କଣ ହେବ ରାଜ୍ୟ ବଜେଟ୍‌ର ରୂପରେଖ? କେନ୍ଦ୍ରୀୟ ବଜେଟ୍‌ ପରେ ଅଙ୍କ କଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୮ରେ ଆସିବାକୁ ଯାଉଥିବା ରାଜ୍ୟ ବଜେଟ୍‌। ଏହା ପୂର୍ବରୁ ବଜେଟ୍‌କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଏଥର କଣ ହେବ ରାଜ୍ୟ ବଜେଟ୍‌ର ରୂପରେଖ? ବଜେଟ୍‌ ଆକାର ବଢିବ ନା କମିବ? କେତେ କମିବ କେନ୍ଦ୍ରୀୟ ଅନୁଦାନ? କେନ୍ଦ୍ର ବଜେଟ୍‌ ଆସିବା ପରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଅର୍ଥ ବିଭାଗର ହିସାବ କହୁଛି, କେନ୍ଦ୍ର ବଜେଟ ଯୋଗୁ ଏଥର ରାଜ୍ୟର ହିସାବ କିତାବ ଗଡ଼ବଡ଼ ହୋଇପାରେ। କାରଣ ରାଜ୍ୟ, କେନ୍ଦ୍ରଠାରୁ […]

what-in-odisha-budget

what-in-odisha-budget

Manoranjan Sial
  • Published: Monday, 03 February 2020
  • Updated: 03 February 2020, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୮ରେ ଆସିବାକୁ ଯାଉଥିବା ରାଜ୍ୟ ବଜେଟ୍‌। ଏହା ପୂର୍ବରୁ ବଜେଟ୍‌କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଏଥର କଣ ହେବ ରାଜ୍ୟ ବଜେଟ୍‌ର ରୂପରେଖ? ବଜେଟ୍‌ ଆକାର ବଢିବ ନା କମିବ? କେତେ କମିବ କେନ୍ଦ୍ରୀୟ ଅନୁଦାନ? କେନ୍ଦ୍ର ବଜେଟ୍‌ ଆସିବା ପରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଅର୍ଥ ବିଭାଗର ହିସାବ କହୁଛି, କେନ୍ଦ୍ର ବଜେଟ ଯୋଗୁ ଏଥର ରାଜ୍ୟର ହିସାବ କିତାବ ଗଡ଼ବଡ଼ ହୋଇପାରେ। କାରଣ ରାଜ୍ୟ, କେନ୍ଦ୍ରଠାରୁ ଯେଉଁ ପରିମାଣର ଅନୁଦାନ ଆଶା କରୁଥିଲା ତାହା ମିଳିନାହିଁ।

ସେହିପରି କେନ୍ଦ୍ରୀୟ ଟିକସରେ ରାଜ୍ୟମାନଙ୍କ ଅଂଶ ୪୨ରୁ  ୪୧ ପ୍ରତିଶତକୁ ହ୍ରାସ ପାଇଛି। ଫଳରେ ଏବାବଦକୁ ୨୦୧୯-୨୦ରେ ୩୯ ହଜାର ୨୦୬ କୋଟି ମିଳିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୨୦-୨୧ରେ ଏହା ୩୬ ହଜାର ୩ଶହ କୋଟିକୁ କମିଯିବ ବୋଲି ଆକଳନ କରାଯାଉଛି। ଅନ୍ୟପକ୍ଷରେ ରିଭାଇଜଡ୍‌ ଏଷ୍ଟିମେଟ୍‌ ଅନୁସାରେ ମାର୍ଚ୍ଚ ସୁଦ୍ଧା ୩୯ ହଜାର କୋଟି ବଦଳରେ କେବଳ ୩୦ ହଜାର ୪୫୦ କୋଟି ହିଁ ମିଳିବ ବୋଲି ଅର୍ଥ ବିଭାଗ ଆକଳନ କରିଛି। ସେପଟେ ଅନେକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜାନରେ ଏଥର କମ୍ ପାଣ୍ଠି ରଖାଯାଇଥିବାରୁ ସେ ବାବଦରେ ରାଜ୍ୟର ଅନୁଦାନ ମଧ୍ୟ କମିବ। ଆଉ ଏସବୁ ରାଜ୍ୟ ବଜେଟ୍‌ରେ ଆକାର ଓ ବିଭିନ୍ନ ଯୋଜନା ଉପରେ ପ୍ରଭାବ ପକାଇପାରେ।

ଆର୍ଥିକ ମାନ୍ଦାବସ୍ଥା, ରାଜସ୍ୱ ଆଦାୟ ସନ୍ତୋଷଜନକ ନହେବା ଓ ବଢୁଥିବା ଋଣବୋଝ ମଧ୍ୟ ରାଜ୍ୟ ବଜେଟକୁ ପ୍ରଭାବିତ କରିପାରେ। ସେହିପରି ଚଳିତ ଆର୍ଥିକ ବର୍ଷରେ ନିଜସ୍ୱ ଟିକସ ଓ ଅଣଟିକସ ବାବଦରେ ୪୫ ହଜାର ୫ ଶହ କୋଟି ଆଦାୟ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଡିସେମ୍ବର ସୁଦ୍ଧା ଏହି ପରିମାଣ ମାତ୍ର ୩୨ ହଜାର କୋଟିରେ ହିଁ ପହଞ୍ଚିଛି। ତେଣୁ ଟାର୍ଗେଟ୍ ହାସଲ କରିବା ସମ୍ଭାବନା କମ। ଅନ୍ୟପକ୍ଷରେ ଗତବର୍ଷ ଅପେକ୍ଷା ସାମଗ୍ରିକ ଭାବେ ରାଜସ୍ୱ ଆଦାୟ ବୃଦ୍ଧି ୮.୩୯ ପ୍ରତିଶତ ରହିଛି। ଯାହାକି ସନ୍ତୋଷଜନକ ନୁହେଁ। ସେହିପରି ଋଣଭାର ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ ୬ହଜାର କୋଟିରେ ପହଞ୍ଚିବ। ଏସବୁ ବଜେଟକୁ ବେଶ୍‌ ପ୍ରଭାବିତ କରିବାର ଆଶଙ୍କା ରହିଛି।

ରାଜ୍ୟ ସରକାର ମୋ ସରକାର ସହ ପୁରୀ, ଲିଙ୍ଗରାଜ ଆଦି ତୀର୍ଥସ୍ଥାନ ପାଇଁ ସରକାର ବଡ଼ବଡ଼ ଯୋଜନା ଘୋଷଣା କରିଛନ୍ତି। ସେସବୁ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିବାକୁ ପଡ଼ିବ। ଏହାଭିତରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତଭୂମି ଭଳି କ୍ଷେତ୍ରକୁ ସରକାର କେତେ ଅର୍ଥ ଦେବେ ଓ ବଜେଟ୍ କେତେ ସମତୁଲ ହୋଇପାରି ତା ଉପରେ ଏବେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story