ଦୁନିଆ ଦେଖିବା ପୂର୍ବରୁ ମାରିଦେଲେ, ମାଆକୁ ବି ଛାଡ଼ିଲେନି!

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ “ବେଟି ବଚାଓ, ବେଟି ପଢ଼ାଓ” ନାରା ଦିଆଯାଉଛି। ଏହା ସତ୍ତ୍ୱେ ମାଆ ଓ ଗର୍ଭସ୍ଥ ଶିଶୁକନ୍ୟାଙ୍କୁ ମାରିଦିଆଯାଉଛି। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୬ ବର୍ଷ ତଳେ ପ୍ଲାଣ୍ଟସାଇଡ୍‌ ଥାନା ଗୋପବନ୍ଧୁପାଲ୍ଲୀ ଗାଁର ଶିବରାମ ସୋନକାରଙ୍କ ଝିଅ ରାଧା କୁମାରୀ ବନ୍ଧମୁଣ୍ଡା ଥାନା କୋଇଲା ଗେଟ୍‌ […]

rkl

rkl

Manoranjan Sial
  • Published: Tuesday, 11 February 2020
  • Updated: 11 February 2020, 04:44 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ “ବେଟି ବଚାଓ, ବେଟି ପଢ଼ାଓ” ନାରା ଦିଆଯାଉଛି। ଏହା ସତ୍ତ୍ୱେ ମାଆ ଓ ଗର୍ଭସ୍ଥ ଶିଶୁକନ୍ୟାଙ୍କୁ ମାରିଦିଆଯାଉଛି। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

୬ ବର୍ଷ ତଳେ ପ୍ଲାଣ୍ଟସାଇଡ୍‌ ଥାନା ଗୋପବନ୍ଧୁପାଲ୍ଲୀ ଗାଁର ଶିବରାମ ସୋନକାରଙ୍କ ଝିଅ ରାଧା କୁମାରୀ ବନ୍ଧମୁଣ୍ଡା ଥାନା କୋଇଲା ଗେଟ୍‌ ଅଞ୍ଚଳର ବିନୋଦ ସିଂଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା। ବିବାହ ପରେ ସେମାନଙ୍କ ସାଂସାରିକ ରଥ ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ ରାଧାଙ୍କ ଖୁସିର ସଂସାର ଉପରେ ପଡ଼ିଲା ଯୌତୁକ ରାକ୍ଷସର ଲୋଲୁପ ଆଖି।

ଯୌତୁକ ଆଣିବା ପାଇଁ ରାଧାଙ୍କ ଉପରେ ଚାପ ପକାଯାଇଥିଲେ ଶାଶୂ ଘର ଲୋକେ। ଯେଉଁଥିରେ ରାଧା ରାଜି ନହେବାରୁ ତାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ନିର୍ଯାତନା ଆରମ୍ଭ ହୋଇଥିଲା! ଏପରିକି ଶାଶୂଘର ଲୋକଙ୍କ ମାରପିଟ୍‌ରେ ଗର୍ଭପାତ ହୋଇଯାଇଥିବା ଅଭିଯୋଗ ହୋଇଛି। ଏତେ ନିର୍ଯାତନା ପରେ ମଧ୍ୟ ରାଧା ଶାଶୂଘର ଛାଡ଼ି ଯାଇନଥିଲେ। ଦୁଇ ବର୍ଷ ପରେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା। ଏହା ପରେ ମଧ୍ୟ ତାଙ୍କ ସଂସାର ସଜାଡ଼ି ନଥିଲା। ବାରମ୍ୱାର ଶାଶୂଘର ଲୋକେ ନିର୍ଯାତନା ଦେଉଥିଲେ। ଏହା ଭିତରେ ରାଧା ପୁଣି ଥରେ ଗର୍ଭବତୀ ହୋଇଥିଲେ।

ଶାଶୂଘର ଲୋକ ରାଧାକୁ ଅଲ୍‌ଟ୍ରାସାଉଣ୍ଡ କରିଥିଲେ। ଏହି ସମୟରେ ଜାଣିବାକୁ ପାଇଥିଲେ ରାଧାଙ୍କ ଗର୍ଭରେ କନ୍ୟା ସନ୍ତାନ ଅଛି। ଆଠ ମାସର ଗର୍ଭବତୀ ଥିବା ରାଧାକୁମାରୀଙ୍କୁ ମାଡ଼ ମାରି ଗତ ୧ ତାରିଖରେ ନିଆଁରେ ପୋଡ଼ି ମାରି ଦେଇଥିବା ଉଦ୍ୟମ କରିଥିଲେ ଶାଶୂଘର ଲୋକେ। ପରେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ରାଧାଙ୍କ ବାପା ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ମାମଲା ରୁଜୁ କରି ରାଧାକୁମାରୀଙ୍କ ସ୍ୱାମୀ ବିନୋଦ ସିଂ, ଶ୍ୱଶୁର ରାମକିର୍ତ୍ତି ସିଂ, ଦେଢଶୁର ଜୟ ମଙ୍ଗଲ ସିଂ ଓ ଯାଆ ମୁନି ଦେବୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos