ଦୁର୍ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ସଂଶୋଧିତ ମୋଟରଯାନ ଆଇନରେ ରାଜ୍ୟ ସରକାର ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରୁଥିବାବେଳେ ଏହି ଜାତୀୟ ରାଜପଥର ଦୂରାବସ୍ଥା ଯୋଗୁ ଯେଉଁ ଦୁର୍ଘଟଣା ଘଟୁଛି ସେଥିପାଇଁ ମୃତାହତଙ୍କୁ କିଏ କ୍ଷତିପୂରଣ ଦେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ୫୭ନମ୍ବର ଜାତୀୟ ରାଜପଥ ଦେଇ ଖୋର୍ଦ୍ଧାଠୁ ନୟାଗଡ଼ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତା ଦେଇ ନେତା,ମନ୍ତ୍ରୀ […]

accident

accident

Manoranjan Sial
  • Published: Tuesday, 15 October 2019
  • Updated: 15 October 2019, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ସଂଶୋଧିତ ମୋଟରଯାନ ଆଇନରେ ରାଜ୍ୟ ସରକାର ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରୁଥିବାବେଳେ ଏହି ଜାତୀୟ ରାଜପଥର ଦୂରାବସ୍ଥା ଯୋଗୁ ଯେଉଁ ଦୁର୍ଘଟଣା ଘଟୁଛି ସେଥିପାଇଁ ମୃତାହତଙ୍କୁ କିଏ କ୍ଷତିପୂରଣ ଦେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ୫୭ନମ୍ବର ଜାତୀୟ ରାଜପଥ ଦେଇ ଖୋର୍ଦ୍ଧାଠୁ ନୟାଗଡ଼ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତା ଦେଇ ନେତା,ମନ୍ତ୍ରୀ ଓ ସରକାରୀ ଅଫିସରମାନେ ନିୟମିତ ଯାଉଥିଲେ ମଧ୍ୟ ସେହି ରାସ୍ତା ପ୍ରତି କାହାର ନଜର ପଡ଼ୁନି। ସରକାର ଦୁର୍ଘଟଣା ରୋକିବା ପାଇଁ ନୂଆ ମୋଟରଯାନ ଆଇନରେ ହଜାର ହଜାର ଟଙ୍କା ଫାଇନ୍ ଆଦାୟ କରୁଥିଲେ ମଧ୍ୟ ଏହି ରାସ୍ତାର ମରାମତି ପ୍ରତି ଆଖି ବୁଜି ଦେଇଛନ୍ତି। ଏହି ରାସ୍ତାରୁ ପିଚୁ ଉଠି ଏହା ଏବେ ଏକପ୍ରକାର ଗ୍ରାମ୍ୟ ରାସ୍ତାରେ ପରିଣତ ହୋଇଯାଇଛି। ରାସ୍ତା ତମାମ ଖାଲ ଯୋଗୁ ବାଇକ ଚାଳକମାନେ ନିୟମିତ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଖୋର୍ଦ୍ଧାଠୁ ନୟାଗଡ଼ ପର୍ଯ୍ୟନ୍ତ ରାସ୍ତାରେ ଦୈନନ୍ଦିନ ହଜାର ହଜାର ଲୋକ ଯାଉଥିବାବେଳେ ସେମାନେ ଏଭଳି ଦୁର୍ଘଟଣାର ଶିକାର ହେଉଛନ୍ତି। ଉକ୍ତ ରାସ୍ତାରେ ଗାଡ଼ିମୋଟର ଚଳାଚଳ କରିବା କଷ୍ଟକର ହୋଇପଡ଼ିଛି। ଏପଟେ ରାଜ୍ୟ ସରକାର ରାସ୍ତାର ମରାମତି ଉପରେ ଦୃଷ୍ଟି ନଦେଇ କେଉଁ ବାଟରେ ସରକାରୀ ରାଜସ୍ୱ ବଢ଼ିପାରିବ ସେ ଚିନ୍ତାରେ ବ୍ୟସ୍ତ ଅଛନ୍ତି। ରାସ୍ତା ବିପର୍ଯ୍ୟସ୍ତ ଥିବାବେଳେ ଏହି ରାସ୍ତାରେ ଚାଳକମାନଙ୍କଠୁ ପୁଲିସ୍ ଓ ପରିବହନ ବିଭାଗ ପକ୍ଷରୁ ମୋଟା ଅଙ୍କର ଜୋରିମାନା ଆଦାୟକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଏହି ରାସ୍ତାକୁ ତୁରନ୍ତ ମରାମତି ନକଲେ ଓ ବିପର୍ଯ୍ୟସ୍ତ ରାସ୍ତା ଯେଉଁ ଦୁର୍ଘଟଣା ଘଟିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେବା ସହ ମୃତାହତଙ୍କୁ କ୍ଷତିପୂରଣ ଦେବାପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos