କାହିଁକି ସୌମ୍ୟ‌‌‌ଙ୍କ ପ୍ରେମିକାକୁ ପୁଲିସ୍‌ ଜେରା କରୁନି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ ମଡ଼େଲ୍‌ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୧୨ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ କମିଶନରେଟ୍‌ ପୁଲିସ୍‌। ସୌମ୍ୟଙ୍କ ପ୍ରେମିକାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ସୋଶାଲ ମିଡ଼ିଆ ଘୂରି ବୁଲୁଥିଲେ ମଧ୍ୟ ପୁଲିସ ତାଙ୍କୁ ଜେରା କରୁନାହିଁ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ। ପରିବାର ଲୋକଙ୍କ କହିବା ଅନୁସାରେ ସୌମ୍ୟ ତାଙ୍କ ପ୍ରେମିକାଙ୍କ ମାଆକୁ ଆତ୍ମହତ୍ୟା କଥା କହିଥିଲେ। ସେ କଥା […]

Soumaya

Manoranjan Sial
  • Published: Thursday, 10 February 2022
  • , Updated: 10 February 2022, 04:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ ମଡ଼େଲ୍‌ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୧୨ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ କମିଶନରେଟ୍‌ ପୁଲିସ୍‌। ସୌମ୍ୟଙ୍କ ପ୍ରେମିକାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ସୋଶାଲ ମିଡ଼ିଆ ଘୂରି ବୁଲୁଥିଲେ ମଧ୍ୟ ପୁଲିସ ତାଙ୍କୁ ଜେରା କରୁନାହିଁ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ।

ପରିବାର ଲୋକଙ୍କ କହିବା ଅନୁସାରେ ସୌମ୍ୟ ତାଙ୍କ ପ୍ରେମିକାଙ୍କ ମାଆକୁ ଆତ୍ମହତ୍ୟା କଥା କହିଥିଲେ। ସେ କଥା ଯଦି ଆମେ ଜାଣିଥାନ୍ତୁ ତେବେ ଆମ ପୁଅ ଆଜି ବଞ୍ଚିଯାଇଥାନ୍ତା ବୋଲି ସୌମ୍ୟଙ୍କ ମାଆ କହିଛନ୍ତି। ଆତ୍ମହତ୍ୟା ପାଇଁ ସୁଇସାଇଡ୍‌ ନୋଟ୍‌ରେ ପ୍ରେମିକାଙ୍କୁ ଦାୟୀ କରିବା, ପ୍ରେମିକା ଓ ତାଙ୍କ ମାଆଙ୍କ ସହ କଥା ବେଳେ ସୌମ୍ୟ ପ୍ରତାରଣା ଓ ଆତ୍ମହତ୍ୟା କଥା କହିବାର ଅଡ଼ିଓ ଭାଇରାଲ୍‌ ହେଉଛି। ସେହି ଅଡ଼ିଓ  ଏବେ ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି। ଏହା ସତ୍ତ୍ୱେ ସୌମ୍ୟଙ୍କ ପ୍ରେମିକାଙ୍କୁ କାହିଁକି ଜେରା କରୁନାହିଁ ପୁଲିସ? ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ। ପରେ ସେମାନେ ଡିସିପିଙ୍କୁ ଭେଟିଛନ୍ତି।

[caption id="attachment_712905" align="aligncenter" width="650"] ମୃତ ସୌମ୍ୟ ଓ ତାଙ୍କ ପ୍ରେମିକା(ଫାଇଲ ଫଟୋ)[/caption]

ଡିସିପିଙ୍କୁ ଦିଆଯାଇଥିବା ଏଫ୍‌ଆଇଆର୍‌ରେ ପରିବାର ଲୋକ ଦର୍ଶାଇଛନ୍ତି, ସୌମ୍ୟଙ୍କ ସମେତ ଆଉ ଜଣେ ଯୁବକକୁ ଭଲ ପାଉଥିଲା ଯୁବତୀ ଜଣକ। ଏକଥା ସୌମ୍ୟ ଜାଣିପାରି ତାକୁ ବାରଣ କରିଥିଲେ। ସେ ଝିଅ ମୋ ପୁଅକୁ ପ୍ରତାରଣା କରି ଧମକ ଦେଉଥିଲା। ମୁଁ(ଯୁବତୀ) ଏମିତି ଅନେକ ଯୁବକଙ୍କ ସହିତ ସମ୍ପର୍କ ରଖିବି ତୁ ମୋର କଣ କରିବୁ? ତୁ ମରିଯାଆ! ବୁଲି ଝିଅଟି କହିଥିବା ଏଫ୍‌ଆଇଆର୍‌ରେ ଲେଖାଯାଇଛି।

[caption id="attachment_712899" align="aligncenter" width="650"] ଆତ୍ମହତ୍ୟା କରିଥିବା ଯୁବକ ସୌମ୍ୟ ଓ ତାଙ୍କ ପ୍ରେମିକା(ଫାଇଲ ଫଟୋ)[/caption]

ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୁମ୍ୱାଇରେ ମଡେଲିଂ କରୁଥିଲେ। ମାତ୍ର ମହାମାରୀ କରୋନା ପାଇଁ ଘରକୁ ଫେରି ଆସିଥିଲେ। ସେ ନନ୍ଦନ ବିହାର ପ୍ଲଟ୍‌ ନମ୍ୱର LIG 100ରେ ରହୁଥିଲେ। ଭୁବନେଶ୍ୱରରେ ରହଣୀ ସମୟରେ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମ କାହାଣୀ ଦୁଇ ପରିବାର ଲୋକ ଜାଣିଥିଲେ। ଏପରିକି ବାହାଘର କରିବା ପାଇଁ ସ୍ଥିର ମଧ୍ୟ ହୋଇଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ଏହା ସତ୍ତ୍ୱେ ସୌମ୍ୟ ଆତ୍ମହତ୍ୟା କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ପାରୁନାହିଁ। ଏପରିକି ସୌମ୍ୟଙ୍କ ପ୍ରେମିକାଙ୍କୁ ପୁଲିସ୍‌ ଜେରା କରିନଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିବାର ଲୋକ।

Related story