ସୁକତେଲ୍‌ ପ୍ରକଳ୍ପ: କ୍ଷତିପୂରଣ ମିଳି ନଥିବାରୁ କାମ ବନ୍ଦ ପାଇଁ ବିସ୍ଥାପିତଙ୍କ ଧମକ

ବଲାଙ୍ଗିର (ସସ୍ମିତା ସାହୁ):ଦୀର୍ଘ ଦିନର ବାଦବିବାଦ ଭିତରେ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ କାମ ଏବେ ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ସ୍ପିଲ୍-ୱେ କାମ ପାଖାପାଖି ୭୦ ପ୍ରତିଶତ ସରି ଯାଇଛି। ଖୁବ୍‌ଶୀଘ୍ର ମାଟିବନ୍ଧ କାମ ଆରମ୍ଭ ହେବ। ହେଲେ ସ୍ଥାନୀୟ ପରଧିଆପାଲି ବାସିନ୍ଦାଙ୍କୁ ବିସ୍ଥାପନଜନିତ କ୍ଷତିପୂରଣ ମିଳି ନଥିବାରୁ ସେମାନେ ଆସନ୍ତାକାଲିଠାରୁ କାମ ବନ୍ଦ କରିଦେବାକୁ ଧମକ ଦେଇଛନ୍ତି। ପ୍ରକଳ୍ପ ଶେଷ କରିବାକୁ ୨୦୨୧ […]

h-777

h-777

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 03:59 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ):ଦୀର୍ଘ ଦିନର ବାଦବିବାଦ ଭିତରେ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ କାମ ଏବେ ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ, ସ୍ପିଲ୍-ୱେ କାମ ପାଖାପାଖି ୭୦ ପ୍ରତିଶତ ସରି ଯାଇଛି। ଖୁବ୍‌ଶୀଘ୍ର ମାଟିବନ୍ଧ କାମ ଆରମ୍ଭ ହେବ। ହେଲେ ସ୍ଥାନୀୟ ପରଧିଆପାଲି ବାସିନ୍ଦାଙ୍କୁ ବିସ୍ଥାପନଜନିତ କ୍ଷତିପୂରଣ ମିଳି ନଥିବାରୁ ସେମାନେ ଆସନ୍ତାକାଲିଠାରୁ କାମ ବନ୍ଦ କରିଦେବାକୁ ଧମକ ଦେଇଛନ୍ତି।

ପ୍ରକଳ୍ପ ଶେଷ କରିବାକୁ ୨୦୨୧ ମସିହାକୁ ଟାର୍ଗେଟ ରଖାଯାଇଛି। ଏଥିପାଇଁ ବିସ୍ଥାପିତ ହୋଇଥିବା ୨୯ ଟି ଗାଁରୁ ପାଖାପାଖି ୧୫ ଟି ଗାଁର ସମସ୍ତ ପ୍ରକାର କ୍ଷତିପୂରଣ ଦିଆଯିବା କାମ ଏବେ  ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଅନ୍ୟ ଗାଁରେ ଥିବା ସମସ୍ୟାର ସମାଧାନ ପାଇଁ ଏବେ ପ୍ରତି ମାସରେ ଜନଶୁଣାଣି ହେଉଛି।

ତେବେ ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ। ଅନ୍ୟପଟେ ପରଧିଆପାଲି ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ଜନଶୁଣାଣିରେ କହିବା ପାଇଁ ସୁଯୋଗ ଦିଆଯାଉନି କି କ୍ଷତିପୂରଣ ଦିଆଯାଉନି। ତେଣୁ କାମ ବନ୍ଦ ପାଇଁ ଗାଁ ଲୋକେ  ଧମକ ଦେଇଛନ୍ତି।  ତେବେ ପରଧିଆପାଲି ଗାଁ ଲୋକଙ୍କ ସହ ଆଜି  ଆଲୋଚନା ହୋଇଥିଲା । ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos