ରାଜ୍ୟ ବିଜେପିର କିଏ ହେବେ ମଙ୍ଗୁଆଳ ? ଚର୍ଚ୍ଚାରେ ଏମାନଙ୍କ ନାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଦିନ ପରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଆସନ୍ତାକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ  କରିବେ ପ୍ରାର୍ଥୀ । ତେବେ ସହମତି ଭିତ୍ତିରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଜଣେ ହିଁ ନାମାଙ୍କନ ଭରିବେ ଓ ୧୭ ତାରିଖରେ ତାଙ୍କ ନାଁକୁ  ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଗୋଟିଏ ମାସ ଧରି ଚର୍ଚ୍ଚା ଆଲୋଚନା ପରେ ଏବେ ଉପସଭାପତି ଥିବା ସମୀର ମହାନ୍ତି ଓ ସାଧାରଣ  ସଂପାଦକ ଥିବା […]

N-700

N-700

Tapas Behera
  • Published: Wednesday, 15 January 2020
  • Updated: 15 January 2020, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଦିନ ପରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଆସନ୍ତାକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ  କରିବେ ପ୍ରାର୍ଥୀ । ତେବେ ସହମତି ଭିତ୍ତିରେ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଜଣେ ହିଁ ନାମାଙ୍କନ ଭରିବେ ଓ ୧୭ ତାରିଖରେ ତାଙ୍କ ନାଁକୁ  ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଗୋଟିଏ ମାସ ଧରି ଚର୍ଚ୍ଚା ଆଲୋଚନା ପରେ ଏବେ ଉପସଭାପତି ଥିବା ସମୀର ମହାନ୍ତି ଓ ସାଧାରଣ  ସଂପାଦକ ଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରୁ କେହି ସଭାପତି ପଦରେ ବସିପାରନ୍ତି ବୋଲି କୁହାଯାଉଛି।

ତେବେ ରାଜ୍ୟ ଉପସଭାପତି ଥିବା  ସମୀର ମହାନ୍ତି ରେସ୍‌ରେ ସବୁଠୁ ଆଗରେ ଅଛନ୍ତି। ଏବେ ରାଜ୍ୟ ଉପସଭାପତି ଥିବା ସମୀରଙ୍କ ନାଁକୁ ନେଇ ସହମତି ହୋଇଥିବା କୁହାଯାଉଛି। ରେସ୍‌ରେ ଥିବା ଆଉଜଣେ ପ୍ରାର୍ଥୀ ହେଉଛନ୍ତି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ।  ପୃଥ୍ୱୀରାଜ ଚିଲିକା ବିଧାନସଭା ଆସନରୁ ଲଢି  ପରାଜିତ ହୋଇଥିଲେ। ସେପଟେ  ବର୍ତ୍ତମାନ ସଭାପତି ଥିବା ବସନ୍ତ ପଣ୍ଡା ଓ ପୂର୍ବରୁ ସଭାପତି ଥିବା କନକ ବର୍ଦ୍ଧନ ସିଂ ଦେଓଙ୍କ ନାଁକୁ  ନେଇ ବି ଚର୍ଚ୍ଚା ଲାଗିରହିଛି । ତେବେ ଜଣଙ୍କ ନାଁରେ ସହମିତି ହେବ ଓ ସେହିଁ ନାମାଙ୍କନ ଭରିବେ।

୨୦୦୪ ପରଠାରୁ ପଶ୍ଚିମ ଓଡିଶାର ନେତାଙ୍କ ହାତରେ ରହିଛି ରାଜ୍ୟ ବିଜେପିର ଡୋରି।  ପଶ୍ଚିମ ଓଡିଶାର ୩୫ ବିଧାନସଭା  ଆସନରୁ ବିଜେପି ଏଥର ୮ ଆସନକୁ କବଜା କରିଛି। ସଭାପତି ଥିବା ବସନ୍ତ ପଣ୍ଡା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପଶ୍ଚିମ ଓଡିଶାରୁ ବି ମଙ୍ଗୁଆଳ ପାଇଁ ଅନେକ ଦାବିଦାର ଅଛନ୍ତି। ତେବେ ଏଥର ଉପକୂଳ ନେତାଙ୍କୁ କେନ୍ଦ୍ରୀୟ ନେତା ଭରସା କରିପାରନ୍ତି ବୋଲି କୁହାଯାଉଛି । କାହିଁକି ନା ପଶ୍ଚିମ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ସଂଗଠନ ଥିବା ବିଜେପିର ଏଥର ନିର୍ବାଚନରେ ଭୋଟ୍ ପ୍ରତିଶତ ବଢିଛି। ଉପକୂଳରୁ ୫  ବିଧାୟକ ବିଧାନସଭାକୁ ଆସିଛନ୍ତି । ତେଣୁ ସଂଠନକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ଉପକୂଳ ନେତାଙ୍କୁ ଗୁରୁଦାୟିତ୍ୱ ମିଳିବାର ସମ୍ଭାବନା  ଅଧିକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos