ଡିଜିପିଙ୍କୁ ଫେରାଦ ହେଲା ବିଜେପି: ନିର୍ବାଚନରେ ହିଂସା ଓ ଆତଙ୍କ ବଢ଼ୁଛି, ସୁରକ୍ଷା ଦିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ବିଜେଡିର ଗୁଣ୍ଡାମାନେ ଖୋଲାଖୋଲି ଭାବେ ବିଜେପି କର୍ମୀ ଓ ପ୍ରାର୍ଥୀଙ୍କୁ ହତ୍ୟା, ଅପହରଣ ଓ ଭୟଭୀତ କରାଉଛନ୍ତି। ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଛି । ତେଣୁ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରି ବିଜେପି ଆଜି ପୁଲିସ ଡିଜିପିଙ୍କୁ ଭେଟି ଫେରାଦ ହୋଇଛି। ଏହାସହିତ […]

BJP

BJP

Ordigital Desk
  • Published: Thursday, 03 February 2022
  • Updated: 03 February 2022, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ବିଜେଡିର ଗୁଣ୍ଡାମାନେ ଖୋଲାଖୋଲି ଭାବେ ବିଜେପି କର୍ମୀ ଓ ପ୍ରାର୍ଥୀଙ୍କୁ ହତ୍ୟା, ଅପହରଣ ଓ ଭୟଭୀତ କରାଉଛନ୍ତି। ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଛି । ତେଣୁ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରି ବିଜେପି ଆଜି ପୁଲିସ ଡିଜିପିଙ୍କୁ ଭେଟି ଫେରାଦ ହୋଇଛି। ଏହାସହିତ ପଂଚାୟତ ନିର୍ବାଚନରେ ସାମ୍ବିଧାନିକ ଦାୟିତ୍ୱକୁ ତୁଲାଇ ଶାନ୍ତିପୂର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପୁଲିସ ଡିଜିଙ୍କୁ ବିଜେପି ଅନୁରୋଧ କରିଛି।

ବିଜେପିର ଏକ ପ୍ରତିନିଧି ଦଳ ଆଜି ପୁଲିସ ଡିଜିଙ୍କୁ ଭେଟି ପଂଚାୟତ ନିର୍ବାଚନରେ ବିଜେଡି ଦ୍ୱାରା ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରାଯାଉଥିବାରୁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଭଦ୍ରକରେ ବିଜେପି କର୍ମୀଙ୍କୁ ନିର୍ମମ ହତ୍ୟା ଘଟଣାରେ କାହାରିକୁ ଗିରଫ କରାନଯିବା, ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୨ ବିଜେପି ପ୍ରାର୍ଥୀଙ୍କୁ ଶାସକ ବିଜେଡି ଗୁଣ୍ଡାଙ୍କ ବାରମ୍ବାର ମାରିଦେବାର ଧମକ , ରିନା କବାସିଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଓ ଲାଂଚ ପ୍ରଦାନ କରିଥିବା ହୋମଗାର୍ଡ ସୁଧୀର ସ୍ୱାଇଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପ୍ରତିନିଧି ଦଳ ଦାବି କରିଛନ୍ତି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ପଂଚାୟତ ନିର୍ବାଚନକୁ ହିଂସା ଓ ଭୟମୁକ୍ତ କରିବା ସହ ଅପରାଧୀ ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତିି। ସେ କହିଛନ୍ତି ଯେ, ଗତ ଜାନୁଆରୀ ୨୧ ତାରିଖରେ ମାଲକାନଗିରି ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ପ୍ରଦୀପ କୁମାର ମାଡ଼କାମିଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତିନି ଜଣ ଅଜ୍ଞାତ ବ୍ୟକ୍ତି ବିଚ୍ ବଜାରରେ ଜୀବନରୁ ମାରି ଦେବାର ମଧ୍ୟ ଧମକ ଦେଇଥିଲେ । ପୁଣି ଗତ ୩୧ ତାରିଖ ଦିନ ତିନି ଜଣ ମୁଖା ପିନ୍ଧା ଅଜ୍ଞାତ ବ୍ୟକ୍ତି ଶ୍ରୀ ମାଡ଼କାମିଙ୍କୁ ଆକ୍ରମଣ ସହ ମୁହଁରେ କପଡ଼ା ବାନ୍ଧି ଅପହରଣ କରିଥିଲେ। କିଛି ବାଟ ଗଲା ପରେ ତାଙ୍କୁ ନିର୍ବାଚନ ପ୍ରଚାର ନକରିବାକୁ ବାଧ୍ୟ କରିଥିଲେ ଏବଂ ଏଥିରୁ ନିବୃତ୍ତ ନହେଲେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଭୟଭୀତ କରାଇଛନ୍ତି । ଦିନ ଦ୍ୱିପହରରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଗୁଣ୍ଡାମାନଙ୍କ ଧମକ ଅତ୍ୟନ୍ତ ନିନ୍ଦନୀୟ।

ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ଜୋନ ବିଜେପି ଦଳୀୟ ପ୍ରାର୍ଥୀ ରୀନା କବାସିଙ୍କୁ ଗତ ଜାନୁଆରୀ ୨୩ ତାରିଖ ଦିନ ଅପହରଣ କରି ତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଓ ଲାଂଚ ପ୍ରଦାନ କରିଥିବା ହୋମଗାର୍ଡ ସୁଧୀର ସ୍ୱାଇଁଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଗତ ୧ ତାରିଖ ଭଦ୍ରକ ବ୍ଲକରେ ବିଜେପି କର୍ମୀ ଶୁଭାଶିଷ ଗିରିଙ୍କୁ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ନିର୍ମମ ହତ୍ୟା କରାଯିବା ଏବଂ ଅଭିଯୁକ୍ତଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ସିଧାସଳଖ ରାଜ୍ୟରେ ଭୟମୁକ୍ତ ନିର୍ବାଚନକୁ ନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପ୍ରତିନିଧି ଦଳରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଅନିତା ଶୁଭଦର୍ଶିନୀ, ହେମନ୍ତ ପାଢୀ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story