ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ ପଠାଇବା ମାମଲାରେ ଆଡମିନ୍ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହ୍ୱାଟ୍ସ ଆପ୍‌ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ ପଠାଇବା ମାମଲାରେ ହ୍ୱାଟ୍ସଆପ୍ ଆଡମିନ ବା ପରିଚାଳକଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ ଗିରଫ କରିଛି। ହରିୟାଣାରୁ ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ପବନ କୁମାର ଅଗ୍ରୱାଲ ବୋଲି ଜଣାପଡ଼ିଛି। ପବନ ତାଙ୍କ ସହ ଶତ୍ରୁତା ଥିବା କେତେକ ଲୋକଙ୍କୁ ସେମାନଙ୍କର ଅନୁମତି ନ ନେଇ ନିଜ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ସାମିଲ କରିଥିଲେ। ଏହାପରେ ସେ ଅଶ୍ଳୀଳ ଫଟୋ, ମେସେଜ ଓ ଭିଡିଓ ପୋଷ୍ଟ କରି […]

whatsapp

Manoranjan Sial
  • Published: Thursday, 18 October 2018
  • , Updated: 18 October 2018, 09:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହ୍ୱାଟ୍ସ ଆପ୍‌ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ ପଠାଇବା ମାମଲାରେ ହ୍ୱାଟ୍ସଆପ୍ ଆଡମିନ ବା ପରିଚାଳକଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ ଗିରଫ କରିଛି। ହରିୟାଣାରୁ ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ପବନ କୁମାର ଅଗ୍ରୱାଲ ବୋଲି ଜଣାପଡ଼ିଛି।

ପବନ ତାଙ୍କ ସହ ଶତ୍ରୁତା ଥିବା କେତେକ ଲୋକଙ୍କୁ ସେମାନଙ୍କର ଅନୁମତି ନ ନେଇ ନିଜ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ସାମିଲ କରିଥିଲେ। ଏହାପରେ ସେ ଅଶ୍ଳୀଳ ଫଟୋ, ମେସେଜ ଓ ଭିଡିଓ ପୋଷ୍ଟ କରି ସଂପୃକ୍ତ ଲୋକଙ୍କୁ ହଇରାଣ କରିବା ସହ ବଦନାମ କରୁଥିଲେ। ଏନେଇ ଭୁବନେଶ୍ୱର ଆଇଆରସି ଭିଲେଜର ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଏହାର ଖୋଲତାଡ଼ କରିଥିଲା।

ପ୍ରମାଣ ମିଳିବା ପରେ ପବନଙ୍କୁ  ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଥିଲା। ତାଙ୍କ ନିକଟରୁ ହ୍ୱାଟ୍ସ ଆପ୍‌ ନମ୍ବର ଥିବା ମୋବାଇଲ ଫୋନ ଓ ସିମ୍‌କୁ  ଜବତ କରାଯାଇଛି। ପବନଙ୍କ ବିରୋଧରେ ଆଇପିସି ଓ ଆଇଟି ଆକ୍ଟ ବଳରେ ମାମଲା ରୁଜୁ ହୋଇଛି। ଗୁରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related story