ଭଦ୍ରକ (ଓଡ଼ିଶା ରିପୋର୍ଟର): କୁହାଯାଏ ମଧୁର ସଂପର୍କଠୁ ବଳି ଆଉ କୌଣସି ଜିନିଷ ବଡ଼ ନୁହେଁ । ଯାହାକି ମଣିଷକୁ ମର୍ତ୍ତରେ ବି ସ୍ୱର୍ଗୀୟ ଆନନ୍ଦ ଦେଇଥାଏ । ମନରେ ଏକ ଅପୂର୍ବ ଖୁସି ଖେଳିଯାଏ । ଏମିତି ଏକ ମଧୁର ଓ ଅଭୁଲା ସଂପର୍କକୁ ଦେଖିବାକୁ ମିଳିଛି । ଯାହା ସଦ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।
ଜଣେ ଡାକ୍ତର ଓ ଜଣେ ରୋଗୀଙ୍କ ସୁସଂପର୍କକୁ ଚର୍ଚ୍ଚା ଚାଲିଛି । ଚିକିତ୍ସା କରିଥିବା ଡାକ୍ତରଙ୍କୁ ଚାରି ବର୍ଷ ପରେ ଦେଖି ଖୁସିରେ ବିଭୋର ହୋଇଛନ୍ତି ଏହି ବୃଦ୍ଧା ରୋଗୀ ଜଣକ । ମେଡିକାଲରେ ଡାକ୍ତରଙ୍କୁ ଆଲିଙ୍ଗନ କରିବା ସହ ଆଶୀର୍ବାଦ ମଧ୍ୟ ଦେଇଛନ୍ତି।
ସୂଚନା ଯେ, ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ହେଉଛି ଭଦ୍ରକ ଅଞ୍ଚଳର। ଚରମ୍ପା ଅଞ୍ଚଳର ଜଣେ ବୃଦ୍ଧା ଚାରିବର୍ଷ ତଳେ ଅସ୍ଥିଶଲ୍ୟ ରୋଗରେ ପୀଡିତ ହୋଇଥିଲେ । ପରେ ଭଦ୍ରକ ମେଡିକାଲର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଆର୍ଯ୍ୟ ମିଶ୍ରଙ୍କ ନିକଟରେ ଚିକିତ୍ସିତ ହୋଇ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ଦୀର୍ଘ ଚାରିବର୍ଷ ପରେ ବୃଦ୍ଧା ଯେତେବେଳେ ଡାକ୍ତରଙ୍କୁ ଭେଟିଲେ ଖୁସିରେ ଆତ୍ମ ବିଭୋର ହୋଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା: ଆସନ୍ତା ସପ୍ତାହରେ ହେବ ଏମଓୟୁ
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।
Miscellaneous
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି
ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ ।
Politics
‘ଓଡ଼ିଶାକୁ ଲୁଟ୍ ପାଇଁ ପାଣ୍ଡିଆନ୍ଙ୍କୁ ଠିକା ଦେଇଥିଲେ ନବୀନ’
ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ବିଜେଡି ସରକାରରେ CMOକୁ କରପସନ, କମିଶନ ଓ କଲେକ୍ସନର ହବ୍ କରାଯାଇଥିଲା। ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ।
Miscellaneous
୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଅଯୋଧ୍ୟାକୁ ଗଡ଼ିବ ବସ୍
OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଯିବ।