ଧର୍ମ ପରିବର୍ତ୍ତନ କରିବା ମହଙ୍ଗା ପଡ଼ିଲା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଧର୍ମାନ୍ତରୀକରଣ କାଳ ହେଲା। ବଞ୍ଚିଥିବା ବେଳେ ଧର୍ମ ପରିବର୍ତ୍ତନ କରିଥିବା ବୃଦ୍ଧଙ୍କ ପରିବାର ଏବେ ଭୋଗୁଛନ୍ତି ଏହାର ପରିଣାମ। ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ବୃଦ୍ଧଙ୍କ ଶବକୁ ଗାଁ ଶ୍ମଶାନରେ ମିଳୁନି ଜାଗା।  ଏହାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ବେଳେ  ଗ୍ରାମରେ ଉତ୍ତେଜନା  ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ମଧ୍ୟ ମୁତୟନ ହୋଇଛନ୍ତି। ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରୁଥିବା ବେଳେ ସମାଧାନର ବାଟ […]

mlkn

Niharika Rout
  • Published: Wednesday, 02 December 2020
  • , Updated: 02 December 2020, 01:22 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଧର୍ମାନ୍ତରୀକରଣ କାଳ ହେଲା। ବଞ୍ଚିଥିବା ବେଳେ ଧର୍ମ ପରିବର୍ତ୍ତନ କରିଥିବା ବୃଦ୍ଧଙ୍କ ପରିବାର ଏବେ ଭୋଗୁଛନ୍ତି ଏହାର ପରିଣାମ। ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ବୃଦ୍ଧଙ୍କ ଶବକୁ ଗାଁ ଶ୍ମଶାନରେ ମିଳୁନି ଜାଗା।  ଏହାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ବେଳେ  ଗ୍ରାମରେ ଉତ୍ତେଜନା  ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ୍‌ ମଧ୍ୟ ମୁତୟନ ହୋଇଛନ୍ତି। ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରୁଥିବା ବେଳେ ସମାଧାନର ବାଟ ବାହାରି ପାରି ନ ଥିବା ଜଣାଯାଇଛି।

ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ଡୁଡିଗୁଡା ଗ୍ରାମରେ। ଜଣେ ବ୍ୟକ୍ତି ଗୋଟିଏ ଧର୍ମ ଗ୍ରହଣ କରିଥିବାରୁ ମତ୍ୟୁବରଣ କରିବା ପରେ ତାକୁ ଗାଁ ଶ୍ମଶାନରେ ପୋତିବାକୁ ଗ୍ରାମବାସୀ ମନା କରୁଛନ୍ତି । ଯାହାକୁ ନେଇ ଉତ୍ତେଜନା ଲାଗି ରହିଛି ।

ଅଧିକ ପଢନ୍ତୁ : ପରମ୍ପରା ବାଡ଼ ଭାଙ୍ଗି ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ

 

ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ଡୁଡିଗୁଡା ଗ୍ରାମର  ୭୦ ବର୍ଷ ବୟସ୍କ ପାଣ୍ଠୁ ମାଡକାମୀ କିଛି ବର୍ଷ ପୂର୍ବେ  ଧର୍ମ ପରିବର୍ତ୍ତନ  କରିଥିଲେ ।  ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତଦେହକୁ ଗାଁ ଶ୍ମଶାନରେ ପୋତିବା ପାଇଁ ପରିବାର ଲୋକେ ଯାଉଥିବା ବେଳେ ଗ୍ରାମବାସୀ ଏହାକୁ ବାରଣ କରିଥିଲେ । ତେବେ ଏହି ଶ୍ମଶାନରେ ଶବକୁ ନପୋତି ଅନ୍ୟତ୍ର ନେବାକୁ ଗ୍ରାମବାସୀ ଦାବି କରିଥିଲେ । ତେବେ ପରିବାର ଲୋକେ କିନ୍ତୁ ଗାଁ ଶ୍ମଶାନରେ ହିଁ ଶବକୁ ପୋତିବେ ବୋଲି ଜିଦ୍‌ ଧରି ବସିଥିବାରୁ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା । ଏପରିକି  ଉଭୟ ଗୋଷ୍ଠି ନିଜ ଜିଦ୍‌ରେ ଅଟଳ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରି ପାରି ନ ଥିଲା।

 

ଖବର ପାଇ  ମାଜିଷ୍ଟ୍ରେଟ ଦାୟିତ୍ୱରେ   ଥିବା ତହସିଲଦାର ଗୁଣନିଧୁ ନାୟକ  ଓ ସ୍ଥାନୀୟ ଥାନା ଅଧିକାରୀ  ଘଟଣାସୁଳରେ ପହଞ୍ଚି ବହୁ ସମୟ ବୁଝାସୁଝା କରିବା ପରେ ସମାଧାନର ବାଟ ବାହାରିଥିଲା।  ଏହାପରେ ଗାଁ ଶ୍ମଶାନରେ ମୃତଦେହର ପୋତା ଯାଇଥିବା ଜଣାଯାଇଛି।  

Related story