ପୁଲିସ୍‌ ସାମନାରେ ହାଣିଦେଲେ ବାପପୁଅ; ନ୍ୟାୟ ପାଇଁ ନେହୁରା ହେଉଛନ୍ତି ମହିଳା

ଖୋର୍ଦ୍ଧା(ବଳରାମ ଲେଙ୍କା): ପୁଲିସ୍‌ ଉପସ୍ଥିତିରେ ମହିଳାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ଅଭିଯୁକ୍ତ ବାପପୁଅଙ୍କ ଚୋଟରେ ଗୁରୁତର ମହିଳା ୨ ମାସ ହେଲା ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ପୁଲିସ୍‌ ଆଖି ଆଗରେ ସବୁ ଘଟିଥିଲେ ବି ପୁଲିସ୍‌ ସାଜିଛି ନୀରବଦ୍ରଷ୍ଟା। ନ୍ୟାୟ ପାଇଁ ମହିଳା ଜଣକ ବାରମ୍ବାର ଇନ୍ସପେକ୍ଟରଙ୍କଠାରୁ ଆରମ୍ଭ କରି ଏସ୍‌ପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହେବା ସତ୍ତ୍ୱେ ପୁଲିସ୍‌ ନିଦ ଭାଙ୍ଗୁନି। ଅଭିଯୁକ୍ତ ବାପପୁଅ ଦ୍ୱୟ ବାହାରେ ଖୁଲମଖୁଲା ବୁଲୁଥିବା ବେଳେ […]

attack

attack

Niharika Rout
  • Published: Wednesday, 07 September 2022
  • Updated: 07 September 2022, 02:54 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ପୁଲିସ୍‌ ଉପସ୍ଥିତିରେ ମହିଳାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ଅଭିଯୁକ୍ତ ବାପପୁଅଙ୍କ ଚୋଟରେ ଗୁରୁତର ମହିଳା ୨ ମାସ ହେଲା ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ପୁଲିସ୍‌ ଆଖି ଆଗରେ ସବୁ ଘଟିଥିଲେ ବି ପୁଲିସ୍‌ ସାଜିଛି ନୀରବଦ୍ରଷ୍ଟା। ନ୍ୟାୟ ପାଇଁ ମହିଳା ଜଣକ ବାରମ୍ବାର ଇନ୍ସପେକ୍ଟରଙ୍କଠାରୁ ଆରମ୍ଭ କରି ଏସ୍‌ପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହେବା ସତ୍ତ୍ୱେ ପୁଲିସ୍‌ ନିଦ ଭାଙ୍ଗୁନି। ଅଭିଯୁକ୍ତ ବାପପୁଅ ଦ୍ୱୟ ବାହାରେ ଖୁଲମଖୁଲା ବୁଲୁଥିବା ବେଳେ ଶାରୀରିକ ସହ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମହିଳା ଜଣକ। ପୁଲିସ୍‌ ତୁରନ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ ନ କଲେ ଥାନା ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ମହିଳା ଜଣକ।

ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତା ଜଣକ ହେଲେ ତପସ୍ୱିନୀ ଦାସ। ଅଭିଯୁକ୍ତ ବାପପୁଅ ଦ୍ୱୟ ହେଲେ ମାନସ ଭଞ୍ଜ ଏବଂ ତାଙ୍କ ବାପା ପବିତ୍ର ଭଞ୍ଜ।

ସୂଚନା ଅନୁଯାୟୀ, ଟ୍ରାକ୍ଟରଟି ରୋଜାଲିନ ପରିଡ଼ାଙ୍କ ନାମରେ ଥିବା ବେଳେ ଲଗାତର ୧୮ ମାସ ଧରି କିସ୍ତି ଖିଲାପ ହୋଇଥିଲା। ଏହାପରେ ବ୍ୟାଙ୍କର ରିକଭରି ଅଫିସର ତପସ୍ୱିନୀ ଦାସ ବୋଲଗଡ଼ ପୁଲିସ ସହାୟତାରେ ଟ୍ରାକ୍ଟର ଜବତ କରିବାକୁ ଯାଇଥିଲେ। ପୁଲିସ ଉପସ୍ଥିତିରେ ହିଁ ଟ୍ରାକ୍ଟର ମାଲିକ ରୋଜାଲିନଙ୍କ ସ୍ୱାମୀ ମାନସ ଭଞ୍ଜ ଏବଂ ଶ୍ୱଶୁର ପବିତ୍ର ଭଞ୍ଜ ତାଙ୍କ ସହ ବଚସା ହୋଇଥିଲ। ଏହା ପରେ ମାରଣାସ୍ତ୍ର ସାହାଯ୍ୟରେ ଉତ୍ତ୍ୟକ୍ତ ବାପପୁଅ ତପସ୍ୱିନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଆହତ ତପସ୍ୱିନୀଙ୍କୁ ପ୍ରଥମେ ଏମ୍ସ ଓ ପରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ବେଡରେ ତପସ୍ୱିନୀ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଇତି ମଧ୍ୟରେ ନିଜ ଚାକିରି ମଧ୍ୟ ହରାଇ ସାରିଲେଣି। ଶାରୀରିକ ଯନ୍ତ୍ରଣା ସହ ମାନସିକ ଦୁଶ୍ଚିନ୍ତା ବି ବଢ଼ି ଚାଲିଛି। ମାତ୍ର ତାଙ୍କର ଏପରି ଅବସ୍ଥା କରିଥିବା ଅଭିଯୁକ୍ତ ଏବେବି ବାହାରେ ଖୁଲମଖୁଲା ବୁଲୁଛନ୍ତି।

ଏ ସମ୍ପର୍କରେ ତପସ୍ୱିନୀ ୨ ମାସ ତଳେ ବୋଲଗଡ ଥାନାରେ  ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ଚିକିତ୍ସିତ ଅବସ୍ଥାରେ ମଧ୍ୟ ସେ ବୋଲଗଡ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦେଖା କରିବା ସହିତ ଫୋନ ଯୋଗେ ବାରମ୍ବାର ନ୍ୟାୟ ପାଇଁ ନେହୁରା ହୋଇଥିଲେ। ମାତ୍ର ତାଙ୍କୁ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ତପସ୍ୱିନୀ।

କିଛିଦିନ ତଳେ ଖୋର୍ଦ୍ଧାର ଏସ୍‌ପିଙ୍କୁ ଦେଖାକରି ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ପୀଡିତା। ଆଜି ପୁଣିଥରେ ଏସ୍‌ପିଙ୍କୁ ସାକ୍ଷାତ କରିବାକୁ ଆସିଥିବାବେଳେ ନ୍ୟାୟ ନ ପାଇଲେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚରମ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story