ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଯେଉଁ ଝିଅକୁ ଭଲ ପାଉଥିଲା, ସେହି ଝିଅକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା। ସାଙ୍ଗମାନେ ଫେରାର ହୋଇଯାଇଥିବା ବେଳେ ସେ ପଡ଼ିଛି ପୁଲିସ୍ ଫାଶରେ। ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଳକ୍ ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ।
ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ପ୍ରେମିକର ନାଁ ହେଉଛି କାଳିଆ ମହାକୁଳ।
ଅଭିଯୋଗ ଅନୁଯାୟୀ, ଗତ ୩୦ ତାରିଖ ରାତିରେ କାଳିଆଙ୍କ ପ୍ରେମିକା ପରିସ୍ରା କରିବାକୁ ବାହାରକୁ ଆସିଥିଲେ। ଏହି ସମୟରେ ପୂର୍ବରୁ ଛପି ରହିଥିବା କାଳିଆ ଓ ତାଙ୍କର ଦୁଇ ସାଙ୍ଗ ତାଙ୍କୁ ପାଖ ଜଙ୍ଗଲକୁ ଉଠାଇ ନେଇଥିଲେ ଓ ଦୁଷ୍କର୍ମ କରିଥିଲେ।
ଯୁବତୀ ଜଣଙ୍କ ଏନେଇ ପାଲଲହଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। କାଳିଆକୁ ଅଟକ ରଖି ପଚରାଉଚରା କରାଯାଉଛି। ଯୁବତୀଙ୍କ ଡାକ୍ତରୀମାଇନା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜିରୋ ନାଇଟ୍ ସେଲିବ୍ରେଶନ ବେଳେ ଛୁରା ମାଡ଼; ୪ ଗୁରୁତର
ଧୁମଧାମରେ ଚାଲିଥିଲା ଜିରୋ ନାଇଟ୍ ସେଲିବ୍ରେଶନ । ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼ । ଏପରି ମରଣାତ୍ମକ ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି।
Crime
ବିଦାୟୀ ବର୍ଷରେ ଭିଜିଲାନ୍ସ ଜାଲରେ ୧୮୧ ବାବୁ, ୨୫ ଚାକିରିରୁ ବହିଷ୍କୃତ
ବିଦାୟୀ ବର୍ଷରେ ୧୮୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ । କେବଳ ସରକାରୀ ବାବୁ ନୁହନ୍ତି ସେମାନଙ୍କ ସହଯୋଗୀଙ୍କୁ ବାନ୍ଧିବା ସହ ସେମାନଙ୍କ ନାଁରେ ରୁଜୁ ହୋଇଛି ୨ଶହରୁ ଅଧିକ ମାମଲା ।
Crime
ବୈତରଣୀ ନଦୀକୁ ଡେଇଁ ପଡ଼ିଲେ ଦୋକାନୀ, ଭାସୁଛି ମୃତଦେହ
ଗତ ରାତି ୧୧ଟା ବେଳେ ସେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିଲେ ।
Crime
ଫସଲ ହାନୀ ଯୋଗୁ ଉଜୁଡ଼ିଗଲା ସଂସାର; ଜୀବନ ହାରିଲେ ଚାଷୀ
ଏଥରର ଅଦିନିଆ ବର୍ଷା କେବଳ ଯେ ବିଲରୁ ଫସଲ ଧୋଇ ନେଇଛି ତାହା ନୁହେଁ, ଏହା ବହୁ ପରିବାରର ହସଖୁସି ବି ଧୋଇ ନେଇଛି। ଫସଲ ହାନୀ ପାଇଁ ପୁଣି ଥରେ ଉଜୁଡ଼ି ଯାଇଛି ଆଉ ଏକ ସଂସାର।
Crime
ଗଚ୍ଛିତ ଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍ ଧାନ, ସିଲ୍ କଲା ଯୋଗାଣ ବିଭାଗ
କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା।