ଶାଳବଣ ଛକରୁ ୩ ଲକ୍ଷ ଟଙ୍କାର ମଦ ଜବତ

କେନ୍ଦୁଝର (ଓଡ଼ିଶା ରିପୋର୍ଟର ): ହୋଲି ପୂର୍ବରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ମଦ ଜବତ କରିଛି ପୁଲିସ।  ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ  ସୋମବାର ରାତିରେ ଆନନ୍ଦପୁର ଶାଳବଣ ଛକରୁ ୩ ଲକ୍ଷ ୫୦ ହଜାର ଟଙ୍କାର ମଦ ଜବତ କରିବା ସହ ପୁଲିସ ୪ ଜଣଙ୍କୁ ଗିରଫ କରିଛି।  ଗିରଫ ମଦ ବେପାରୀ ହେଲେ ଫକୀରପୁରର କୀର୍ତ୍ତନ ଜେନା, ଅଭିମନ୍ୟୁ ଜେନା ଓ ଶାଳବଣିର ବ୍ରହ୍ମାନନ୍ଦ ବାରିକ ଓ ଭିକାରୀ ଦାସ।  ସେପଟେ ନନ୍ଦିପଡ଼ା ଥାନାର ବାହାରିପୁର ଗାଁରେ ଚଢ଼ାଉ କରି ପୁଲିସ ୬ ପେଟି ବିଦେଶୀ ମଦ ସମେତ ୫୦ ଲିଟର ଦେଶୀ ମଦ ଜବତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।