କାହିଁକି ବିଜେପି ଛାଡ଼ିଲେ ଦାମ: ଗ୍ରହଣୀୟ ହେଲେନି ନା ପୁତ୍ରମୋହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଅପମାନିତ ହୋଇ ବିଦା ହୋଇ ବିଜେପିରେ ମିଶିଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆନୁଷ୍ଠାନିକ ଭାବେ ବିଜେପିକୁ ବାଏବାଏ କରିଛନ୍ତି । ବିଜେପିରେ ମାତ୍ର ୭ମାସ ଧରି ଥିବା ଡାକ୍ତର ରାଉତ ୨୦୧୯ ସାଧାରଣ ନିର୍ବାଚନ ପରଠୁ ରାଜନୀତିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇପଡ଼ିଥିବାବେଳେ ଏବେ ସବୁଦିନ ପାଇଁ ସକ୍ରିୟ ନିର୍ବାଚନ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି। ଅବଶ୍ୟ ଡାକ୍ତର ରାଉତଙ୍କ ଏଭଳି ଘୋଷଣା ଅପ୍ରତ୍ୟାଶିତ ନୁହେଁ କାରଣ ଦଳୀୟ […]

draut

draut

Manoranjan Sial
  • Published: Wednesday, 16 October 2019
  • Updated: 16 October 2019, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଅପମାନିତ ହୋଇ ବିଦା ହୋଇ ବିଜେପିରେ ମିଶିଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆନୁଷ୍ଠାନିକ ଭାବେ ବିଜେପିକୁ ବାଏବାଏ କରିଛନ୍ତି । ବିଜେପିରେ ମାତ୍ର ୭ମାସ ଧରି ଥିବା ଡାକ୍ତର ରାଉତ ୨୦୧୯ ସାଧାରଣ ନିର୍ବାଚନ ପରଠୁ ରାଜନୀତିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇପଡ଼ିଥିବାବେଳେ ଏବେ ସବୁଦିନ ପାଇଁ ସକ୍ରିୟ ନିର୍ବାଚନ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି। ଅବଶ୍ୟ ଡାକ୍ତର ରାଉତଙ୍କ ଏଭଳି ଘୋଷଣା ଅପ୍ରତ୍ୟାଶିତ ନୁହେଁ କାରଣ ଦଳୀୟ ରାଜନୀତିରେ ତାଙ୍କର ଗ୍ରହଣୀୟତା ହ୍ରାସ ପାଉଥିବାବେଳେ ପୁତ୍ରମୋହ ଓ ପାରିବାରିକ ଚାପ ତାଙ୍କୁ ବିଜେପିଠୁ ଦୂରେଇଲା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ଡାକ୍ତର ରାଉତଙ୍କ ନିକଟତମ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ରାଜ୍ୟ ଓ ନିର୍ବାଚନମଣ୍ଡଳୀସ୍ତରୀୟ ବିଜେପି ସଂଗଠନରେ ଡାକ୍ତର ରାଉତଙ୍କୁ ଗୁରୁତ୍ୱ ନମିଳିବାରୁ ସେ ନିଜକୁ ଅଲୋଡ଼ା ଓ ଅନାବଶ୍ୟକ ଅନୁଭବ କରୁଥିଲେ। ତାଙ୍କର ପୁରୁଣା ସିଟ୍ ପାରାଦୀପ ଆସନରୁ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡି ଟିକେଟରେ ବିଜୟୀ ହୋଇସାରିଥିବାରୁ ଡାକ୍ତର ରାଉତଙ୍କ ବିଶ୍ୱସନୀୟତା ଉପରେ ତୃଣମୂଳସ୍ତରୀୟ କର୍ମୀମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯଦିଓ ନିର୍ବାଚନ ସମୟରେ ଡାକ୍ତର ରାଉତ ଏରସମାରୁ ବିଜେପି ପ୍ରାର୍ଥୀ ହୋଇଥିଲେ ତଥାପି ନିର୍ବାଚନ ଲଢ଼ିବା ପାଇଁ ଯେଭଳି ଜୋସ୍ ଓ ରଣନୀତି ଦେଖାଇବା କଥା ତାହା ଡାକ୍ତର ରାଉତଙ୍କ କ୍ଷେତ୍ରରେ ହୋଇନଥିଲା। ଓଲଟା ଡାକ୍ତର ରାଉତ ନିଜ ପୁଅର ରାଜନୀତିକ କ୍ୟାରିୟରର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ପ୍ରଚ୍ଛଦପଟ୍ଟରେ ରହି ପାରାଦୀପରେ ଥିବା ନିଜର ଅନୁଗତ(ବିଜେଡି କର୍ମୀ)ମାନଙ୍କୁ ପୁଅର ଜିତିବା ସୁନିଶ୍ଚିତ କରାଇବାରେ ଲାଗି ପଡ଼ିଥିଲେ। ପୁଅର ରାଜନୀତିକ କ୍ୟାରିୟରକୁ ସଫଳ କରିବା ପାଇଁ ଡାକ୍ତର ରାଉତ ବିଜେପିରେ ରହି ସୁଦ୍ଧା ପାରାଦୀପ ବିଜେଡିରେ ଥିବା ତାଙ୍କ ଅନୁଗତମାନଙ୍କୁ ମନାଇବାରେ ସଫଳ ହୋଇଥିଲେ।

ଡାକ୍ତର ରାଉତଙ୍କ ଏଭଳି ସନ୍ଦେହଜନକ ଗତିବିଧି ହିଁ ତାଙ୍କୁ ସେହିଦିନଠୁ ବିଜେପି ସଂଗଠନଠୁ ଦୂରେଇ ଦେଇଥିଲା। ଯଦିଓ ବିଜେପି ତାଙ୍କୁ ଦଳରେ ସାମିଲ କରିବାପରେ ପ୍ରାଥମିକ ପର୍ଯ୍ୟାୟରେ ନିଜର ପୁରୁଖା ନେତାମାନଙ୍କୁ ପଛରେ ରଖି ଆବଶ୍ୟକତାଠୁ ଅଧିକ ଗୁରୁତ୍ୱ ଦେଇଥିଲା। କିନ୍ତୁ ପୁତ୍ରମୋହ ଡାକ୍ତର ରାଉତଙ୍କୁ ମହଙ୍ଗା ପଡ଼ିଥିଲା ଓ ତାଙ୍କର ଦୁଇତରଫା ଭୂମିକା ହିଁ ତାଙ୍କ ପାଇଁ କାଳ ସାଜିଥିଲା। ଯାହାକି ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ବିଜେପିରେ ଅଲୋଡ଼ା କରିଦେଇଥିଲା। ଏପରିକି ସାଧାରଣ ନିର୍ବାଚନ ପରଠୁ ଏରସମା ନିର୍ବାଚନମଣ୍ଡଳୀରେ ଥିବା ବିଜେପି କର୍ମୀମାନେ ବି ତାଙ୍କଠୁ ଦୂରେଇ ଯାଇ ଡାକ୍ତର ରାଉତଙ୍କ ବିନା ସାଂଗଠନିକ କାର୍ଯ୍ୟକ୍ରମକୁ ଜାରି ରଖିଥିଲେ। ନିଜ ଅଞ୍ଚଳରେ ଲୋକମାନେ ଏଭଳି ଭାବେ ତାଙ୍କୁ ଦୂରେଇ ଦେବା ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା ବୋଲି ଚର୍ଚ୍ଚା। ଏପଟେ ପାରାଦୀପ ନିର୍ବାଚନମଣ୍ଡଳୀରେ ନିଜ ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଡାକ୍ତର ରାଉତ ଲାଗି ପଡ଼ିଥିଲେ। ନିଜର ପୁରୁଣା କର୍ମୀମାନଙ୍କୁ ବୁଝାସୁଝା କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପୁଅ ବିଧାୟକ ହୋଇଥିଲେ ମଧ୍ୟ ପାରାଦୀପ ନିର୍ବାଚନମଣ୍ଡଳୀରେ ସାଂଗଠନିକ ରଣନୀତି ଡାକ୍ତର ରାଉତ ହିଁ ଚୂଡ଼ାନ୍ତ କରୁଥିଲେ। ପରଦା ପଛରେ ରହି ପୁତ୍ରମୋହରେ ଡାକ୍ତର ରାଉତଙ୍କ ଏଭଳି ଭୂମିକା ହିଁ ତାଙ୍କୁ ବିଜେପିର ସାଂଗଠନିକ କାର୍ଯ୍ୟକ୍ରମରେ ଅଲୋଡ଼ା କରିଦେଇଥିଲା।

ଏହି କାରଣ ଯୋଗୁ ଡାକ୍ତର ରାଉତ ନିଜର ବୃଦ୍ଧାବସ୍ଥାରେ ବିଜେପି ସହ ରହି ନିଜ ବିଧାୟକ ପୁଅଙ୍କ ପାଇଁ ସମସ୍ୟା ହେବାକୁ ଚାହୁଁନଥିଲେ। ଅବଶ୍ୟ ଡାକ୍ତର ରାଉତ ବିଜେଡିରେ ସାମିଲ ହେବାର ସମ୍ଭାବନା କ୍ଷୀଣ ତଥାପି ପୁଅର ରାଜନୀତିକ କ୍ୟାରିୟରକୁ ସୁଦୃଢ଼ କରିବା ପାଇଁ ଏବେ ଅଣଦଳୀୟ ବ୍ୟକ୍ତି ଭାବେ ପାରାଦୀପ ନିର୍ବାଚନମଣ୍ଡଳୀ ରାଜନୀତିରେ ପ୍ରତ୍ୟକ୍ଷ ଭୂମିକା ତୁଲାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଶାସନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇ ଉଭୟ ମନ୍ତ୍ରିମଣ୍ଡଳ ଓ ୨୦୧୮ ସେପ୍ଟେମ୍ବର ମାସରେ ବିଜେଡିରୁ ବହିଷ୍କୃତ ହେବାପରେ ୨୦୧୯ ମାର୍ଚ୍ଚ ୧୪ ତାରିଖରେ ବିଜେପିରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story