ନଭେମ୍ବର ୧୩ରୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୩ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଓ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୧୩ ତାରିଖରେ ଅଧିବେଶନ ଆରମ୍ଭ ହେବା ସହ ସେହି ଦିନ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଅତିରିକ୍ତ ବଜେଟ୍ ଉପରେ […]

Manoranjan Sial
  • Published: Thursday, 24 October 2019
  • , Updated: 24 October 2019, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୧୩ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଓ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।

ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୧୩ ତାରିଖରେ ଅଧିବେଶନ ଆରମ୍ଭ ହେବା ସହ ସେହି ଦିନ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଅତିରିକ୍ତ ବଜେଟ୍ ଉପରେ ନଭେମ୍ବର ୨୦, ୨୧,୨୨ରେ ଆଲୋଚନା ପରେ ୨୫ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆସିବ।

ସାଧାରଣତଃ ଶୀତ ଅଧିବେଶନ ଖୁବ୍ କମ୍ ଦିନ ପାଇଁ ବସୁଥିବାବେଳେ ଚଳିତଥର ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବାପରେ ବି ୨୦ଦିନ ଗୃହ ଚାଲିବା ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବା ବେଶ୍ ଗୁରୁତ୍ୱ ବହନ କରୁଛି। ନଭେମ୍ବର ୨୬ରୁ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ୧୬ଟି ସରକାରୀ କାର୍ଯ୍ୟଦିବସ ଥିବାବେଳେ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି।

Related story