ସ୍ୱାମୀଙ୍କ ଅଭିଯୋଗକୁ ଖଣ୍ଡନ କଲେ: କହିଲେ- ଡ୍ରାଇଭର ସହ ମୋର ସମ୍ପର୍କ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ସ୍ତ୍ରୀ ଓ ସୁପାରି ନେଇଥିବା ଅଭିଯୁକ୍ତକୁ ଖୋଜୁଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। କିନ୍ତୁ ସେପଟେ ଅଭିଯୁକ୍ତ ସ୍ତ୍ରୀ ସିଲ୍‌ସିଲା ବେହେରା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ ନାହିଁ। ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା କଥା ମଧ୍ୟ ମିଛ। ସିଲ୍‌ସିଲା ବେହେରା ଓଲଟା ଅଭିଯୋଗ କରିଛନ୍ତି, ଅନ୍ୟ ଝିଅଙ୍କ ସହିତ ସ୍ୱାମୀଙ୍କ ଖରାପ ସଂପର୍କ ଅଛି।  ପୁରୀରେ ରହିବା […]

BBSR

BBSR

Manoranjan Sial
  • Published: Friday, 22 April 2022
  • Updated: 22 April 2022, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ସ୍ତ୍ରୀ ଓ ସୁପାରି ନେଇଥିବା ଅଭିଯୁକ୍ତକୁ ଖୋଜୁଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। କିନ୍ତୁ ସେପଟେ ଅଭିଯୁକ୍ତ ସ୍ତ୍ରୀ ସିଲ୍‌ସିଲା ବେହେରା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ ନାହିଁ। ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା କଥା ମଧ୍ୟ ମିଛ।

ସିଲ୍‌ସିଲା ବେହେରା ଓଲଟା ଅଭିଯୋଗ କରିଛନ୍ତି, ଅନ୍ୟ ଝିଅଙ୍କ ସହିତ ସ୍ୱାମୀଙ୍କ ଖରାପ ସଂପର୍କ ଅଛି।  ପୁରୀରେ ରହିବା ବେଳେ ସ୍ୱାମୀଙ୍କ କାରନାମା ସଂପର୍କରେ ଥାନାରେ ଜଣାଇଥିଲେ ସିଲ୍‌ସିଲା କହିଛନ୍ତି। ସ୍ୱାମୀଙ୍କ ଅଭିଯୋଗକୁ ନେଇ ସେ କହିଛନ୍ତି, ପୁଲିସ ଠିକରେ ତଦନ୍ତ କରିନାହିଁ। ତେଣୁ କୋର୍ଟକୁ ଯିବି।

ସେପଟେ ସିଲ୍‌ସିଲା ବେହେରାଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ସୁନ୍ଦରପଦାର ଯେଉଁ ଆପାର୍ଟମେଣ୍ଟରୁ ଅଭିଯୁକ୍ତ ପ୍ରେମିକ ଅଶୋକ ସାହୁ ଗିରଫ ହୋଇଥିଲେ, ସେହି ଆପାର୍ଟମେଣ୍ଟର ସଂପାଦକ କହିଛନ୍ତି, ଏହି ଅଞ୍ଚଳରେ ଅଶୋକକୁ ନିଜ ସ୍ୱାମୀ ବୋଲି ପରିଚୟ ଦେଉଥିଲେ ସିଲ୍‌ସିଲା। ନିଜର ନାଁ ବଦଳାଇ ମାସେ ହେଲା ଏହି ଆପାର୍ଟମେଣ୍ଟରେ ରହୁଥିଲେ।

ସେପଟେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଅଭିଯୁକ୍ତ ସ୍ତ୍ରୀ ଓ ସୁପାରି କିଲର ଧରାପଡ଼ିବା ପରେ ସତ ସାମ୍ନାକୁ ଆସିବ। ମଞ୍ଚେଶ୍ୱର ରେଲୱେ ଓ୍ୱାର୍କସପ୍‌ରେ କାମ କରୁଥିବା ସେକ୍ସନ ଇଞ୍ଜିନିୟର ବିନାୟକ ବେହେରା ଅଭିଯୋଗ କରିଥିଲେ। ତାଙ୍କ ସ୍ତ୍ରୀ ଓ ଡ୍ରାଇଭର ମଧ୍ୟରେ ପରକୀୟା ପ୍ରୀତି ରହିଛି। ତାଙ୍କୁ ରାସ୍ତାରୁ ହଟାଇବାକୁ ଲକ୍ଷେ ଟଙ୍କାର ସୁପାରି ଦିଆଯାଇଥିଲା। ସୁପାରି କିଲର ଆକ୍ରମଣରେ ଆହତ ହୋଇଥିବା କଥା ମଧ୍ୟ କହିଥିଲେ ବିନାୟକ। ଗତ ବୁଧବାର ଡ୍ରାଇଭର ଅଶୋକ ସାହୁକୁ ଗିରଫ କରିଥିଲା ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos