୨୦ବର୍ଷ ଶାସନରେ ରହିବା ପରେ ବି ପାଣିମୁନ୍ଦେ ଯୋଗାଇବାରେ ବିଜେଡି ବିଫଳ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଗତ ୨୦ ବର୍ଷ ଧରି କ୍ଷମତାରେ ରହିଥିବା ସତ୍ତେ୍ୱ ରାଜ୍ୟବାସୀଙ୍କୁ ସ୍ୱଚ୍ଛ ପାଣି ମୁନ୍ଦେ ଯୋଗାଇବାରେ କ୍ଷମତାସୀନ ବିଜେଡି ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଉ ଏହି ତଥ୍ୟ ଲୁଚାଇବା ପାଇଁ ବିଧାନସଭାରେ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଓଡ଼ିଶାର ୮୦ ପ୍ରତିଶତ ଲୋକ ନିଜସ୍ୱ ବ୍ୟବସ୍ଥାରେ […]

bjPmmmmmmmmmmmmmmmm

bjPmmmmmmmmmmmmmmmm

Tapas Behera
  • Published: Wednesday, 20 November 2019
  • Updated: 20 November 2019, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଗତ ୨୦ ବର୍ଷ ଧରି କ୍ଷମତାରେ ରହିଥିବା ସତ୍ତେ୍ୱ ରାଜ୍ୟବାସୀଙ୍କୁ ସ୍ୱଚ୍ଛ ପାଣି ମୁନ୍ଦେ ଯୋଗାଇବାରେ କ୍ଷମତାସୀନ ବିଜେଡି ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଉ ଏହି ତଥ୍ୟ ଲୁଚାଇବା ପାଇଁ ବିଧାନସଭାରେ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଓଡ଼ିଶାର ୮୦ ପ୍ରତିଶତ ଲୋକ ନିଜସ୍ୱ ବ୍ୟବସ୍ଥାରେ ନିଜର ପାନୀୟ ଜଳର ଚାହିଦା ମେଣ୍ଟାଉଛନ୍ତି। ବିଶେଷକରି ଏହି ଚାହିଦା ମେଣ୍ଟଇବାକୁ ରାଜ୍ୟବାସୀ ସାଧାରଣରେ କୂଅ, ନଳକୂପ, ଚୁଆ ଆଦି ଉପରେ ନିର୍ଭର କରୁଛନ୍ତିା ରାଜଧାନୀ ଭୁବନେଶ୍ୱରରେ ମାତ୍ର ୧୪% ଲୋକଙ୍କୁ ସରକାର ପାଇପ ଯୋଗେ ପାଣି ଯୋଗାଉଥିବାବେଳେ ବଳକା ୮୬% ଲୋକ ଏବେବି ପାଇପ ପାଣିରୁ ବଞ୍ôଚତ। ସେହିପରି ଗ୍ରାମାଂଚଳରେ ଏବେସୁଦ୍ଧା ମାତ୍ର ୩.୫% ଘରକୁ ପାଇପ ଯୋଗେ ପାନୀୟ ଜଳ ଆସୁଛି। ୨୦୨୦ ମସିହା ସୁଦ୍ଧା ସମଗ୍ର ରାଜ୍ୟବାସୀଙ୍କ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଜେଡି ସରକାର ବିଫଳ ହୋଇଛନ୍ତି।

ଗୋଟିଏ ଗଣମାଧ୍ୟମରେ ରିପୋର୍ଟକୁ ଆଧାର କରି ଭୁବନେଶ୍ୱର ଭାରତବର୍ଷରେ ଶୁଦ୍ଧ ପାନୀୟଜଳ ଯୋଗାଇବାରେ ଦେଶରେ ଦ୍ୱିତୀୟ ବୋଲି ଶାସକ ବିଜେଡି ପ୍ରଚାର କଲା । ମାତ୍ର ନିତି ଆୟୋଗ ଏବଂ ଅନ୍ୟାନ୍ୟ ଏଜେନ୍ସି ଯଥା ଡେଭଲପମେଣ୍ଟ୍ ଅଲଟରନେଟିଭିସ, କେପିଏମ୍ଜି ଏବଂ ଜର୍ମାନୀର ହ୍ୟାନରିକ୍ ବୋଲ୍ ଭଳି ଏମିତି ଅନେକ ଜାତୀୟ ଓ ଆନ୍ତର୍ଜାତିକ ଗବେଷଣାକାରୀ ସଂସ୍ଥାମାନଙ୍କ ତଥ୍ୟ ଏକାଠି କଲାପରେ ଜଣାପଡୁଛି ଯେ, ଓଡ଼ିଶାର ପାନୀୟ ଜଳ ଅନେକ ମାତ୍ରାରେ ଦୂଷିତ ଏବଂ ଉପଯୋଗୀହୀନ। ୨୦ବର୍ଷ ଶାସନରେ ରହିଲା ପରେ ମଧ୍ୟ ଶାସକ ବିଜେଡି ଏବେସୁଦ୍ଧା ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ନୀତି ଆୟୋଗଙ୍କ ୱାଟର ଇଣ୍ଡେକ୍ସ ରିପୋର୍ଟରେ ସ୍ପଷ୍ଟ ଭାବେ ହୋଇଛି ଯେ, ପାନୀୟ ଜଳ ଯୋଗାଣରେ ଆବଶ୍ୟକୀୟ ୨୩ଟା ପାରାମିଟର୍ରୁ ୧୮ଟାରେ ଓଡିଶା ଫେଲ୍ ହୋଇଛି। ଲଗାତାର୍ ଭାବରେ ଓଡ଼ିଶାର ସ୍ଥାନ ଖସି ଖସି ଏବେ ୧୮ଟି ବଡ଼ ରାଜ୍ୟରୁ ୧୪ତମ ସ୍ଥାନରେ ଓଡ଼ଶା ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଦ୍ୱିତୀୟତଃ, ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସହରଗୁଡ଼ିକରୁ ଯେତିକି ବର୍ଜ୍ୟ ପାଣି ବାହାରୁଛି, ସେଥିରୁ ମାତ୍ର ୬% ଉପଯୋଗ କରିବାର କ୍ଷମତା ରାଜ୍ୟ ସରକାରଙ୍କର ଥିବାବେଳେ ବଳକା ୯୪ ପ୍ରତିଶତ ଅନୁପଯୋଗ ପାଣି ବୋହିଯାଇ ମାଟି ତଳେ ଥିବା ଶୁଦ୍ଧ ପାଣିକୁ ଦୂଷିତ କରୁଛି । ଏହି ପାଣିରୁ ହିଁ ସାଧାରଣ ଲୋକେ ବୋରିଙ୍ଗ କରି ପାଣି ବ୍ୟବହାର କରୁଥିବା କାରଣରୁ ଲୋକମାନଙ୍କୁ ଜଣ୍ଡିସ୍, ଡାଇରିଆ, କିଡନୀ ରୋଗ ଭଳି ମାରାତ୍ମକ ରୋଗ ହେଉଛି। ତେଣୁ ଯେଉଁ ପାଣି ପାଇପ୍ ଯୋଗେ ମିଳୁଛି ତାହା କେତେ ମାତ୍ରାରେ ଶୁଦ୍ଧ, ଏଥିରୁ ଜଣାପଡ଼ି ଯାଉଛି ବୋଲି ଡ.ସାମନ୍ତସିଂହାର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର୍ ରଞ୍ଜିତ୍ ଦାସ୍ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos