ଧରାପଡ଼ିଲା ନବୀନଙ୍କ ଚାଲ୍, କାହିଁକି ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ପଞ୍ଚମ ପାଳି ସରକାରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ମନ୍ତ୍ରୀ ହୋଇଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ସୃଷ୍ଟି କରିଥିବାରୁ ନବୀନଙ୍କ ଏହି ପଦକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାର୍ଯ୍ୟ ଚାପ ଯୋଗୁ ହୁଏତ ମୁଖ୍ୟମନ୍ତ୍ରୀ ଏଭଳି କରିଥାଇପାରନ୍ତି ବୋଲି ବିଜେଡି ନେତାମାନେ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଏବେ […]

naveen

naveen

Manoranjan Sial
  • Published: Monday, 15 July 2019
  • Updated: 15 July 2019, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ପଞ୍ଚମ ପାଳି ସରକାରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ମନ୍ତ୍ରୀ ହୋଇଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ସୃଷ୍ଟି କରିଥିବାରୁ ନବୀନଙ୍କ ଏହି ପଦକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାର୍ଯ୍ୟ ଚାପ ଯୋଗୁ ହୁଏତ ମୁଖ୍ୟମନ୍ତ୍ରୀ ଏଭଳି କରିଥାଇପାରନ୍ତି ବୋଲି ବିଜେଡି ନେତାମାନେ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଏବେ ତା’ର ପ୍ରକୃତ କାରଣ ପଦାକୁ ଆସିଛି। କାର୍ଯ୍ୟ ଚାପ ନୁହେଁ ବରଂ ନବୀନ ନିଜର ଭାବମୂର୍ତ୍ତିକୁ ସୁରକ୍ଷିତ ରଖିବା ପାଇଁ ଦିବ୍ୟଶଙ୍କର ମିଶ୍ରଙ୍କୁ ‘ବଳିବୋଦା’ ଭାବେ ତୟାର କରିଥିବା ଜଣାପଡ଼ିଛି। ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ନିଜର ଅପାରଗତା ଲୁଚାଇବା ପାଇଁ ନବୀନ ଏଭଳି ରଣକୌଶଳ ଆପଣାଇଥିବା ଚର୍ଚ୍ଚା।

ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ସଭ୍ୟମାନେ ପୁରୀର ପଟ୍ଟନାୟିକିଆ ଛକଠାରେ ଟ୍ରିପଲ ମର୍ଡର ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବି କରିଥିଲେ। କିନ୍ତୁ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଗୃହ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଗୃହରେ ବିବୃତି ଦେବାକୁ ପଛଘୁଞ୍ଚା ଦେଇଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାରେ ବିବୃତି ରଖିବେ ବୋଲି ବାଚସ୍ପତି ରୁଲିଂ ଦେବା ସତ୍ତେ୍ୱ କଂଗ୍ରେସ ବିଧାୟକମାନେ ଏହାକୁ ଗ୍ରହଣ କରିନଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ।

ତେବେ ପ୍ରଶ୍ନ ଉଠୁଛି ୧୯ବର୍ଷ ଧରି ଗୃହ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାହିଁକି ଆଇନଶୃଙ୍ଖଳା ପ୍ରସଙ୍ଗରେ ଗୃହରେ ବିବୃତି ଦେବାକୁ ପଛଘୁଞ୍ଚା ଦେଇ ମାତ୍ର ଦେଢ଼ମାସ ପୂର୍ବରୁ ଗୃହ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ଶ୍ରୀ ମିଶ୍ରଙ୍କୁ ବଳିବୋଦା କରୁଛନ୍ତି? କାହିଁକି ଶ୍ରୀ ମିଶ୍ରଙ୍କୁ ବିରୋଧୀ ଦଳର ସଭ୍ୟଙ୍କ ଆକ୍ରୋଶର ଶୀକାର ହେବାକୁ ଛାଡ଼ି ଦେଉଛନ୍ତି? ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ରହିଛି। ଗୃହ ସଚିବଙ୍କଠୁ ଆରମ୍ଭ କରି ପୁଲିସ ଡିଜି ପର୍ଯ୍ୟନ୍ତ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ନିର୍ଦ୍ଦିଷ୍ଟ ଅଫିସରଙ୍କ ସହ ଯୋଗାଯୋଗ କରି ଆଇନଶୃଙ୍ଖଳା କଥା ବୁଝୁଛନ୍ତି। ଶ୍ରୀ ମିଶ୍ରଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଉଠିଥିବା ଅଙ୍ଗୁଳିର ଦିଗ ପରିବର୍ତ୍ତନ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ବିଧାନସଭାରେ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେଉ ଅବା କୌଣସି ଆଇନଶୃଙ୍ଖଳା ପ୍ରସଙ୍ଗ, ସବୁଥିରେ ଶ୍ରୀ ମିଶ୍ରଙ୍କୁ ଆଗକୁ ଅଣାଯାଇ ବିରୋଧୀ ଦଳର ସମାଲୋଚନାର ଶରବ୍ୟ ହେବାକୁ ଛାଡ଼ି ଦିଆଯାଇଛି।

୨୦୦୦ ମସିହାରୁ ଗୃହ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ଆଇନଶୃଙ୍ଖଳାକୁ କିଭଳି ସମ୍ଭାଳିଛନ୍ତି, ତାହା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ଆଜି ବିଧାନସଭାରେ ରଖିଥିବା ଲିଖିତ ଉତ୍ତରରୁ ସ୍ପଷ୍ଟ ହୋଇଛି। ୨୦୧୦ ମସିହାରେ ରାଜ୍ୟରେ ମୋଟ ଅପରାଧ ସଂଖ୍ୟା ୬୮,୫୦୮ ଥିବାବେଳେ ତାହା ୨୦୧୮ ମସିହାରେ ୧,୦୭,୪୦୮ରେ ପହଞ୍ଚିଛି। କ୍ରମାଗତ ଭାବେ ଅପରାଧର ସଂଖ୍ୟା ପ୍ରତିବର୍ଷ ବଢ଼ିଚାଲିଛି। ୨୦୧୧ରେ ୭୩,୬୩୦, ୨୦୧୨ ମସିହାରେ ୮୩,୯୬୦, ୨୦୧୩ ମସିହାରେ ୯୦,୧୮୪, ୨୦୧୪ ମସିହାରେ ୯୩,୬୫୭, ୨୦୧୫ ମସିହାରେ ୧,୦୩,୨୦୦ ଓ ୨୦୧୮ରେ ୧ଲକ୍ଷ ୭ହଜାର ୪୦୮ରେ ପହଞ୍ଚିଛି। ୨୦୧୯ ମେ’ ମାସ ସୁଦ୍ଧା ରାଜ୍ୟରେ ଅପରାଧିକ ମାମଲାର ସଂଖ୍ୟା ୪୫,୬୨୮ ପହଞ୍ଚି ଗଲାଣି।

ଆଉ ଦୁଷ୍କର୍ମ ମାମଲା କଥା ନକହିବା ଭଲ। କାରଣ ୨୦୧୬ ମସିହାରେ ରାଜ୍ୟରେ ମୋଟ ୨୧୪୪ଟି ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ ୨୦୧୭ରେ ଏହା ୨୨୨୧ ଓ ୨୦୧୮ରେ ୨୫୦୨ଟି ମାମଲା ଆସିଥିଲା। ୨୦୧୯ ମେ’ ସୁଦ୍ଧା ୯୩୭ଟି ମାମଲା ରୁଜୁ ହୋଇଛି। ତେଣୁ ଆଇନଶୃଙ୍ଖଳାର ଏଭଳି ବିପର୍ଯ୍ୟସ୍ତ ସ୍ଥିତି ହିଁ ନବୀନଙ୍କୁ ନିଜ ପାଇଁ ସୁରକ୍ଷାଢାଲ ପ୍ରସ୍ତୁତ କରିବାକୁ ବାଧ୍ୟ କରିଛି। ଯାହା ଏବେ ଜଳଜଳ ହୋଇ ଜଣାପଡ଼ିଲାଣି।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story