ବର୍ଷା ଅଭାବରୁ ଘନଉଛି ବିପଦ: ହୀରାକୁଦ ସମେତ ପ୍ରମୁଖ ଜଳଭଣ୍ଡାରରେ ସ୍ଥିତି ସାଂଘାତିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜଳଭଣ୍ଡାରରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି। ହୀରାକୁଦ ସମେତ ପ୍ରମୁଖ ଜଳଭଣ୍ଡାର ଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ଯଥେଷ୍ଟ କମ ପାଣି ରହିଛି। ସ୍ଥିତି ଏମିତି ହୋଇଛି ଯେ, ହୀରାକୁଦ ଓ ଅନ୍ୟ ଡ୍ୟାମ୍‌ରୁ ଜଳ ବିଦ୍ୟୁତ ଉତ୍ପାଦନ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଯଦି ଶୀଘ୍ର ପର୍ଯ୍ୟାପ୍ତ ପରିମାଣର ବର୍ଷା ନହୁଏ, ତେବେ ଶିଳ୍ପ ଓ ଚାଷ ପାଇଁ ପାଣି ଯୋଗାଣ ପ୍ରଭାବିତ ହେବ। ଏଭଳି ସ୍ଥିତିରେ […]

water-level-receding-fast-in-odisha-reservoirs-including-hirakud

Manoranjan Sial
  • Published: Monday, 22 July 2019
  • Updated: 22 July 2019, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜଳଭଣ୍ଡାରରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି। ହୀରାକୁଦ ସମେତ ପ୍ରମୁଖ ଜଳଭଣ୍ଡାର ଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ଯଥେଷ୍ଟ କମ ପାଣି ରହିଛି। ସ୍ଥିତି ଏମିତି ହୋଇଛି ଯେ, ହୀରାକୁଦ ଓ ଅନ୍ୟ ଡ୍ୟାମ୍‌ରୁ ଜଳ ବିଦ୍ୟୁତ ଉତ୍ପାଦନ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଯଦି ଶୀଘ୍ର ପର୍ଯ୍ୟାପ୍ତ ପରିମାଣର ବର୍ଷା ନହୁଏ, ତେବେ ଶିଳ୍ପ ଓ ଚାଷ ପାଇଁ ପାଣି ଯୋଗାଣ ପ୍ରଭାବିତ ହେବ। ଏଭଳି ସ୍ଥିତିରେ ଜଳ ପରିଚାଳନା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି।

ଓଡ଼ିଶାର ବଡ଼ ନଦୀ ହେଉଛି ମହାନଦୀ। ଏବେ ଏହାର ପଠା ଶୁଖିଲା ପଡ଼ିଛି। ଯେଉଁଆଡ଼େ ଚାହିଁଲେ ବି ମରୁଭୂମି ପରି କେବଳ ବାଲି ଆଉ ବାଲି ଦେଖାଯାଉଛି। ଓଡ଼ିଶାକୁ ମହାନଦୀର ଏଣ୍ଟ୍ରିପଏଣ୍ଟ କୁହାଯାଉଥିବା ଶୁଖାସୋଢା ପାଖ ସୁରଜଗଡ଼ରେ ମରୁଭୂମି ପରି କେବଳ ବାଲି ଆଉ ବାଲି ଦେଖାଯାଉଛି। ପାଣି ବୋଲି ଟୋପାଏ ନାହିଁ।

ହୀରାକୁଦ ଉପରମୁଣ୍ଡରେ ବର୍ଷା ଅଭାବ ଜନିତ ସ୍ଥିତି ଅତି ଗମ୍ଭୀର ଥିବାରୁ ଜଳଭଣ୍ଡାରରୁ ଜଳସ୍ତର ହ୍ରାସ ପାଇଛି। ଗତବର୍ଷ ଜୁଲାଇ ୨୦ ତାରିଖରେ ଜଳସ୍ତର ୬୦୭.୨୫ ଫୁଟ୍ ଥିବା ବେଳେ ଚଳିତବର୍ଷ ସମାନ ତାରିଖରେ ରହିଛି ୫୯୯.୮୩ ଫୁଟ୍। ଆଜି ଜଳସ୍ତର ଆହୁରି କମି ୫୯୮.୮୫ ଫୁଟ୍‌ରେ ପହଞ୍ଚିଛି। ଏବେ ସେକେଣ୍ଡ ପ୍ରତି ୨୩୦୦ ଘନଫୁଟ୍ ଜଳ ହୀରାକୁଦକୁ ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓ୍ୱାର ଚ୍ୟାନେଲ୍ ଦେଇ ସେକେଣ୍ଡ ପ୍ରତି ୧୨ ହଜାର ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ଯାହାଦ୍ୱାରା ଜଳସ୍ତର କମିବାରେ ଲାଗିଛି। ଗତବର୍ଷ ଜୁଲାଇ ୨୫ ତାରିଖରେ ବନ୍ୟାଜଳ ଛଡ଼ା ଯାଇଥିବା ବେଳେ ଏଥର ପ୍ରଥମ ବନ୍ୟାଜଳ କେବେ ଛଡ଼ା ଯିବ, ତାହା ବି ଅନିଶ୍ଚିତତା ଭିତରେ ରହିଛି।

ହୀରାକୁଦ ଉପରମୁଣ୍ଡରେ ବର୍ଷା ନାହିଁ। ମହାନଦୀ ବେସିନ୍‌ରେ ମଧ୍ୟ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି। କେବଳ ହୀରାକୁଦ ନୁହେଁ ବାଲିମେଳା, ରେଙ୍ଗାଲି, ମାଛକୁଣ୍ଡ ଆଦି ଜଳଭଣ୍ଡାରରେ ମଧ୍ୟ ଗତବର୍ଷ ତୁଳନାରେ ଜଳସ୍ତର କମିଛି। ସେହିପରି ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗତବର୍ଷ ଜଳସ୍ତର ୬୩୩.୦୪ ମିଟର ରହିଥିବା ବେଳେ ଚଳିତ ଥର ରହିଛି ୬୩୦. ୫୮ ମିଟର।

ସେପଟେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଥିବାରୁ ତାର ପ୍ରଭାବ ପଡ଼ିବା ବି ଆରମ୍ଭ ହୋଇଛି। ତେଣୁ ବାଧ୍ୟ ହୋଇ ହୀରାକୁଦରୁ ଜଳ ବିଦ୍ୟୁତ ଉତ୍ପାଦନ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଅନ୍ୟ ଜଳ ଭଣ୍ଡାରରେ ମଧ୍ୟ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story