ଧରାପଡ଼ିଲେ ରାଜଧାନୀରେ ବ୍ରାଉନ୍‌ସୁଗର ବିକୁଥିବା ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଛି ଜଣେ ମହିଳା ବ୍ରାଉନସୁଗର ବେପାରୀ। ଏହି ମାମଲାରେ କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍‌ସନ୍‌ ଟିମ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଜଣେ ମହିଳାଙ୍କୁ ଗିରଫ କରିଛି। ବ୍ରାଉନସୁଗାର କାରବାରର ହବ୍‌ ଭାବେ ଜଣାଶୁଣା ହଳଦିପଡ଼ିଆରୁ ପୁଲିସ ୧୯ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ପୁଲିସ ଗିରଫ କରିଥିବା ମହିଳାଙ୍କ ନାଁ ହେଉଛି କୁନିଂ […]

brownsugar

Manoranjan Sial
  • Published: Friday, 14 June 2019
  • , Updated: 14 June 2019, 07:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଛି ଜଣେ ମହିଳା ବ୍ରାଉନସୁଗର ବେପାରୀ। ଏହି ମାମଲାରେ କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍‌ସନ୍‌ ଟିମ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଜଣେ ମହିଳାଙ୍କୁ ଗିରଫ କରିଛି। ବ୍ରାଉନସୁଗାର କାରବାରର ହବ୍‌ ଭାବେ ଜଣାଶୁଣା ହଳଦିପଡ଼ିଆରୁ ପୁଲିସ ୧୯ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ।

ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ପୁଲିସ ଗିରଫ କରିଥିବା ମହିଳାଙ୍କ ନାଁ ହେଉଛି କୁନିଂ ସିଂହ। ତାଙ୍କ ଘର ହଳଦିପଡ଼ିଆରେ। ତାଙ୍କ ନିକଟରୁ ପୁଲିସ ନଗଦ ୯୦୦ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଏହି କାରବାରରେ କେବଳ କୁନି ନୁହନ୍ତି, ତାଙ୍କ ଭଳି ଏକାଧିକ ମହିଳା ଓ ଯୁବତୀ ସାମିଲ୍‌ ଥିବା ଜଣାପଡ଼ିଛି। ବାଲେଶ୍ୱର, ଜଳେଶ୍ୱର, କୋଲକତା ଆଦି ସ୍ଥାନରୁ ବ୍ରାଉନସୁଗର ଆଣି ଏଠି ବିକ୍ରି କରାଯାଏ ବୋଲି ପୁଲିସ ଜାଣିବାକୁ ପାଇଛି।

Related story