ଭିଷ୍ଟା ସିଏମଡି ଦେବଙ୍କୁ ରିମାଣ୍ଡରେ ନେଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଚିଟ୍ ଫଣ୍ଡ ଠକେଇ ମାମଲାରେ ଗତକାଲି ଗିରଫ ହୋଇଥିବା ଭିଷ୍ଟା ଗ୍ରୁପର ସିଏମଡି ଦେବ କୁମାର ପଣ୍ଡାଙ୍କୁ ସୋମବାର କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୩ ଦିନି ପାଇଁ ରିମାଣ୍ଡରେ ନେଇଛି। ଗତକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ଦେବଙ୍କୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ହିଁ ଗିରଫ କରିଥିଲା। ସେ ବିଶାଖାପାଟଣା ଯାଇ ସେଠାରୁ କୁଆଲାଲମପୁର ଯାଇଥାଆନ୍ତେ ବୋଲି କ୍ରାଇମ ବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା ସୂଚନା ଦେଥିଲେ। ତାଙ୍କ ଠାରୁ ଭିସା […]

debkumarpanda

Rakesh Mallick
  • Published: Monday, 18 May 2015
  • , Updated: 18 May 2015, 04:01 PM IST

ଭୁବନେଶ୍ୱର: ଚିଟ୍ ଫଣ୍ଡ ଠକେଇ ମାମଲାରେ ଗତକାଲି ଗିରଫ ହୋଇଥିବା ଭିଷ୍ଟା ଗ୍ରୁପର ସିଏମଡି ଦେବ କୁମାର ପଣ୍ଡାଙ୍କୁ ସୋମବାର କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୩ ଦିନି ପାଇଁ ରିମାଣ୍ଡରେ ନେଇଛି। ଗତକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ଦେବଙ୍କୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ହିଁ ଗିରଫ କରିଥିଲା। ସେ ବିଶାଖାପାଟଣା ଯାଇ ସେଠାରୁ କୁଆଲାଲମପୁର ଯାଇଥାଆନ୍ତେ ବୋଲି କ୍ରାଇମ ବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା ସୂଚନା ଦେଥିଲେ। ତାଙ୍କ ଠାରୁ ଭିସା ଓ ସିଙ୍ଗାପୁରର ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଭିଷ୍ଟା କଂପାନୀ କଳାହାଣ୍ଡି ଓ ବଲାଙ୍ଗୀରରୁ ଜମାକାରୀମାନଙ୍କ ଠାରୁ ୫୦ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

Related story