ଗୋଟିଏ ନାଳରୁ ପାଣି ପିଅନ୍ତି ମଣିଷ, ଘୁଷୁରି, ମଈଁଷି

କୋଇଡ଼ା(ସୁନୀଲ ପଣ୍ଡା): ନାଳର ଉତ୍ପତି ସ୍ଥଳ ମାଇନ୍ସ ବର୍ଜ୍ୟବସ୍ତୁ ଠୁଳ ହେଉଥିବା ଡମ୍ପିଂୟାଡ୍। ଯେଉଁଠି ତରଳ ଓ କଠିନ ଉଭୟ ବର୍ଜ୍ୟବସ୍ତୁ ପଡ଼ିଥାଏ। ଏହି ନାଳର ପାଣିରୁ ଖୁବ୍ ଦୁର୍ଗନ୍ଧ ବାହାରେ। ହେଲେ ଏହି ପ୍ରଦୂଷିତ ନାଳରୁ ପାଣି ପିଅନ୍ତି ମଣିଷ, ଘୁଷୁରୀ, ମଈଁଷି, ଗାଈ, ଛେଳି, ମେଣ୍ଢା ଓ ବତକ ପ୍ରଭୃତି ସମସ୍ତ ପ୍ରାଣୀ। ଲୋକେ ଏହି ନାଳରୁ ଖାଲି ପିଇବା ପାଇଁ ପାଣି ବ୍ୟବହାର କରନ୍ତିନି, ସ୍ନାନଶୌଚ ବି ଏହି ପାଣିରେ କରିଥା’ନ୍ତି। ବର୍ଷ […]

koida-1

koida-1

Niranjan Mishra
  • Published: Tuesday, 28 June 2022
  • Updated: 28 June 2022, 07:01 PM IST

କୋଇଡ଼ା(ସୁନୀଲ ପଣ୍ଡା): ନାଳର ଉତ୍ପତି ସ୍ଥଳ ମାଇନ୍ସ ବର୍ଜ୍ୟବସ୍ତୁ ଠୁଳ ହେଉଥିବା ଡମ୍ପିଂୟାଡ୍। ଯେଉଁଠି ତରଳ ଓ କଠିନ ଉଭୟ ବର୍ଜ୍ୟବସ୍ତୁ ପଡ଼ିଥାଏ। ଏହି ନାଳର ପାଣିରୁ ଖୁବ୍ ଦୁର୍ଗନ୍ଧ ବାହାରେ। ହେଲେ ଏହି ପ୍ରଦୂଷିତ ନାଳରୁ ପାଣି ପିଅନ୍ତି ମଣିଷ, ଘୁଷୁରୀ, ମଈଁଷି, ଗାଈ, ଛେଳି, ମେଣ୍ଢା ଓ ବତକ ପ୍ରଭୃତି ସମସ୍ତ ପ୍ରାଣୀ। ଲୋକେ ଏହି ନାଳରୁ ଖାଲି ପିଇବା ପାଇଁ ପାଣି ବ୍ୟବହାର କରନ୍ତିନି, ସ୍ନାନଶୌଚ ବି ଏହି ପାଣିରେ କରିଥା’ନ୍ତି। ବର୍ଷ ବର୍ଷ ଧରି ୧୫୦ଟି ଆଦିବାସୀ ପରିବାର ନିମନ୍ତେ ଏହି ନର୍ଦ୍ଦମା ଜଳ ଜୀବନ ଧାରା ପାଲଟିଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କାଲଟା ପଞ୍ଚାୟତରେ ଏଭଳି ଦାରୁଣ ଜୀବନ ଜୀଉଁଛନ୍ତି ଆଦିବାସୀ ଲୋକେ।

କାଲଟା ପଞ୍ଚାୟତ ରୋଲେ କ୍ୟାମ୍ପ ନିକଟରେ ରହିଛି ସମିଜ ନାଳ, ଯାହା ୧୫୦ଟି ପରିବାରର ସାହା ଭରସା। କୋଇଡ଼ା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧୨ କିଲୋମିଟର ଦୂରରେ ରହନ୍ତି ପାଣି ପାଇଁ ଦହଗଞ୍ଜ ହେଉଥିବା ଏହି ଆଦିବାସୀମାନେ। ମାତ୍ର ସେମାନଙ୍କୁ ପାନୀୟଜଳ ଭଳି ଅତି ଜରୁରୀ ସୁବିଧା ପ୍ରଦାନ କରିବା ନିମନ୍ତେ କୌଣସି ଅଧିକାରୀମାନଙ୍କ ପାଖରେ ସମୟ ନାହିଁ।

ଲୋକଙ୍କ କହିବା କଥା ନିର୍ବାଚନ ଆସିଲେ ନେତାଏ ଏସା କରିଦେବୁ, ତେସା କରିଦେବୁ କହି ଭୋଟ୍ ନେଇ ଚାଲିଯାଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପିଇବା ପାଣି ଉପଲବ୍ଧ ହେବାର ବାଟ କଲେନି। ସେମାନଙ୍କୁ ସହଯୋଗ କରିବାକୁ କେହି ଆଗେଇ ଆସୁ ନାହାନ୍ତି। ପ୍ରଶାସନିକ ଅଧିକାରୀମାନେ ସବୁ ଜାଣି ଚୁପ୍ ବସିଛନ୍ତି। ଆଉ ଏହା ସବୁଠାରୁ ବଡ଼ ଉଦ୍‌ବେଗର ବିଷୟ।

ସ୍ଥାନୀୟ ଲୋକେ କହିଛନ୍ତି, ଗାଁରେ ଗୋଟିଏ ନଳକୂପ ଅଛି। ଏଥିରୁ କେତେବେଳେ ପାଣି ଆସୁଛି ତ କେତେବେଳେ ଆସୁନି। ବର୍ଷକ ୧୦ ମାସ ଏହା ଅଚଳ ରହୁଛି।  ତେଣୁ ଅନ୍ୟ କୌଣସି ଉପାୟ ନ ପାଇ ଲୋକେ ବିଷତୁଲ୍ୟ ସମିଜ ନାଳର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏ ପାଣିରୁ ଦୁର୍ଗନ୍ଧ ବାହାରେ। ତଥାପି ଦୁର୍ଗନ୍ଧ ପାଣିକୁ ପିଉଛନ୍ତି ଲୋକେ।

ଖଣିଖଦାନ ଭରା ଏହି ଅଞ୍ଚଳରୁ ସରକାର କୋଟି କୋଟି ଟଙ୍କା ରଜସ୍ୱ ପାଇଥା’ନ୍ତି। ହେଲେ ଏଠାକାର ଲୋକଙ୍କୁ ମିଳୁନି ମୌଳିକ ସୁବିଧା। ଏନେଇ କୋଇଡା ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଏ ବିଷୟରେ କୌଣସି ଉତ୍ତର ରଖିବାକୁ ମନା କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos