ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ରର ପୁଣେର ଭଗତ ସିଂହ ଚୌକ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଓଡ଼ିଆ ମହିଳା ତାଙ୍କ ଦୁଇ ଛୁଆଙ୍କ ଆଗରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ରଶ୍ମିତା ଦାସ। ତାଙ୍କ ଘର କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ। ତାଙ୍କର ଏକ ୬ ବର୍ଷର ଝିଅ ଓ ଏକ ୧୦ ମାସର ପୁଅ ଅଛନ୍ତି।
ସୂଚନା ଅନୁଯାୟୀ, ରଶ୍ମିତାଙ୍କ ସ୍ୱାମୀ ରାଜେନ୍ଦ୍ର ପୁଣେର ଏକ ଘରୋଇ କଂପାନୀରେ ମ୍ୟାନେଜର ଭାବେ କାମ କରନ୍ତି। ତେବେ ବର୍ଷେ ହେଲା ରାଜେନ୍ଦ୍ର ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି। ଏଥିସହ ସେ ତାଙ୍କର ୬ ବର୍ଷର ଝିଅ ହାତରେ ୧୦ ମାସର ପୁଅର ଦାୟିତ୍ୱ ଦେଇ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ରେ ଲେଖିଥିବା କୁହାଯାଇଛି।
ଏନେଇ ରଶ୍ମିତାଙ୍କ ଭାଇ ସଙ୍ଗବୀ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Miscellaneous
ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହାରି ଭିତରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।