ଶଟ୍‌ଡାଉନ୍‌ ବେଳେ କାହାକୁ ଅନୁମତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟରେ ସହରାଞ୍ଚଳରେ ସପ୍ତାହକୁ ଦୁଇ ଦିନ ଶଟଡାଉନ ରହିବ। ଅର୍ଥାତ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହିବ। ଏନେଇ ଏସଆରସି ପ୍ରଦୀପ ଜେନା ଘୋଷଣା କରିଛନ୍ତି। ଏହି ଶଟଡାଉନରେ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ। ସ୍ୱାସ୍ଥ୍ୟସେବାରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ସମୟରେ ଯିବା ଆସିବା କରିପାରିବେ। ଏ ନେଇ ଏସଆରସି ସୂଚନା ଦେଇଛନ୍ତି। ସେହିପରି ପୁଲିସ, ଅଗ୍ନିଶମ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀ, […]

Commisionrate-police

Subhransu Sekhar
  • Published: Monday, 19 April 2021
  • , Updated: 19 April 2021, 08:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟରେ ସହରାଞ୍ଚଳରେ ସପ୍ତାହକୁ ଦୁଇ ଦିନ ଶଟଡାଉନ ରହିବ। ଅର୍ଥାତ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହିବ। ଏନେଇ ଏସଆରସି ପ୍ରଦୀପ ଜେନା ଘୋଷଣା କରିଛନ୍ତି। ଏହି ଶଟଡାଉନରେ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ। ସ୍ୱାସ୍ଥ୍ୟସେବାରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ସମୟରେ ଯିବା ଆସିବା କରିପାରିବେ। ଏ ନେଇ ଏସଆରସି ସୂଚନା ଦେଇଛନ୍ତି।

ସେହିପରି ପୁଲିସ, ଅଗ୍ନିଶମ, ପୌର କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀ, ସ୍ୱରେଜ୍ ଏବଂ ବିଦ୍ୟୁତ ଯୋଗାଣ ଓ ବିତରଣ କର୍ମଚାରୀ ଯାଇପାରିବେ। ସେହିପରି କମିଶନରେଟ ଓ ଜିଲ୍ଲା ପୁଲିସ୍ ଦ୍ୱାରା ଚିହ୍ନିତ ସାମ୍ବାଦିକଙ୍କ ପାଇଁ କଟକଣାମୁକ୍ତ ରହିବ। ସକାଳ ୫ଟାରୁ ୮ଟା ଯାଏଁ ଖବରକାଗଜ ହକର ବୁଲି ପାରିବେ। ମାଲ ପରିବହନ, ମାଲ୍ ଗାଡି, ଶିଳ୍ପ ସଂସ୍ଥା, କୃଷି କାର୍ଯ୍ୟ ଏହି ସମୟରେ ଚାଲିପାରିବ।

ସେହିପରି ବାହାଘର କାର୍ଯ୍ୟ ପାଇଁ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିଛି। ବର, କନ୍ୟା, ପୂଜକ ଆଦି ସମସ୍ତଙ୍କୁ ମିଶାଇ ମୋଟ୍ ୫୦ ଜଣ ବାହାଘରରେ ଉପସ୍ଥିତ ରହିପାରିବେ। ବରଯାତ୍ରୀ ଶୋଭାଯାତ୍ରା ସଂପୂର୍ଣ୍ଣ ଭାବେ ବାରଣ ରହିଛି। ବାହାଘର ଆୟୋଜନ ପୂର୍ବରୁ ଯେଉଁ ୫୦ ଜଣ ଉପସ୍ଥିତ ରହିବେ ସେମାନଙ୍କ ତାଲିକା ସ୍ଥାନୀୟ ଅଧିକାରୀଙ୍କୁ ୨୪ ଘଣ୍ଟା ପୂର୍ବରୁ ଦେବାକୁ ହେବ। ସେହିପରି ଶୁଦ୍ଧି କାମରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ। ଗୃହକର୍ତ୍ତା, ପୂଜକ, ବନ୍ଧୁବାନ୍ଧବ ମିଶାଇ ମୋଟ୍ ୨୦ ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଏସ୍‌ଆର୍‌ସି ଘୋଷଣା କରିଛନ୍ତି। ସେହିପରି ଅଙ୍ଗନବାଡି, ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ବନ୍ଦ କରିଛନ୍ତି ସରକାର।

Related story