ସାଦା ପୋଷାକରେ ଥିବା ମହିଳା କନଷ୍ଟେବଲ୍‌ଙ୍କଠାରୁ ଲୁଟ୍‌ ଉଦ୍ୟମ କରି ଛେଚା ଖାଇଲେ

କଟକ (ଓଡ଼ିଶା ରିପୋର୍ଟର): ବଜାର ସାରା ଘୁରି ବୁଲୁଥିଲା ଲୁଟେରା। କାହାଠାରେ ହାତ ମାରିବ ସେ କଥା ଭାବୁଥିଲା। ସେହି ସମୟରେ ଜଣେ ମହିଳାଙ୍କ ଉପରେ ତା’ର ନଜର ପଡ଼ିଥିଲା। ସେ ପିନ୍ଧିଥିବା ସୁନା ଚେନ୍‌ ଉପରେ ତାର ନଜର ପଡ଼ିଲା। ମଉକା ପାଇ ଚେନ୍‌କୁ ଝାମ୍ପି ନେବାକୁ ହାତ ପକାଇଲା। ତେବେ ସମୟ ତ ସବୁବେଳେ ସମାନ ନଥାଏ। ସେ କି ଜାଣିଥିଲେ, ଉକ୍ତ ମହିଳା ଜଣଙ୍କ ଜଣେ ପୁଲିସ୍ କନଷ୍ଟେବଲ୍‌ ବୋଲି। ସେ ଯେମିତି […]

loot,,0000

Tapaswini Nayak
  • Published: Monday, 29 July 2019
  • , Updated: 29 July 2019, 02:47 PM IST

କଟକ (ଓଡ଼ିଶା ରିପୋର୍ଟର): ବଜାର ସାରା ଘୁରି ବୁଲୁଥିଲା ଲୁଟେରା। କାହାଠାରେ ହାତ ମାରିବ ସେ କଥା ଭାବୁଥିଲା। ସେହି ସମୟରେ ଜଣେ ମହିଳାଙ୍କ ଉପରେ ତା’ର ନଜର ପଡ଼ିଥିଲା। ସେ ପିନ୍ଧିଥିବା ସୁନା ଚେନ୍‌ ଉପରେ ତାର ନଜର ପଡ଼ିଲା। ମଉକା ପାଇ ଚେନ୍‌କୁ ଝାମ୍ପି ନେବାକୁ ହାତ ପକାଇଲା। ତେବେ ସମୟ ତ ସବୁବେଳେ ସମାନ ନଥାଏ। ସେ କି ଜାଣିଥିଲେ, ଉକ୍ତ ମହିଳା ଜଣଙ୍କ ଜଣେ ପୁଲିସ୍ କନଷ୍ଟେବଲ୍‌ ବୋଲି। ସେ ଯେମିତି ହାତ ପକାଇଛି ପୁଲିସ୍ କନଷ୍ଟେବଲ୍‌ ତାକୁ ଧରିପକାଇଲେ ଓ ବହେ ଛେଚିଲେ। ଆଖପାଖରେ ଥିବା ଲୋକେ ବି ଜାଣି ନଥିଲେ ସେ ପୁଲିସ୍ ବୋଲି। ହେଲେ ପରେ ଜଣାପଡ଼ିଥିଲା ସେ ଜଣେ ପୁଲିସ୍ କର୍ମଚାରୀ। ଏ ଘଟଣା ଘଟିଛି ଯୋବ୍ରା ରୋଡ୍‌ରେ।

କଟକ ମାଲଗୋଦାମ ଥାନାର ନିଯୁକ୍ତ ଏହି ମହିଳା କନଷ୍ଟେବଲ୍‌ ଜଣଙ୍କ ଆଜି ଥାନାକୁ ଯାଉଥିବା ବେଳେ ଏ ଘଟଣା ଘଟିଥିଲା। ଲୁଟେରା ତାଙ୍କ ଚେନ୍‌ ଲୁଟିବାକୁ ଉଦ୍ୟମ କଲା ବେଳେ ସେ ତାକୁ ମାଡ଼ି ବସିଥିଲେ ଓ ମାଡ଼ ମାରିଥିଲେ। ପରେ ପରେ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ଲୁଟେରାକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ତା’ପରେ ତାକୁ ପୁଲିସ୍ ଜିମା ଦିଆଯାଇଥିଲା।

Related story