ଆମେ ଏଠି ସାଧୁବାବା ହୋଇ ବସିନାହୁଁ...

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): “… ଆମ ଅଫିସ୍‌ରେ ଟଙ୍କା କାରବାର ଚାଲେ। ମୁଁ ମାନୁଛି। ମୁଁ କନ୍‌ଫ୍ରେସ୍‌ କରୁଛି। ସେକେଣ୍ଡ ପାର୍ଟ ପଇସା କଥା… ଆମେ ଏଠି ସାଧୁବାବା ହୋଇ ବସିନାହୁଁ। ଆପଣ ଖୁସିରେ ଅଫିସ୍‌ରେ ଦେଲେ ଭାଗବଣ୍ଟା କରେ… ମତେ ଏନ୍‌ଭଲପ୍‌ ଭିତରେ ୫୦୦ କି ୨୦୦ ଦେଲେ…। ମୁଁ କୋଉଠି ସେଥିରୁ ଚା’ ପିଇବା ପାଇଁ ଦେଇଦେଲି। … କେବେ ଚାନ୍ଦାଫାନ୍ଦା ଦେଇଦେଲି। ଏଇଟା ହେଉଛି ପୂରା ଫ୍ୟାକ୍ଟ…।” ଇଏ ହେଉଛି ବଲାଙ୍ଗିରର ପୂର୍ବତନ ସବ୍‌ରେଜିଷ୍ଟ୍ରାର […]

Balangir

Balangir

Manoranjan Sial
  • Published: Thursday, 14 July 2022
  • Updated: 14 July 2022, 09:29 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): “... ଆମ ଅଫିସ୍‌ରେ ଟଙ୍କା କାରବାର ଚାଲେ। ମୁଁ ମାନୁଛି। ମୁଁ କନ୍‌ଫ୍ରେସ୍‌ କରୁଛି। ସେକେଣ୍ଡ ପାର୍ଟ ପଇସା କଥା... ଆମେ ଏଠି ସାଧୁବାବା ହୋଇ ବସିନାହୁଁ। ଆପଣ ଖୁସିରେ ଅଫିସ୍‌ରେ ଦେଲେ ଭାଗବଣ୍ଟା କରେ... ମତେ ଏନ୍‌ଭଲପ୍‌ ଭିତରେ ୫୦୦ କି ୨୦୦ ଦେଲେ...। ମୁଁ କୋଉଠି ସେଥିରୁ ଚା’ ପିଇବା ପାଇଁ ଦେଇଦେଲି। ... କେବେ ଚାନ୍ଦାଫାନ୍ଦା ଦେଇଦେଲି। ଏଇଟା ହେଉଛି ପୂରା ଫ୍ୟାକ୍ଟ...।”

ଇଏ ହେଉଛି ବଲାଙ୍ଗିରର ପୂର୍ବତନ ସବ୍‌ରେଜିଷ୍ଟ୍ରାର ପଦ୍ମନାଭ ପୁରୋହିତ ବାହାଦୁରି ପଣିଆର ଭିଡିଓ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସାଧାରଣ କିରାଣୀରୁ ସେ ଏବେ ହୋଇଛନ୍ତି ପ୍ରଶାସନିକ ଅଧିକାରୀ। ଯେଉଁ ଧୂମାମରା ଜମି ଦୁର୍ନୀତି ମାମଲାରେ ବଲାଙ୍ଗିର ତହସିଲଦାର ମଘବାନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତ ନିଲମ୍ବିତ ହୋଇଛନ୍ତି, ସେହି ଘୋଟାର ସେ ହେଉଛନ୍ତି ମୂଳ ସୂତ୍ରଧର।

ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନକଲି କାଗଜପତ୍ର ଚିହ୍ନଟ କରିବାର ସବୁ ସୁବିଧା ଥିଲେ ମଧ୍ୟ ନକଲି ଲୋକଙ୍କୁ ଅସଲି ସଜାଇ ରେଜିଷ୍ଟ୍ରି କରାଇଥିଲେ ପଦ୍ମନାଭ ପୁରୋହିତ। ତା’ପରେ ଆଉ ଗୋଟିଏ ପାଦ ଆଗକୁ ଯାଇ ରେଜିଷ୍ଟ୍ରି ହୋଇଥିବା ଜମିଠାରୁ ଅଧିକ ପରିମାଣର ଜମିର ପଟ୍ଟା କରିଦେଲେ। ନକଲି କ୍ରେତା ଓ ବିକ୍ରେତାଙ୍କୁ ନେଇ ଏମିତି ଅନେକ ଜମିର ରେଜିଷ୍ଟ୍ରି କରାଇଥିବାର ଅଭିଯୋଗ ପଦ୍ମନାଭଙ୍କ ନାଁରେ ରହିଛି।

ବର୍ତ୍ତମାନ ବଲାଙ୍ଗିର ଡିଏସ୍‌ଆରଙ୍କ କହିବା କଥା କାର୍ଯ୍ୟାଳୟରେ ନକଲି ଚିହ୍ନଟ ପାଇଁ ସବୁ ବ୍ୟବସ୍ଥା ଅଛି। ତା’ ସତ୍ତ୍ୱେ ନକଲି କାରବାର କରୁଥିଲେ ପଦ୍ମନାଭ। ସବୁଠୁ ବଡ଼ କଥା ହେଉଛି, ପଦ୍ମନାଭଙ୍କ ଅଧିନରେ କାମ କରୁଥିବା କିରାଣୀ ଦୀପକ ବାଗଙ୍କୁ ଗିରଫ କରାଯାଇଛି। ହେଲେ ତାଙ୍କୁ ଯେମିତି ଛୁଟ୍‌ ଦେଇ ଦିଆଯାଇଛି।

ଏବେ ବଲାଙ୍ଗିର ତହସିଲ ଅଫିସରେ ହୋଇଥିବା ଜମି କେଳେଙ୍କାରୀକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ଚିଠି କରିଛି। ଯେଉଁଥିରେ ଧୂମାମରା ଜମି ଦୁର୍ନୀତିରେ ପୂର୍ବତନ ଡିଏସ୍‌ଆର୍‌ ପଦ୍ମନାଭ ପୁରୋହିତଙ୍କ ସବୁ ପ୍ରକାର ସଂପୃକ୍ତିର ସମ୍ଭାବନା ଥିବା ଲେଖାଅଛି। ତାଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି। ଏପରିକି ରେକର୍ଡ କିପର ମକରଧ୍ୱଜ କାଲସାଏ ଓ ଡାଟା ଏଣ୍ଟ୍ରି ଅପରେଟର ସନ୍ତୋଷ କୁମାର ସ୍ୱାଇଁଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେବାକୁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଏହା ଭିତରେ କେବଳ ରେକର୍ଡ କିପର ମକରଧ୍ୱଜ ଗିରଫ ହୋଇଥିବା ବେଳେ ପଦ୍ମନାଭ ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ।

ଅପରପକ୍ଷେ ଧୂମାମରା ଜମି ଦୁର୍ନୀତି ମାମଲାରେ ଆଜି ଜମି ମାଫିଆ ଟିମନ କୁମ୍ଭାରକୁ ଗିରଫ କରାଯାଇଥିବା ବେଳେ ପୂରା କେଳେଙ୍କାରୀରେ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos