ଶୁଣିଲେନି ସରକାର, ଗାଁ ଲୋକେ ଟଙ୍କା ଆଦାୟ କରି କଲେ ଝୁଲା ପୋଲ

ବାଲିଗୁଡ଼ା (ଅଜିତ ନାୟକ): ବାରମ୍ୱାର ଗୁହାରି କରି ଶୁଣିଲେନି ରାଜ୍ୟ ସରକାର। ଅବ୍ୟବସ୍ଥା, ଅବହେଳା ଓ ଅଣଦେଖାରେ ଅତିଷ୍ଠ ହୋଇ ଶେଷରେ ଗାଁ ଲୋକେ ନିଜେ ବାହାର କଲେ ସମାଧାନର ରାସ୍ତା। ନିଜସ୍ୱ ଉଦ୍ୟମରେ ନଦୀ ଉପରେ ତିଆରି କଲେ ଝୁଲା ପୋଲ। ଆଉ ଯେଉଁ ଜନ ପ୍ରତିନିଧିଙ୍କୁ ଗୁହାରି କରୁଥିଲେ, ତାଙ୍କୁ ଡାକି ଲୋକାର୍ପିତ କରାଇଲେ। ଏପରି ଚିତ୍ର ଆସିଛି କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ୍‌ ଅଞ୍ଚଳରୁ। କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ଟପେରିକିଆ, […]

Baliguda

Baliguda

Manoranjan Sial
  • Published: Thursday, 28 July 2022
  • Updated: 28 July 2022, 10:37 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ବାରମ୍ୱାର ଗୁହାରି କରି ଶୁଣିଲେନି ରାଜ୍ୟ ସରକାର। ଅବ୍ୟବସ୍ଥା, ଅବହେଳା ଓ ଅଣଦେଖାରେ ଅତିଷ୍ଠ ହୋଇ ଶେଷରେ ଗାଁ ଲୋକେ ନିଜେ ବାହାର କଲେ ସମାଧାନର ରାସ୍ତା। ନିଜସ୍ୱ ଉଦ୍ୟମରେ ନଦୀ ଉପରେ ତିଆରି କଲେ ଝୁଲା ପୋଲ। ଆଉ ଯେଉଁ ଜନ ପ୍ରତିନିଧିଙ୍କୁ ଗୁହାରି କରୁଥିଲେ, ତାଙ୍କୁ ଡାକି ଲୋକାର୍ପିତ କରାଇଲେ। ଏପରି ଚିତ୍ର ଆସିଛି କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ୍‌ ଅଞ୍ଚଳରୁ।

କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ଟପେରିକିଆ, ପାତ୍ରସାହି, ପୁରୁଣା ସାହି ଓ ତଗାକଲା। ଏହି ସବୁ ଗାଁର ଗୋଟିଏ ପାର୍ଶ୍ୱରେ ଗ୍ରାମ୍ୟ ଜଙ୍ଗଲ ଥିବା ବେଳେ ଅନ୍ୟ ପାଖରେ ବୋହି ଯାଇଛି କାଲିପେନୁ ନଦୀ। ଲୋକ ସଂଖ୍ୟା ୩୦୦ରୁ ଅଧିକ ହେବ। ସମସ୍ତେ ପ୍ରାୟ ଚାଷବାଷ କରି ପରିବାର ଭରଣ ପୋଷଣ କରନ୍ତି। ଏମାନଙ୍କ ବଡ଼ ଦୁଃଖ ହେଉଛି କାଲିପେନୁ ନଦୀ। ଗ୍ରୀଷ୍ମ ଋତୁରେ ଶୁଖିଲା ନଦୀରେ ପଶି ଗାଁ ଲୋକେ ଯିବାଆସିବା କରୁଥିଲେ। ହେଲେ ବର୍ଷା ଋତୁ ଆସିଲେ କଥା ସରିଲା।

Baliguda୪ ଖଣ୍ଡ ଗାଁ ପଞ୍ଚାୟତ ସଦର ମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନା ହୋଇଯାଉଥିଲା। ଦୟନୀୟ ଜୀବନ ବିତାଉଥିଲେ ଗାଁ ଲୋକେ। ଏଥିରେ ବେଶୀ ଅସୁବିଧାରେ ପଡ଼ୁଥିଲା ସ୍କୁଲ ଛାତ୍ରଛାତ୍ରୀ ଓ ରୋଗୀ। ଟପେରିକିଆରେ ଥିବା ସ୍କୁଲଟି ବନ୍ଦ ହୋଇଯିବାରୁ ପିଲାମାନଙ୍କୁ ଧରମପୁର ସ୍କୁଲକୁ ଯିବାକୁ ପଡୁଛି। ବର୍ଷା ଦିନରେ ପିଲାମାନେ ଯାଇପାରୁନଥିଲେ। କେତେକ ଅଭିଭାବକ ବଡ଼ ବଡ଼ ହାଣ୍ଡିରେ ପିଲାମାନଙ୍କ ବସାଇ ନଦୀ ପାର କରାଉଥିଲେ। ଏହା ବିପଦ ସଙ୍କୁଳ ହୋଇଥିବା ଜାଣି ମଧ୍ୟ ଅଭିଭାବକମାନେ ଏପରି କରିବାକୁ ବାଧ୍ୟ ହେଉଥିଲେ। ଏହାକୁ ଗାଁ ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଥିଲା।

କାଲିପେନୁ ନଦୀ ଉପରେ ବ୍ରିଜ୍‌ କରିବା ପାଇଁ ଗାଁ ଲୋକେ ସ୍ଥାନୀୟ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ପରେ ଗାଁ ଲୋକ ସ୍ଥାନୀୟ ଲୋକପ୍ରତିନିଧି ଓ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା। ଗାଁ ଲୋକଙ୍କୁ ସବୁଆଡୁ ନିରାଶ ହେବାକୁ ପଡ଼ିଥିଲା। ଏହାପରେ ଗାଁ ଲୋକେ ନଦୀ ଉପରେ ଯିବା ଆସିବା ଭଳି ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଲେ। ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ଚାନ୍ଦା ଆଦାୟ କରି ବହୁ କଷ୍ଟରେ ଲୁହା ଛଡ଼, ତାର ଜାଲି ଓ କାଠ ଆଦି କିଣି ନଦୀ ଉପରେ ଝୁଲା ପୋଲ ନିର୍ମାଣ କଲେ।

ଝୁଲା ପୋଲ ନିର୍ମାଣ ହେବା ପରେ ଗାଁ ଲୋକେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଡାକି ଲୋକାର୍ପଣ କରାଇ ଥିଲେ। ଉଦ୍‌ଘାଟନ କରିବାକୁ ଆସିଥିବା ଜନ ପ୍ରତିନିଧି ସ୍ଥାୟୀ ବ୍ରିଜ୍‌ ନିର୍ମାଣ ପାଇଁ ପ୍ରତିଶ୍ରୃତି ଦେଇ ଯାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବ୍ରିଜ୍‌ ନିର୍ମାଣ ହୋଇପାରିଲା ନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଅନ୍ୟପଟେ ଟପେରିକିଆ ଗାଁ ଲୋକଙ୍କ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଅବଗତ ଥିବା ସ୍ଥାନୀୟ ବିଡିଓ କହିଛନ୍ତି। ଆଗାମୀ ଦିନରେ କିଭଳି ଏହାର ସ୍ଥାୟୀ ସମାଧାନ କରାଯାଇ ପାରିବ ସେ ନେଇ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story