ପ୍ରକୃତି ମିଶ୍ରଙ୍କ ପୋଷ୍ଟରେ ଭିଲେନ୍‌ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ନାୟକ ବାବୁଶାନ ମହାନ୍ତିଙ୍କ ପାରିବାରିକ ବିବାଦରେ ଫସିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ପ୍ରକୃତି ଆଜି ସୋଶାଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରିଥିଲେ। ଅତ୍ୟଧିକ ଆତ୍ମପ୍ରଶଂସା କରୁଥିବା ବ୍ୟକ୍ତି ବା ଆତ୍ମଗର୍ବୀଙ୍କ ସଂପର୍କରେ ସେ ଏହି ପୋଷ୍ଟ କରିଥିବା ଲେଖିଛନ୍ତି।

ଇଂରାଜୀରେ ସେ ଲେଖାଛନ୍ତି, ଆତ୍ମଗର୍ବୀମାନଙ୍କଠାରୁ କେବେ ବି ସତପାଇବ ନାହିଁ। ଅତିବେଶୀରେ ଯାହା ଜାଣିହେବ, ତାହା ସେମାନଙ୍କୁ ପୀଡ଼ିତ କିମ୍ବା ହିରୋ ଭାବେ ଚିତ୍ରିତ କରିବ। ମାତ୍ର ଭିଲେନ୍‌ ଭାବେ ନୁହେଁ। ତେବେ ପ୍ରକୃତି କାହା ଉଦ୍ଦେଶ୍ୟରେ ଏମିତି ଲେଖିଛନ୍ତି, ସେନେଇ ଲାଗି ରହିଛି ନାନା ଚର୍ଚ୍ଚା।

ସୂଚନାରୁ ପ୍ରକାଶ, ବାବୁଶାନଙ୍କ ପାରିବାରିକ ଝଡ଼ରେ ପ୍ରକୃତିଙ୍କୁ ଖଳନାୟକ ଭାବେ ସୋଶାଲ ମିଡିଆରେ ଚିତ୍ରଣ କରାଯାଉଥିଲା। ଯାହାକୁ ନେଇ ଉଭୟଙ୍କ ସୋଶାଲ ମିଡିଆ ଫଲୋୟର୍ସମାନେ ବୟାନବାଜି କରୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଏହି ଝଡ଼ ଏବେ ସାମାନ୍ୟ ଥମିଛି। କାରଣ ଧୀରେ ଧୀରେ ବାବୁଶାନ୍‌ଙ୍କ ଦାମ୍ପତ୍ୟ ଜୀବନ ଝଡ଼ ସାଜାଡୁଛି। ଗତକାଲି ବାବୁଶାନ୍‌ ଜନ୍ମଦିନ ସେଲିବ୍ରେସନ୍‌ କରିଥିବା ବେଳେ ସେଥିରେ ସାମିଲ୍‌ ହୋଇଥିଲେ ଶ୍ୱଶୁର ଲଳିତ ଶତପଥୀ। କିନ୍ତୁ ପତ୍ନୀ ତୃପ୍ତିଙ୍କୁ ଦେଖିବାକୁ ମିଳିନଥିଲା। ଏହି ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।