ଚାଷୀକୁ ଚାଷ ଜମିରେ ଦଳିଦେଲା ଦନ୍ତା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା। ଆଜି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଲଦା ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣଙ୍କ ପରଜଙ୍ଗ ଥାନା କଲଦା ଗାଁର ରମେଶ ଚନ୍ଦ୍ର ସାହୁ। ସେ ଆଜି ସକାଳୁ ଗାଁ ପାଖ ମୁଣ୍ଡାନାଳୀ ନିକଟରେ ଧାନ ବିଲରେ ନଡ଼ା ଭିଡୁଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକମାନେ ରମେଶଙ୍କ ଚିତ୍କାର ଶୁଣି ତାଙ୍କୁ ଧାନ ବିଲରୁ […]

death

  • Published: Sunday, 25 December 2022
  • , Updated: 25 December 2022, 04:49 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା। ଆଜି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଲଦା ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣଙ୍କ ପରଜଙ୍ଗ ଥାନା କଲଦା ଗାଁର ରମେଶ ଚନ୍ଦ୍ର ସାହୁ। ସେ ଆଜି ସକାଳୁ ଗାଁ ପାଖ ମୁଣ୍ଡାନାଳୀ ନିକଟରେ ଧାନ ବିଲରେ ନଡ଼ା ଭିଡୁଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ।

ସ୍ଥାନୀୟ ଲୋକମାନେ ରମେଶଙ୍କ ଚିତ୍କାର ଶୁଣି ତାଙ୍କୁ ଧାନ ବିଲରୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ପରଜଙ୍ଗ ମେଡ଼ିକାଲ ପରିସରରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।

ତେବେ ଏହି ଅଞ୍ଚଳରେ ୬୦ ଟିକିଆ ହାତୀ ପଲ ପଶି ଚାଷ ନଷ୍ଟ କରୁଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଞ୍ଚଳବାସୀ। ଗତ କିଛି ଦିନ ମଧ୍ୟରେ ପରଜଙ୍ଗର ଆଖ ପାଖ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ତୁରନ୍ତ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ହାତୀମାନଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Related story