ଦିଦି ଶୁଣିଲେନି: ମେଡିକାଲ କ୍ୟାଣ୍ଟିନ୍‌ ଆଗରେ ପିଲା ଜନ୍ମ ଦେଲେ ମହିଳା

Ordigital Desk
  • Published: Friday, 15 December 2017
  • , Updated: 15 December 2017, 01:24 PM IST
<p>କୋରାପୁଟ: ପୁଣି ଜନନୀ ଯନ୍ତ୍ରଣା। ଡାକ୍ତରଖାନା ନିକଟରେ ଥାଇ ମଧ୍ୟ ଡାକ୍ତରଖାନା ବାହାରେ ପ୍ରସବ କଲେ ମହିଳା। ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ଯାନିଗୁଡ଼ାର ଏହି ପ୍ରସୂତୀଙ୍କ ସ୍ୱାମୀ ଜ୍ୱରରେ ପୀଡ଼ିତ ଥିବାରୁ ମେଡିକାଲକୁ ଦେଖା କରିବାକୁ ଆସିଥିଲେ। ସେହି ସମୟରେ ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ ସେ ମେଡିକାଲରେ ଥିବା ଜଣେ ଷ୍ଟାଫ୍&zwnj; ନର୍ସଙ୍କୁ ଜଣାଇଥିଲେ। ନର୍ସ ତାଙ୍କୁ ତାଙ୍କର ଚିକିତ୍ସାର ସମସ୍ତ କାଗଜପତ୍ର ଦେଖାଇବାକୁ କହିଥିଲେ। ମହିଳା ଏହି ସବୁ କାଗଜ ପତ୍ର ଦେଖାଇ ପାରି ନଥିଲେ।</p> <p>ସେ ବାହାରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳେ ଅସହାୟ ଅବସ୍ଥାରେ ମେଡିକାଲ କଲେଜ କ୍ୟାଣ୍ଟିନ ପାଖରେ ପ୍ରସବ କରିଛନ୍ତି।</p> <p>&amp;nbsp;</p>

Related story