ପପୁଙ୍କୁ Pancreatitis : କାହିଁକି ହୁଏ ଏହି ରୋଗ, କ'ଣ ଏହାର ଲକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଦେହ ହଠାତ୍‌ ଖରାପ ହୋଇଯିବା ଖବର ଏବେ ଚର୍ଚ୍ଚାରେ ରହିଛି। ସୁସ୍ଥ ସବଳ ହୋଇ କାମ କରୁଥିବା ଓ ନିଜର ଅଭିନୟରେ ସଭିଙ୍କୁ ହସାଉଥିବା ପପୁ ଏବେ ପୂରା ଚୁପ୍‌। ସେ ଅଗ୍ନାଶୟ (Pancreatitis) ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏବେ ଦିଲ୍ଲୀର ଏମ୍‌ସ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଗତ କିଛିଦିନ ତଳେ ସେ ସୁଟିଂ ସାରି ଫେରୁଥିବା ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଚିକିତ୍ସା […]

papu

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଦେହ ହଠାତ୍‌ ଖରାପ ହୋଇଯିବା ଖବର ଏବେ ଚର୍ଚ୍ଚାରେ ରହିଛି। ସୁସ୍ଥ ସବଳ ହୋଇ କାମ କରୁଥିବା ଓ ନିଜର ଅଭିନୟରେ ସଭିଙ୍କୁ ହସାଉଥିବା ପପୁ ଏବେ ପୂରା ଚୁପ୍‌। ସେ ଅଗ୍ନାଶୟ (Pancreatitis) ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏବେ ଦିଲ୍ଲୀର ଏମ୍‌ସ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଗତ କିଛିଦିନ ତଳେ ସେ ସୁଟିଂ ସାରି ଫେରୁଥିବା ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଗଲା ସେଠାରେ ଜଣାପଡିଲା ପପୁଙ୍କୁ ପାନକ୍ରିୟାଟିଟିସ୍‌ ବା ଅଗ୍ନାଶୟ ପ୍ରଦାହ ରୋଗ ହୋଇଛି। ଏହି ରୋଗ କ'ଣ, ରୋଗର କାରଣ, ନିରାକରଣ ଏବଂ ଏହି ରୋଗ ହେଲେ କେମିତି ଜାଣିହେବା ସେସବୁ ବିଷୟରେ ଅଧିକାଶଂ ଲୋକେ ଜାଣିନାହାଁନ୍ତି। ତେବେ ଆଜି ଆସନ୍ତୁ ଏହି ରୋଗ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା।

କ'ଣ ଏହି ଅଗ୍ନାଶୟ ପ୍ରଦାହ ( Pancreatitis) ରୋଗ?

ଅଗ୍ନାଶୟ ପ୍ରଦାହ( Pancreatitis) ରୋଗ ଦେହରେ ଥିବା ଅଗ୍ନାଶୟର ପ୍ରଦାହକୁ ବୁଝାଏ। ପାକସ୍ଥଳୀର ପଛପଟେ ଅଗ୍ନାଶୟ ନାମକ ଏକ ବଡ଼ ଗ୍ରନ୍ଥି ବା ଗ୍ଲାଣ୍ଡ ଥାଏ ଯେଉଁଥିରୁ ପାଚକ ଏଞ୍ଜାଇମ ନିର୍ଗତ ହୁଏ।

ଅଗ୍ନାଶୟ ପ୍ରଦାହ ଦୁଇ ପ୍ରକାରର। ଗୋଟେ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ଅନ୍ୟଟି କ୍ରନିକ ଅଗ୍ନାଶୟ ପ୍ରଦାହ

ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗର ଲକ୍ଷଣ

-ଉପର ପେଟର ମଧ୍ୟଭାଗରେ ବା ଏପିଗ୍ୟାସ୍ଟ୍ରିଅମରେ ଯନ୍ତ୍ରଣା, ଓକାଳ ଓ ବାନ୍ତି ।

-ଅଧିକାଂଶ ସମୟରେ ଏହି ଯନ୍ତ୍ରଣା ପିଠିରେ ହୁଏ ଓ ଅତି ତୀବ୍ର ହୁଏ।

- ଜ୍ୱର ହୋଇଥାଏ, ଯାହା କିଛିଦିନ ପରେ ଭଲ ହୋଇଯାଏ।

କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗର ଲକ୍ଷଣ

-ଓଜନ ହ୍ରାସ, ତରଳ ଝାଡ଼ା ହୁଏ।

-ଏହି ରୋଗ ଜଟିଳ ହେଲେ ସଂକ୍ରମଣ, ରକ୍ତସ୍ରାବ, ଡାଏବେଟିସ ମେଲିଟସ ହୁଏ।

ରୋଗର କାରଣ

ଅତ୍ୟଧିକ ମଦ୍ୟପାନ ଅଗ୍ନାଶୟ ପ୍ରଦାହ ରୋଗର ଏକ କାରଣ ଅଟେ। ଅନେକ ବର୍ଷ ଧରି ଅତ୍ୟଧିକ ମଦ୍ୟପାନ ସେବନ କଲେ ସାଧାରଣତଃ ଏହି ରୋଗ ହୁଏ। ଏଥିସହ ରକ୍ତରେ ଚର୍ବି ଅଂଶ ବଢିଲେ, ରକ୍ତରେ ଅଧିକ ପରିମାଣର କ୍ୟାଲସିୟମ ରହିଲେ ଏହି ରୋଗ ହୋଇଥାଏ।  ଧୂମପାନ ଯୋଗୁଁ ମଧ୍ୟ ଆକ୍ୟୁଟ ଅଗ୍ନାଶୟ ଓ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗ ସଙ୍କଟ ସୃଷ୍ଟି ହୁଏ।

ରୋଗର ନିରାକାରଣ

ଏହି ରୋଗର ଚିକିତ୍ସା ସମ୍ଭବ। ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହେଲେ ଶୀରା ମାଧ୍ୟମ ତରଳ ପଦାର୍ଥଯନ୍ତ୍ରଣା ଲାଘବ ଔଷଧ ଓ ଆଣ୍ଟିବାୟୋଟିକ ଦିଆଯାଏ। ପାଟିରେ କୌଣସି ଖାଦ୍ୟ ଦିଆ ନଯାଇ ନାସା ପାକସ୍ଥଳୀ ନଳୀ ମାଧ୍ୟମରେ ଦିଆଯାଏ। ଅଗ୍ନାଶୟ ନଳିକା ବାଟ ବନ୍ଦ ଥିଲେ ଗୋଟିଏ ପ୍ରଥା ଅବଲମ୍ବନ କରାଯାଏ ଯାହାର ନାମ ଏଣ୍ଡୋସ୍କୋପିକ ରେଟ୍ରୋ ଗ୍ରେଡକୋଲାଞ୍ଜି ଆଣ୍ଡ ପାଙ୍କ୍ରିଆଟୋଗ୍ରାଫି (ERCP)। ପିତ୍ତକୋଷରେ ପିତ୍ତପଥର ଥିଲେ ଅପରେଶନ କରି ପିତ୍ତକୋଷ ବାହାର କରିଦିଆଯାଏ। କ୍ରନିକ ଅଗ୍ନାଶୟ ପ୍ରଦାହ ହୋଇଥିଲେ ସାମୟିକ ନାସା ପାକସ୍ଥଳୀ ନଳୀ ମାଧ୍ୟମରେ ଯଥେଷ୍ଟ ପୋଷକ ଖାଦ୍ୟ ଦିଆଯାଏ। ଦୀର୍ଘସ୍ଥାୟୀ ଖାଦ୍ୟ ପରିବର୍ତ୍ତନ ଓ ଅଗ୍ନାଶୟ ଏଞ୍ଜାଇମ ପୁନଃସ୍ଥାପନ କରାଯାଏ। ବେଳେ ବେଳେ ଅପରେଶନ କରି ଅଗ୍ନାଶ‌ୟର କିଛି ଅଂଶ ବାହାର କରାଯାଏ ।

ବାର୍ଷିକ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩୦ ଜଣକୁ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହେଉଛ। ୨୦୧୩ସୁଦ୍ଧା ଏହି ରୋଗରେ ୧୨୩,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠରେ ଏହି ରୋଗ ଅଧିକ ହୁଏ।

Related story