ଉପନିର୍ବାଚନରେ କାହିଁକି ହାରିଲା ବିଜେପି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଅନୁକଂପା ଫ୍ୟାକ୍ଟରକୁ କାଟି ବିଜେପିକୁ ମାତ୍ ତିର୍ତ୍ତୋଲରେ ବି ଗଡ଼ ବଜାୟ ରଖିଲା ବିଜେଡି। ୧୯ ନିର୍ବାଚନରେ ବାଲେଶ୍ୱରରେ ଯେଉଁଠି ବିଜେଡି ୧୩ ହଜାର ୪୦୪ ଭୋଟରେ ହାରିଥିଲା। ଏଥର କିନ୍ତୁ ସେଠାରେ ୧୩ ହଜାର ୩୫୧ ଭୋଟରେ ଜିତିଛି। ପାଖାପାଖି ସମାନ ବ୍ୟବଧାନ ତିର୍ତ୍ତୋଲରେ ବାପାଙ୍କ ଭୋଟ୍ ବ୍ୟବଧାନକୁ ପାର୍ କରିଛନ୍ତି ପୁଅ ବିଜୟଶଙ୍କର। ଗତଥର ଦଳର ଭୋଟ୍ ବ୍ୟବଧାନ ୪୦ ହଜାର ୩୮୬ ଥିବା ବେଳେ ଏଥର ୪୧ […]

bjp

bjp

Ranjit Kumar Jena
  • Published: Wednesday, 11 November 2020
  • Updated: 11 November 2020, 09:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଅନୁକଂପା ଫ୍ୟାକ୍ଟରକୁ କାଟି ବିଜେପିକୁ ମାତ୍ ତିର୍ତ୍ତୋଲରେ ବି ଗଡ଼ ବଜାୟ ରଖିଲା ବିଜେଡି। ୧୯ ନିର୍ବାଚନରେ ବାଲେଶ୍ୱରରେ ଯେଉଁଠି ବିଜେଡି ୧୩ ହଜାର ୪୦୪ ଭୋଟରେ ହାରିଥିଲା। ଏଥର କିନ୍ତୁ ସେଠାରେ ୧୩ ହଜାର ୩୫୧ ଭୋଟରେ ଜିତିଛି। ପାଖାପାଖି ସମାନ ବ୍ୟବଧାନ ତିର୍ତ୍ତୋଲରେ ବାପାଙ୍କ ଭୋଟ୍ ବ୍ୟବଧାନକୁ ପାର୍ କରିଛନ୍ତି ପୁଅ ବିଜୟଶଙ୍କର। ଗତଥର ଦଳର ଭୋଟ୍ ବ୍ୟବଧାନ ୪୦ ହଜାର ୩୮୬ ଥିବା ବେଳେ ଏଥର ୪୧ ହଜାର ୭୦୩ରେ ପହଞ୍ଚିଛି। ତେବେ କାହିଁକି ବାଲେଶ୍ୱର ସିଟ୍ ହରାଇଲା ବିଜେପି? ତିର୍ତ୍ତୋଲରେ କାହିଁକି କମିଲା ଭୋଟ୍ ହାର?

କୁହାଯାଉଛି ବିଜେଡି ତୁଳନାରେ ଦଳର ଦୁର୍ବଳ ସଂଗଠନ, ନେତାଙ୍କ ମଧ୍ୟ ସମନ୍ୱୟର ଅଭାବ, ଅନୁକଂପା ହାୱାକୁ ଭୋଟରେ ରୂପାନ୍ତରିତ କରିବାରେ ସାଂଗଠନିକ ବିଫଳତା, ୱାର୍ଡ ଓ ପଞ୍ଚାୟତ ସ୍ତରରେ ଗଡ଼ ଜଗି ନପାରିବା ପରାଜୟର ପ୍ରମୁଖ କାରଣ। ତାସହ ବିଜେଡି-ବିଜେପି ମଧ୍ୟରେ ମଧୁର ସଂପର୍କ ଥିବା ଯେଉଁ ଚର୍ଚ୍ଚା ଲାଗି ରହିଛି ତାର କିଛି ପ୍ରଭାବ ପଡ଼ିଲା କି? ବିଜେପି ରାଜ୍ୟ ସଭାପତି କିନ୍ତୁ ଦଳର ପରାଜୟ ପାଇଁ ପରୋକ୍ଷରେ କଂଗ୍ରେସ୍ ଉପରେ ଦୋଷ ଲଦିଛନ୍ତି। କେଉଁଠି ନା କେଉଁଠି କଂଗ୍ରେସ୍ ଭୋଟ୍, ବିଜେଡିକୁ ଯାଉଥିବା ନେଇ ବିଜେପି ତର୍ଜମା କରୁଛି। ସେପଟେ ବିଜେପି ଭୋଟ୍ ବିକ୍ରି ହେଉଥିବା କଂଗ୍ରେସ ପାଲଟା ଅଭିଯୋଗ କରିଛି।

ସେପଟେ ବିଜେଡି ବାଲେଶ୍ୱର ଓ ତିର୍ତ୍ତୋଲ ସଫଳତାକୁ ନେଇ ବେଶ ଉତ୍ସାହିତ। କୋଭିଡ୍ ପରିଚାଳନାରେ ବିଫଳତା ସହ ଦୁର୍ନୀତିର ଅଭିଯୋଗ, ପ୍ରବାସୀ ଓଡ଼ିଆଙ୍କୁ କର୍ମନିଯୁକ୍ତି ଓ ଥଇଥାନରେ ବିଫଳତା ଅଭିଯୋଗ ଓ ସ୍ଥାନୀୟ ସମସ୍ୟା ଥିବା ସତ୍ତ୍ୱେ ଦଳ ବିପୁଳ ବିଜୟ ଲାଭ କଲା। ତେବେ ଏହା ସମ୍ଭବ ହେଲା କେମିତି? ସାଧାରଣ ନିର୍ବାଚନର ଦେଢ଼ ବର୍ଷ ପରେ ବି ନବୀନଙ୍କର ଭୋଟରଙ୍କ ଉପରେ ପ୍ରଭାବ, ସରକାରଙ୍କ ବିକାଶମୁଖୀ କାର୍ଯ୍ୟକ୍ରମର ପ୍ରଚାର ଓ ବିଜେଡିର ସାଂଗଠନିକ ଦକ୍ଷତା ସହ ତୃଣମୂଳସ୍ତରରେ ଦଳର ନିର୍ବାଚନ ପରିଚାଳନା ଏହାର ପ୍ରମୁଖ କାରଣ ବୋଲି କୁହଯାଉଛି।

ତେବେ ବାଲେଶ୍ୱରରେ ଦଳ ଯେଉଁ ଭୋଟ୍ ବ୍ୟବଧାନ ଆଶା ରଖିଥିଲା ତାହା ମିଳିପାରି ନାହିଁ। ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିବା ପରେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପିକୁ ସହଯୋଗ କରିବା, ନବୀନ୍ ନିଜେ ପ୍ରଚାର ମୈଦାନକୁ ନଯିବା ଏବଂ ଅନୁକମ୍ପାମୂଳକ ଭୋଟ୍ ପ୍ରଭାବ ପାଇଁ ବ୍ୟବଧାନ ଅଧିକ ହୋଇନଥିବା ଚର୍ଚ୍ଚା ହେଉଛି। ହେଲେ ବିଜେଡି କିନ୍ତୁ ଭୋଟ୍ ବ୍ୟବଧାନକୁ ନେଇ ସନ୍ତୁଷ୍ଟ ଅଛି।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି କ୍ଷମତାକୁ ଆସିବା ପରେ ପାଟକୁରା ନିର୍ବାଚନ, ପରେ ବିଜେପୁର ଉପନିର୍ବାଚନ ଏବଂ ଏବେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଦଳ ଜବରଦସ୍ତ ବିଜୟ ଲାଭ କରିଛି। ଆଗକୁ ପିପିଲିରେ ହେବ ଉପନିର୍ବାଚନ। ଏବେ ତା ପାଇଁ ଆରମ୍ଭ ହୋଇଗଲାଣି ରାଜନୈତିକ କସରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story