ଚାଲୁଛନ୍ତି ମାଇଲିଏ ବାଟ,ଟୋପାଏ ପାଣି ପାଇଁ ହେଉଛନ୍ତି ହିନସ୍ତା

ମାଲକାନଗିରି(ଜିତେନ୍ଦ୍ର ବେଉରା): ପାଣି ପାଇଁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା। ଧୁ ଧୁ ଖରାରେ ଆବଡ଼ା ଖାବଡ଼ା ପାହାଡ଼ିଆ ରାସ୍ତାରେ ପାଣି ଗରାଟେ ଲାଗି ସଂଘର୍ଷ କରୁଛନ୍ତି ବଣ୍ଡା ଆଦିବାସୀ। ଏ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଅନ୍ତର୍ଗତ ଦାନ୍ତିପଡ଼ା ଗାଁରେ। ଖରାଦିନେ ଏବେ ଏହି ଗାଁରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ। ଏବେ ଗାଁର ୬୫୦ ଲୋକଙ୍କ ପାଇଁ ରହିଛି ଗୋଟିଏ ମାତ୍ର ନଳକୂପ। ଏହା ସବୁ ଲୋକଙ୍କ ଆବଶ୍ୟକତା ପୂରଣ […]

maxresdefault (1) copy

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 10:58 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ପାଣି ପାଇଁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା। ଧୁ ଧୁ ଖରାରେ ଆବଡ଼ା ଖାବଡ଼ା ପାହାଡ଼ିଆ ରାସ୍ତାରେ ପାଣି ଗରାଟେ ଲାଗି ସଂଘର୍ଷ କରୁଛନ୍ତି ବଣ୍ଡା ଆଦିବାସୀ। ଏ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଅନ୍ତର୍ଗତ ଦାନ୍ତିପଡ଼ା ଗାଁରେ। ଖରାଦିନେ ଏବେ ଏହି ଗାଁରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ।

ଏବେ ଗାଁର ୬୫୦ ଲୋକଙ୍କ ପାଇଁ ରହିଛି ଗୋଟିଏ ମାତ୍ର ନଳକୂପ। ଏହା ସବୁ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନି। ଏଥିପାଇଁ ଦୈନିକ ଏମିତି ଦୂର ଦୂରାନ୍ତକୁ ଯାଇ ଝରଣା ଓ କୋରଡ଼ରୁ ପାଣି ସଂଗ୍ରହ କରୁଛନ୍ତି ବଣ୍ଡା ଆଦିବାସୀ। ପିଇବା ପାଣି ସହ ଅନ୍ୟ ଆବଶ୍ୟକତା ପୂରଣ ଲାଗି ବି ଏଠାକୁ ହିଁ ଆସିବାକୁ ପଡୁଛି।  ଗାଁରେ ଆଉ କିଛି ନଳକୂଅ ବସାଇବାକୁ ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଦାବି ପୂରଣ ହେଇନଥିବା ଲୋକେ ଅଭିଯୋଗ କରିଛନ୍ତି।

ଏହି ସମସ୍ୟା ସମ୍ପର୍କରେ ମାଲକାନଗିରି ଜଳ ପରିମଳ ବିଭାଗର ଅଧିକାରୀ ସତ୍ୟାନନ୍ଦ ରାଉତ କହିଛନ୍ତି,“ ଘାଟି ଅଞ୍ଚଳରେ ଥିବା ଏହି ଗାଁକୁ ରାସ୍ତା ନ ଥିବାରୁ ମେସିନ୍ ଯୋଗେ ନଳକୂଅ ଖୋଳିବା ସମ୍ଭବ ହେଉନି। ତେଣୁ ଏଠାରେ ଅଧିକ ସଂଖ୍ୟାରେ ପରିମଳ କୂଅ ଖୋଳିବାକୁ ଗୁରୁତ୍ୱ ଦେଉଛି ବିଭାଗ।”

ବଣ୍ଡା ଘାଟିର ଇଏ ଗୋଟିଏ ନୁହେଁ, ପୁରା ୩୨ ଗାଁରେ ବି ସମାନ ଜଳକଷ୍ଟ ଭୋଗୁଛନ୍ତି ପ୍ରାୟ ୮ ହଜାର ବଣ୍ଡା ଆଦିବାସୀ। ତେବେ ପାହାଡ଼ି ଝରଣା ଯୋଗୁଁ ସେମାନଙ୍କ ଜୀବନ ବଞ୍ଚି ଯାଉଛି।

Related story