ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ସମ୍ପୃକ୍ତ ପୁଲିସ୍ କର୍ମଚାରୀ କୁଆଡ଼େ ଗଲେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଓଟିଭିର ୨ କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ। ଏହି ସମସ୍ତ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିଆସୁଥିବା ସତ୍ତ୍ୱେ ଗିରଫ କରାଯାଇଛି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ପୁଲିସ୍ ଏବେ କେଉଁଠି […]

police

police

Ranjit Kumar Jena
  • Published: Monday, 14 December 2020
  • Updated: 14 December 2020, 05:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଓଟିଭିର ୨ କର୍ମଚାରୀ ଅନିରୁଦ୍ଧ ପଣ୍ଡା ଓ କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ। ଏହି ସମସ୍ତ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିଆସୁଥିବା ସତ୍ତ୍ୱେ ଗିରଫ କରାଯାଇଛି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ପୁଲିସ୍ ଏବେ କେଉଁଠି ଅଛନ୍ତି, ତାକୁ ନେଇ ଉଠୁଛି ପ୍ରଶ୍ନ।

ପୀଡ଼ିତାଙ୍କ ମା'ଙ୍କ ବୟାନ ମୁତାବକ, ଏହି ଘଟଣାରେ ତିନି ପୁଲିସ୍ କର୍ମଚାରୀ ସମ୍ପୃକ୍ତ ଥିଲେ। ଏବେ ଏହି ୩ ପୁଲିସ୍ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କଲାଣି କି ନାହିଁ? ତା'ଛଡ଼ା କିଏ ଏହି ସୁବାସ୍ ମିଶ୍ର ଏବଂ ତାଙ୍କର ଦୁଇ ସହଯୋଗୀ ପୁଲିସ୍ କର୍ମଚାରୀ? ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି ପୁଲିସ୍ ଏମାନଙ୍କୁ ଚିହ୍ନଟ କରିଛି କି ନାହିଁ, ତାହା ମଧ୍ୟ ପ୍ରଶ୍ନ ଉଠୁଛି। ଏ ନେଇ କ୍ରାଇମବ୍ରାଞ୍ଚ ଏଯାଏ କିଛି ସ୍ପଷ୍ଟ କରିନାହିଁ।

ଏହି ଘଟଣାରେ ପୁଲିସ କର୍ମଚାରୀଙ୍କ ସଂପୃକ୍ତି ଥିବା ପୂର୍ବରୁ ଖୋଦ ଭୁବନେଶ୍ୱର ଡିସିପି କହିଥିଲେ। ଅଭିଯୋଗକାରୀଙ୍କ ବୟାନ ରେକର୍ଡ ବେଳେ ସେ ଜଣେ ପୁଲିସ କର୍ମଚାରୀ ଓ ୨ ଜଣ ସହଯୋଗୀଙ୍କ ନାଁ ବି କହିଥିଲେ।

ଅନ୍ୟପକ୍ଷରେ ଏହି ଅଭିଯୋଗ ମାମଲାରେ ଗତ ନଭେମ୍ବର ୧୮ ତାରିଖରେ ଭିଡିଓ କନଫରେନସିଂ ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ ପୁଲିସ ଡିଜି। ତେବେ ଏହି ସମୟରେ ସେ ହାଇକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ ପୀଡ଼ିତାଙ୍କ ବୟାନରେ କୌଣସି ତାଳମେଳ ରହୁନଥିବା ଦର୍ଶାଇଥିଲେ। ଏପରିକି ପୀଡ଼ିତା ଯେଉଁ ବୟାନ ଦେଇଛନ୍ତି ସେଥିରୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା ମେଳ ଖାଉନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଯଦି ପୀଡ଼ିତାଙ୍କ ବୟାନରେ ତାଳମେଳ ନଥିଲା। ତେବେ ଏବେ କଣ ଏମିତି ପ୍ରମାଣ ମିଳିଲା ଯେ କ୍ରାଇମବ୍ରାଞ୍ଚ ରାତି ଅଧିଆ ଗିରଫଦାରି କଲା, ତାକୁ ନେଇ ଉଠିଛି ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story