସମରେ ପରିବର୍ତ୍ତନ କରି ପ୍ଲାଣ୍ଟ କରିବାକୁ ଚାହୁଁଛି।

କମ୍ପାନୀ ବସିଲେ ସ୍ଥାନୀୟ ଅଞ୍ଚଳର ମାତ୍ର ଶହେ କିମ୍ବା ଦୁଇଶହ ଲୋକ ଚାକିରି ପାଇବେ। ମାତ୍ର ଏହା ଲକ୍ଷାଧିକ ଲୋକଙ୍କ ଜୀବନ ଉପରେ ବିପଦ ଆଣିଦେବ। ଲୋକ ବିଷ ବଳୟରେ ମରିଯିବେ। ତୁରନ୍ତ ଏହି ଲିଜ୍‌କୁ ପ୍ରଶାସନ ବାତିଲ କରିବାକୁ ଦାବି ହୋଇଛି। ବାରମ୍ବାର ବିରୋଧ ପରେ ଦୁଇଥର ଜନଶୁଣାଣିକୁ ବାତିଲ କରାଯାଇଛି। ତଥାପି ଚତୁର୍ଥ ଥର ଜନଶୁଣାଣି ଆୟୋଜନ କରିବାକୁ ପ୍ରଶାସନ ମସୁଧା କରୁଛି। ତୁରନ୍ତ କମ୍ପାନୀ ପ୍ରତିଷ୍ଠାକୁ ବାତିଲ କରା ନ ଗଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଲୋକେ କହିଛନ୍ତି।

ଏନେଇ କମ୍ପାନୀର ରାଷ୍ଟ୍ରୀୟ ପ୍ରମୁଖ ସଞ୍ଜୀବ କୁମାର ସିଂହ କହିଛନ୍ତି, ଲୋକଙ୍କ ବିରୋଧ ଯୋଗୁ ଜନଶୁଣାଣିକୁ ପ୍ରଶାସନ ଘୁଞ୍ଚାଇଛି। ତଥାପି କମ୍ପାନୀ ପ୍ରତିଷ୍ଠା ନିମନ୍ତେ କିଛି ବାଟ ବାହାର କରିବାକୁ ପ୍ରସ୍ତୁତି ଚାଲିଛି।