କାନ୍ଥ ଭୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟଣା: କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ/ଭୁବନେଶ୍ୱର/ ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ଅଳସୁଆ ହାଟରେ ପରିତ୍ୟକ୍ତ କାନ୍ଥ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟଣାର ୩୦ ଘଣ୍ଟାରୁ ଅଧିକ ସମୟ ବିତିଲାଣି। ତଥାପି ନା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ନା ଆରମ୍ଭ ହୋଇଛି ଅଘଟଣର କାରଣ ଖୋଜା। ସ୍ଥାନୀୟ ପୌରସଂସ୍ଥା କେବଳ କିଛି ପରିତ୍ୟକ୍ତ କାନ୍ଥ ଓ ଘର ଭାଙ୍ଗିଦେଇ ଚୁପ୍ ବସିଯାଇଛି। ଏପଟେ ଢେଙ୍କାନାଳ ଅଘଟଣ ପରେ ରାଜଧାନୀ ସମେତ ଆଉ କିଛି ସହରରେ ଏଭଳି ସମ୍ଭାବ୍ୟ ବିପଦଜ୍ଜନକ ସ୍ଥିତି ସଂପର୍କରେ […]

wall-collapse-1

wall-collapse-1

Tapas Behera
  • Published: Monday, 10 June 2019
  • Updated: 10 June 2019, 08:53 PM IST

ଢେଙ୍କାନାଳ/ଭୁବନେଶ୍ୱର/ ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ଅଳସୁଆ ହାଟରେ ପରିତ୍ୟକ୍ତ କାନ୍ଥ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟଣାର ୩୦ ଘଣ୍ଟାରୁ ଅଧିକ ସମୟ ବିତିଲାଣି। ତଥାପି ନା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ନା ଆରମ୍ଭ ହୋଇଛି ଅଘଟଣର କାରଣ ଖୋଜା। ସ୍ଥାନୀୟ ପୌରସଂସ୍ଥା କେବଳ କିଛି ପରିତ୍ୟକ୍ତ କାନ୍ଥ ଓ ଘର ଭାଙ୍ଗିଦେଇ ଚୁପ୍ ବସିଯାଇଛି। ଏପଟେ ଢେଙ୍କାନାଳ ଅଘଟଣ ପରେ ରାଜଧାନୀ ସମେତ ଆଉ କିଛି ସହରରେ ଏଭଳି ସମ୍ଭାବ୍ୟ ବିପଦଜ୍ଜନକ ସ୍ଥିତି ସଂପର୍କରେ ଖୋଳତାଡ଼ କରିଥିଲା ଓଟିଭି।

ଇଏ ମାର୍କେଟ୍ କମ୍ପ୍ଲେକ୍ସ ନା ମରଣ ଯନ୍ତା ? ଅବସ୍ଥା ଏମିତି, ହୁଏତ ପାରା ପର ଝାଡ଼ିଲେ ବି ଧରାଶାୟୀ ହୋଇପାରେ ଏଇ ଦୁଇ ମହଲା କୋଠା। ତଥାପି ଏଠି ଚାଲିଛି ୨୭ଟି ଦୋକାନ।

ଭୁବନେଶ୍ୱରର ଏହି ଲିଙ୍ଗରାଜ ମାର୍କେଟ୍ କମ୍ପ୍ଲେକ୍ସକୁ ୨୦୧୩ ମସିହାରୁ ଅସୁରକ୍ଷିତ ଘୋଷଣା କରିଛି ବିଏମ୍‌ସି। ପାଖରେ ଓଟିଡିସି ପକ୍ଷରୁ ନୂଆ କମ୍ପ୍ଲେକ୍ସ ବି ତିଆରି ସରିଛି। କିନ୍ତୁ ୬ ବର୍ଷ ହେଲା କୋଠା ଭଙ୍ଗାଯାଉ ନାହିଁ କି ଏଠାରୁ ଏଇ ଦୋକାନୀଙ୍କୁ ନୂଆ କୋଠାକୁ ସ୍ଥାନାନ୍ତର କରାଯାଉନାହିଁ।  ପ୍ରଶ୍ନ ଉଠୁଛି, ଯଦି କାଲି କିଛି ଅଘଟଣ ଘଟେ, ତେବେ ଏଥିପାଇଁ ଦାୟୀ କିଏ ରହିବ?

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟ ପରିସରକୁ ରାତି ପାହିଲେ ଶହଶହ ଗୃହପାଳିତ ପଶୁଙ୍କୁ ଧରି ଲୋକେ ଆସୁଥିବା ବେଳେ, ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ଏକାଧିକ ପରିତ୍ୟକ୍ତ ଘର। ଆଉ ବାଲେଶ୍ୱର ଜିଲ୍ଲାର ସର୍ବପୁରାତନ ଉତ୍କଳ ବାଳାଶ୍ରମ କଥା ତ ନକିହବା ଭଲ। ବ୍ରିଟିଶ ଅମଳର ଏ କୋଠାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲେ ବି ଏହାକୁ ଭଙ୍ଗାଯାଉନାହିଁ। ଏଠାରେ ପିଲାମାନେ ରହୁନାହାନ୍ତି ସତ, କିନ୍ତୁ ବାଳାଶ୍ରମ କାର୍ଯ୍ୟାଳୟ ଚାଲିଥିବାରୁ ଓ ପିଲାମାନେ ଖେଳକୁଦ କରୁଥିବାରୁ କେତେବେଳେ ବି ଅଘଟଣ ଘଟିପାରେ।

ସେପଟେ ଢେଙ୍କାନାଳରେ କାନ୍ଥ ଭୁଶୁଡ଼ି ୪ଜଣଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ହଂସରାଜ ରାଇସ ମିଲ୍ ମାଲିକଙ୍କ ପାଇଁ ବଢ଼ିଛି ଅଡ଼ୁଆ। ପରିତ୍ୟକ୍ତ କାନ୍ଥକୁ ନଭାଙ୍ଗି ଲୋକଙ୍କ ଜୀବନକୁ ବିପଦରେ ପକାଇଥିବାରୁ ମିଲ୍ ମାଲିକଙ୍କ ବିରୋଧରେ ଆଇପିସି ଧାରା ୩୩୭ ଓ ୩୦୪-A ରେ ଅପରାଧିକ ମାମଲା ରୁଜୁ ହେବ ବୋଲି ଏସ୍‌ପି କହିଛନ୍ତି। ତେବେ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରୁଥିବା ବେଳେ, ମାତ୍ର ବର୍ଷେ ହେଲା ଅଳସୁଆ ହାଟ ପୌରସଂସ୍ଥା ଅଧୀନକୁ ଆସିଥିଲା ଏବଂ ଅଘଟଣ ସ୍ଥାନଟି ହାଟ ପରିସରରେ ଆସୁନଥିବା କହି ନିଜ ଉପରୁ ଦୋଷ ଛଡ଼ାଇଛନ୍ତି ପୌରସଂସ୍ଥା ନିର୍ବାହୀ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos