କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କୋର୍ଟ ପରିସରରେ ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ଘଟଣାଟି ଘଟିଛି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ। ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲା ରେଗିଡ଼ି ଅଞ୍ଚଳର ବୋଲି ଜଣାଯାଇଛି। ଆଜି ସକାଳେ ମହିଳା ଜଣଙ୍କ ଏସଡିଜେଏମ୍ କୋର୍ଟ ପରିସର ଭିତରକୁ ଚାଲିଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଦେବାକୁ ପ୍ରୟାସ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମହିଳାଙ୍କୁ କାବୁ କରିଥିଲେ। ପରେ ମହିଳାଙ୍କ ହାତରୁ […]

court

  • Published: Friday, 02 December 2022
  • , Updated: 02 December 2022, 02:07 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କୋର୍ଟ ପରିସରରେ ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ଘଟଣାଟି ଘଟିଛି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ପରିସରରେ। ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲା ରେଗିଡ଼ି ଅଞ୍ଚଳର ବୋଲି ଜଣାଯାଇଛି।

ଆଜି ସକାଳେ ମହିଳା ଜଣଙ୍କ ଏସଡିଜେଏମ୍ କୋର୍ଟ ପରିସର ଭିତରକୁ ଚାଲିଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଦେବାକୁ ପ୍ରୟାସ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମହିଳାଙ୍କୁ କାବୁ କରିଥିଲେ। ପରେ ମହିଳାଙ୍କ ହାତରୁ କିରୋସିନ ବୋତଲ ଛଡ଼ାଇ ନେଇଥିଲେ। ପରେ ମହିଳାଙ୍କୁ ଥାନାକୁ ନିଆଯାଇଥିଲା।

ମହିଳା ଜଣଙ୍କ କାହିଁକି କୋର୍ଟ ପରିସରରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କଲେ ସେ ସମ୍ପର୍କରେ ଜଣାପଡ଼ିନାହିଁ।  ପୂର୍ବରୁ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ  ଗିରଫ କରିଥିଲା ପୁଲିସ।  ଅଭିଯୁକ୍ତ  ଜଣଙ୍କ ଏବେ ଜେଲରେ ଅଛନ୍ତି।  ହେଲେ ଅଭିଯୁକ୍ତଙ୍କ ପରିବାର ଲୋକେ ଉକ୍ତ ମହିଳାଙ୍କୁ ଧମକଚମକ ଦେଉଥିବା ସୂଚନା ମିଳିଛି। ସେଥିପାଇଁ ମହିଳା ଜଣଙ୍କ ଆତ୍ମହୂତି କଲେ ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ।  ଗଞ୍ଜାମ ଏସ୍‌ପି ଘଟଣାର ତଦନ୍ତର ପାଇଁ ନିର୍ଦ୍ଦେଶ  ଦେଇଛନ୍ତି।

 

Related story