ଭୋଟ ବେଳେ ମୁଁ କେବଳ ବିଜେଡି ଲୋକଙ୍କ କଥା ବୁଝେ: ପ୍ରମିଳା ମଲ୍ଲିକ

ଯାଜପୁର: ବିଞ୍ଝାରପୁର ବିଧାୟିକା ତଥା ବିଜେଡି ନେତା ପ୍ରମିଳା ମଲ୍ଲିକ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରମିଳା ପାଲଟପୁର ଓ ଥାଲକୁଡି ପଞ୍ଚାୟତକୁ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ଭୋଟର ତାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ପ୍ରମିଳା ଉତ୍‌କ୍ଷିପ୍ତ ହୋଇଯିବା ସହ ପ୍ରଶ୍ନ କରୁଥିବା ଲୋକେ କଂଗ୍ରେସର ବୋଲି କହିବାକୁ ପଛାଇ ନ ଥିଲେ। ଏଫସିଆଇ ଗୋଦାମ, ରେଜିଷ୍ଟ୍ରି ଅଫିସ ଓ ତହସିଲ କାର୍ଯ୍ୟାଳୟ ମଙ୍ଗଳପୁର ପଞ୍ଚାୟତକୁ ପଳାଇବା ଓ […]

bjd

Rakesh Mallick
  • Published: Monday, 06 February 2017
  • , Updated: 06 February 2017, 03:30 PM IST

ଯାଜପୁର: ବିଞ୍ଝାରପୁର ବିଧାୟିକା ତଥା ବିଜେଡି ନେତା ପ୍ରମିଳା ମଲ୍ଲିକ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରମିଳା ପାଲଟପୁର ଓ ଥାଲକୁଡି ପଞ୍ଚାୟତକୁ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ଭୋଟର ତାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ପ୍ରମିଳା ଉତ୍‌କ୍ଷିପ୍ତ ହୋଇଯିବା ସହ ପ୍ରଶ୍ନ କରୁଥିବା ଲୋକେ କଂଗ୍ରେସର ବୋଲି କହିବାକୁ ପଛାଇ ନ ଥିଲେ।

ଏଫସିଆଇ ଗୋଦାମ, ରେଜିଷ୍ଟ୍ରି ଅଫିସ ଓ ତହସିଲ କାର୍ଯ୍ୟାଳୟ ମଙ୍ଗଳପୁର ପଞ୍ଚାୟତକୁ ପଳାଇବା ଓ ମେଡିକାଲ ଯିବାକୁ ଥିବା ନେଇ ସାଧାରଣ ଲୋକେ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ବ୍ଲକ ମୁଖ୍ୟାଳୟ ହିସାବରେ ଏସବୁ କାର୍ଯ୍ୟାଳୟ ଯାଇଥିବା ବିଧାୟିକା ଉତ୍ତର ଦେଇ ଥିଲେ ମଧ୍ୟ ଏହା ସ୍ଥାନୀୟ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ଏଥିରେ ବିଧାୟକ ରାଗିଯାଇ ପ୍ରଶ୍ନ କରୁଥିବା ଲୋକେ କଂଗ୍ରେସର ବୋଲି ଅଭିଯୋଗ କରିବା ସହ ସେମାନଙ୍କର ପ୍ରଶ୍ନ ପଚାରିବାର ଅଧିକାର ନାହିଁ ବୋଲି କହିଥିଲେ। ଭୋଟ ବେଳେ ଅନ୍ୟ କାହାର ନୁହେଁ ବିଜେଡି ଲୋକଙ୍କ କଥା ବୁଝନ୍ତି ବୋଲି କହି ପକାଇଥିଲେ ବିଧାୟିକା। ଏହାସହ ମୋବାଇଲେ ରେକର୍ଡିଂ କରୁଥିବା କିଛି ଯୁବକଙ୍କୁ ମଧ୍ୟ କାହିଁକି ରେକର୍ଡିଂ କରୁଛ ବୋଲି କହିଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସାଧାରଣ ଲୋକ ହିସାବରେ ପ୍ରଶ୍ନ ପଚାରିବାର ସେମାନଙ୍କର ଅଧିକାର ଥିବା କହିଥିଲେ ମଧ୍ୟ ବିଧାୟିକା କିଛି ନ ଶୁଣି ସେଠାରୁ ଚାଲି ଯାଇଥିଲେ।

Related story