ଲୁଚାଛପା ରୋମାନ୍ସ ମୁଡରେ ବିଜେଡି, ଉପବାଚସ୍ପତି ଅଫରକୁ ନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସ୍ପଷ୍ଟ ଜନାଦେଶ ସହ ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ ହେବାପରେ ରାଜ୍ୟ ବିଜେଡିର ଆଭିମୁଖ୍ୟ ରାତାରାତି ବଦଳିଯାଇଛି। ଓଡ଼ିଶା ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ଗଠନମୂଳକ ସହଯୋଗ କରିବା ଓ ସମଦୂରତ୍ୱର ଆଳ ଦେଖାଉଥିବା ବିଜେଡି କିନ୍ତୁ ବାସ୍ତବ କ୍ଷେତ୍ରରେ ଏବେ ବିଜେପି ପ୍ରେମରେ ଉବୁଟୁବୁ ହେଉଛି। ତେବେ ଏହି ପ୍ରେମକୁ ଲୁଚାଛପାରେ ଚଳାଇ ବିଜେଡି ନେତୃତ୍ୱ ନିଜ ରାଜନୀତିକ ଅଙ୍କ କଷିବାରେ ଲାଗିଥିବାବେଳେ ଲୋକସଭା […]

modi

modi

Manoranjan Sial
  • Published: Tuesday, 02 July 2019
  • Updated: 02 July 2019, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସ୍ପଷ୍ଟ ଜନାଦେଶ ସହ ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ ହେବାପରେ ରାଜ୍ୟ ବିଜେଡିର ଆଭିମୁଖ୍ୟ ରାତାରାତି ବଦଳିଯାଇଛି। ଓଡ଼ିଶା ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ଗଠନମୂଳକ ସହଯୋଗ କରିବା ଓ ସମଦୂରତ୍ୱର ଆଳ ଦେଖାଉଥିବା ବିଜେଡି କିନ୍ତୁ ବାସ୍ତବ କ୍ଷେତ୍ରରେ ଏବେ ବିଜେପି ପ୍ରେମରେ ଉବୁଟୁବୁ ହେଉଛି। ତେବେ ଏହି ପ୍ରେମକୁ ଲୁଚାଛପାରେ ଚଳାଇ ବିଜେଡି ନେତୃତ୍ୱ ନିଜ ରାଜନୀତିକ ଅଙ୍କ କଷିବାରେ ଲାଗିଥିବାବେଳେ ଲୋକସଭା ଉପବାଚସ୍ପତି ପଦ ପାଇଁ ମିଳିଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି।

ଇଂରାଜୀ ସମ୍ବାଦପତ୍ର ‘ଇକନମିକ୍ ଟାଇମ୍ସ’ରେ ପ୍ରକାଶିତ ଖବର ଅନୁସାରେ ଲୋକସଭା ଉପବାଚସ୍ପତି ପଦ ପାଇଁ ପ୍ରଥମେ ୱାଇଏସଆର କଂଗ୍ରେସକୁ ପ୍ରସ୍ତାବ ମିଳିଥିଲା। ବିଜେପିର ଶୀର୍ଷର୍ ନେତୃତ୍ୱଙ୍କ ସହ ସୁଦୃଢ଼ ସମ୍ପର୍କ ରଖିବାକୁ ଚାହୁଁଥିବା ୱାଇଏସଆର କଂଗ୍ରେସ କିନ୍ତୁ ରାଜ୍ୟର ରାଜନୀତିକ ବାଧ୍ୟବାଧକତାକୁ ଦୃଷ୍ଟିରେ ରଖି ଏହି ପଦକୁ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଛି। ତା’ପରେ ବିଜେପି ଜାତୀୟ ନେତୃତ୍ୱଙ୍କ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ବିଜେଡିକୁ ଏହି ପଦ ଅଫର୍ କରାଯାଇଥିଲା। କିନ୍ତୁ ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିକଟତର ହେବାକୁ ସୁଯୋଗ ଖୋଜୁଥିବା ନବୀନ ବି ରାଜ୍ୟରେ ନିଜର ରାଜନୀତିକ ସ୍ଥିତି ରକ୍ଷା ପାଇଁ ୱାଇଏସଆର କଂଗ୍ରେସ ମାର୍ଗକୁ ଆପଣାଇଛନ୍ତି। ଯେହେତୁ ଏହି ଉପବାଚସ୍ପତି ପଦ ଚୟନ ପାଇଁ ସେଭଳି କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ ତେଣୁ ବିଜେପି ଏବେ ଏହି ଲୋକସଭା ଉପବାଚସ୍ପତି ନିର୍ବାଚନ ପ୍ରକ୍ରିୟାକୁ ଆଉ କିଛିଦିନ ଗଡ଼ାଇ ଦେବାକୁ ଚାହୁଁଛି। ଶିବସେନା ଏହି ପଦ ପାଇଁ ଆଗ୍ରହୀ ଥିବାରୁ ସମ୍ଭବତଃ ଏନଡିଏର ଅଂଶୀଦାର ଥିବା ଦଳକୁ ଏହି ପଦ ଦେବା ନିମନ୍ତେ ବିଜେପି ନିଷ୍ପତ୍ତି ନେଇପାରେ ବୋଲି ଉକ୍ତ ସମ୍ବାଦପତ୍ର ଅନୁମାନ କରିଛି।

ଏହି ପ୍ରସଙ୍ଗ ବର୍ତ୍ତମାନ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ସଙ୍ଗେସଙ୍ଗେ କେତୋଟି ସ୍ୱାଭାବିକ ପ୍ରଶ୍ନ ଉତଥାପନ କରିଛି। ଲୋକସଭାରେ ବିଜେଡିର ଭର୍ତ୍ତୃହରି ମହତାବଙ୍କ ଭଳି ବରିଷ୍ଠ ସାଂସଦ ଥିବା ସତ୍ତ୍ୱେ ତାଙ୍କ ନାଁକୁ ଆଗକୁ ଆଣିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହିଁକି ଆଗ୍ରହ ଦେଖାଇ ନାହାନ୍ତି? ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଭର୍ତ୍ତୃହରିଙ୍କୁ ଅବ୍ୟାହତି ଦେଇଥିବା ନବୀନ ବିଜେପିର ଅଫରକୁ କାହିଁକି ସ୍ୱୀକାର କଲେନି? ଓଡ଼ିଶାରେ ଗୋଟିଏ ରାଜ୍ୟସଭା ସଭ୍ୟ ପଦ ବିଜେପି ପାଇଁ ଛାଡ଼ିଥିବା ନବୀନ ଉପବାଚସ୍ପତି ପଦକୁ ନା କହିବା ପଛରେ କ’ଣ କାରଣ ଥାଇପାରେ?

ତେବେ ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ନିମନ୍ତେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଉପରେ ନିର୍ଭରଶୀଳ। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ଅନୁରୋଧରେ ନିଶ୍ଚିତ ବିଜୟର ସମ୍ଭାବନା ଥିବା ତୃତୀୟ ରାଜ୍ୟସଭା ଆସନକୁ ଶ୍ରୀ ପଟ୍ଟନାୟକ ବିଜେପିକୁ ଟେକିଦେଇଥିଲେ। ବିଜେପିକୁ ଏଭଳି ଅଯାଚିତ ଭାବେ ରାଜ୍ୟସଭା ଆସନ ଟେକିଦେବାକୁ ନେଇ ଦଳ ଭିତରେ ଚାପା ଅସନ୍ତୋଷ ଦେଖାଦେଇଥିବାବେଳେ ଦଳର ଲକ୍ଷ ଲକ୍ଷ କର୍ମୀଙ୍କ ମନୋବଳକୁ ଶକ୍ତ ଧକ୍କା ଲାଗିଛି। ତେଣୁ ଏବେ ଯଦି ଉପବାଚସ୍ପତି ପଦକୁ ନବୀନ ସ୍ୱୀକାର କରିବେ, ତାହା ବିଜେଡିକୁ ପତନ ଅଭିମୁଖେ ନେଇଯିବ।

ଆଗକୁ ପୌର ନିର୍ବାଚନ ରହିଛି। ବିଜେପି ନିଶ୍ଚିତ ଭାବେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହିଁବ। ଆଉ ବିଜେପି ନେତୃତ୍ୱଙ୍କ ଖୋଲା ପ୍ରେମ ସେତେବେଳେ ବିଜେଡିକୁ ମହଙ୍ଗା ପଡ଼ିପାରେ। ତେଣୁ ନବୀନ ଅତ୍ୟନ୍ତ ଚତୁରତା ସହ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଲୁଚାଛପାରେ ସମ୍ପର୍କ ରଖି ନବୀନ ବିଭିନ୍ନ ପ୍ରକାରର ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତରୁ ନିଜ ସରକାର ଓ ଦଳକୁ ସୁରକ୍ଷିତ ରଖିବାକୁ ଗୋଟିଚାଳନା କରିଛନ୍ତି। ଏହାସହିତ ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଭିତିରି ସମ୍ପର୍କ ଯୋଗୁ ରାଜ୍ୟ ବିଜେପି ଆଉ ନବୀନ ବିରୋଧୀ ସ୍ୱରକୁ ଶାଣିତ କରିପାରିବ ନାହିଁ ଏବଂ ବିଜେଡିର ଏକ ବୃହତ୍ ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟ ନିରବ ରହିବାକୁ ବାଧ୍ୟ ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story