ଚୋରାମଦ ବିକ୍ରି ରୋକିବ କିଏ? ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ଦ୍ୱନ୍ଦ୍ୱ

ରାଜ୍ୟରେ ଜୋର ଧରିଛି ମଦ ବିରୋଧୀ ଆନ୍ଦୋଳନ। କେତେବେଳେ ଆନ୍ଦୋଳନକାରୀ ମଦ ଭାଟୀ ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଦୋକାନ ଉପରେ ଚଢାଉ । ଏହାସତ୍ତ୍ୱେ ରାଜ୍ୟରେ ବଢିଚାଲିଛି ବେଆଇନ ମଦ କାରବାର। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ୍। ସରକାର ଆଣିଥିବା ଅବକାରୀ ଆଇନ ୨୦୦୮  ନୂଆ ଆଇନ ଓ ରୁଲ୍ସ କାର୍ଯ୍ୟକାରୀ ହୋଇଛି। ତେବେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କି ପୋଲିସର ଭୂମିକା ସ୍ପଷ୍ଟ କରାଯାଇନାହିଁ। ବିହାର-ଓଡିଶା ଅବକାରୀ ଆଇନ ୧୯୧୫ ଅନୁସାରେ ଉଭୟ […]

wine

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 08:59 PM IST

ରାଜ୍ୟରେ ଜୋର ଧରିଛି ମଦ ବିରୋଧୀ ଆନ୍ଦୋଳନ। କେତେବେଳେ ଆନ୍ଦୋଳନକାରୀ ମଦ ଭାଟୀ ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଦୋକାନ ଉପରେ ଚଢାଉ । ଏହାସତ୍ତ୍ୱେ ରାଜ୍ୟରେ ବଢିଚାଲିଛି ବେଆଇନ ମଦ କାରବାର। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ୍। ସରକାର ଆଣିଥିବା ଅବକାରୀ ଆଇନ ୨୦୦୮  ନୂଆ ଆଇନ ଓ ରୁଲ୍ସ କାର୍ଯ୍ୟକାରୀ ହୋଇଛି। ତେବେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କି ପୋଲିସର ଭୂମିକା ସ୍ପଷ୍ଟ କରାଯାଇନାହିଁ।

ବିହାର-ଓଡିଶା ଅବକାରୀ ଆଇନ ୧୯୧୫ ଅନୁସାରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ବେଆଇନ ମଦ କାରବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିପାରିବେ। ତେବେ ନୂଆ ଆଇନ ଓ ରୁଲସ୍ ଆସିବା ପରେ ପୋଲିସ ନା ଅବକାରୀ ବିଭାଗ କିଏ କାର୍ଯ୍ୟାନୁଷ୍ଠାନ କରିବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇନ ବିଭାଗର ପରାମର୍ଶ ନେବା ପରେ ଅବକାରୀ ବିଭାଗ ଗୃହ ବିଭାଗତୁ ଚିଠି ଲେଖି ସ୍ପଷ୍ଟୀକରଣ ଦେଇଛି। ନୂଆ ଆଇନ ଆସିଥିଲେ ମଧ୍ୟ ଓଡିଶା ଜେନେରାଲ୍ କ୍ଲଜେସ୍ ଆଇନ ୧୯୩୭ ଅନୁସାରେ ପୂର୍ବ ବ୍ୟବସ୍ଥା ବଳବତ୍ତର ଥିବା ଏଥିରେ ଦର୍ଶାଯାଇଛି। ତେଣୁ ପାଲିସ ପୂର୍ବ ଭଳି କାର୍ଯ୍ୟାନୁଷ୍ଠାନ କରିପାରିବ। ଏହାପରେ ଗୃହ ବିଭାଗ ପୋଲିସ ଡିଜି, ଏସ୍ପି ଓ ଜିଲ୍ଲାପାଳମାନଙ୍କୁ ଦ୍ୱନ୍ଦ୍ୱ ଦୂର କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଛି।

ଏପଟେ ଓଡ଼ିଶାରେ ମଦକୁ ନିଷିଦ୍ଧ କରିବା ନେଇ ଆନ୍ଦୋଳନ ଜୋର ଧରିଥିବା ବେଳେ, ରାଜ୍ୟର ଅବକାରୀ ନୀତି କିଭଳି ହେବା ଦରକାର ସେନେଇ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ ଓ ୱେଷ୍ଟବେଙ୍ଗଲକୁ ଗସ୍ତ କରିବ ଅବକାରୀ ବିଭାଗର ୩ ଜଣିଆ ଟିମ୍।  ମଦ ଦର ଧାର୍ଯ୍ୟ, ମିନିମ୍ ଗ୍ୟାରେଣ୍ଟି କୋଟା ଓ ଲାଇସେନସ୍ ଫି ବିଷୟରେ ଅନୁଧ୍ୟାନ କରି ବିଭାଗ ସରକାରଙ୍କୁ ୨୦ ଦିନ ଭିତରେ ରିପୋର୍ଟ ଦେବ।

Related story