ହାତ ଧରାଧରି ହୋଇ ଚାଲିଗଲେ ମାଆ ପୁଅ

ବାସୁଦେବପୁର (କିରିଟି ଦାସ): ପୁଅ ଚିତ୍କାର ଶୁଣି ଧାଇଁ ଯାଇଥିଲେ ମାଆ। ହେଲେ ମାଆର ମମତା ବୁଝି ପାରିଲାନି ଅଦୃଶ୍ୟ ଶକ୍ତି। ପୁଅ ସହିତ ମାଆ ମଧ୍ୟ ଚାଲିଗଲେ ଅଫେରା ରାଇଜକୁ। ଏବେ ଶୋକରେ ବୁଡ଼ିଛି ଗାଁ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ଅଞ୍ଚଳରେ ଘଟିଛି। କସିଆ ସାମୁଦ୍ରିକ ଥାନା ସାନକୃଷ୍ଣପୁର ଗାଁ ଲକ୍ଷ୍ମୀମଣୀ ନାୟକ ଘଷି ତିଆରି ପାଇଁ ଗୋବରରେ ଟୁଲୁ ପମ୍ପରେ ପାଣି ଦେଉଥିଲେ। ତେବେ ଠିକ୍‌ ପାଣି ମୋଟର […]

Mother-and-son

Mother-and-son

Manoranjan Sial
  • Published: Friday, 15 April 2022
  • Updated: 15 April 2022, 09:18 PM IST

Sports

Latest News

ବାସୁଦେବପୁର (କିରିଟି ଦାସ): ପୁଅ ଚିତ୍କାର ଶୁଣି ଧାଇଁ ଯାଇଥିଲେ ମାଆ। ହେଲେ ମାଆର ମମତା ବୁଝି ପାରିଲାନି ଅଦୃଶ୍ୟ ଶକ୍ତି। ପୁଅ ସହିତ ମାଆ ମଧ୍ୟ ଚାଲିଗଲେ ଅଫେରା ରାଇଜକୁ। ଏବେ ଶୋକରେ ବୁଡ଼ିଛି ଗାଁ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ଅଞ୍ଚଳରେ ଘଟିଛି।

କସିଆ ସାମୁଦ୍ରିକ ଥାନା ସାନକୃଷ୍ଣପୁର ଗାଁ ଲକ୍ଷ୍ମୀମଣୀ ନାୟକ ଘଷି ତିଆରି ପାଇଁ ଗୋବରରେ ଟୁଲୁ ପମ୍ପରେ ପାଣି ଦେଉଥିଲେ। ତେବେ ଠିକ୍‌ ପାଣି ମୋଟର ହଠାତ ବନ୍ଦ ହୋଇଯାଇଥିଲା। ଲକ୍ଷ୍ମୀଙ୍କ ପୁଅ ସପନ(୧୪) ପାଣି ମୋଟର ତାରକୁ ଛୁଇଁ ଦେଇଥିଲେ। ଯାହା ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଚିତ୍କାର ଶୁଣି ପୁଅକୁ ଉଦ୍ଧାର କରିବା ପାଇଁ ମାଆ ଧାଇଁ ଆସିଥିଲେ।

ପୁଅକୁ ଉଦ୍ଧାର କରୁଥିଲା ବେଳେ ମାଆ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଉଭୟ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos