କାନ୍ଥ ଭୁଶୁଡି ମାଆ ଓ ପୁଅ ମୃତ, ନାତି ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ରୁଗୁଡ଼ିପଡ଼ା ମ୍ୟୁନିସିପାଲଟି କଲୋନୀରେ କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜସ୍ମିତ ମାରକାମୀ (୪୫) ଏବଂ ତାଙ୍କ ପୁଅ ମିଟୁ ମାରକାମୀ (୧୦)। ବିଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜସ୍ମିତଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜସ୍ମିତଙ୍କ ନାତି (୬ ମାସ) ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ରୁଗୁଡ଼ିପଡ଼ା ମ୍ୟୁନିସିପାଲଟି କଲୋନୀରେ ଜସ୍ମିତ ଓ ତାଙ୍କ ପରିବାର ଏକ ମାଟି ଘରେ ଭଡ଼ାରେ ରହୁଥିଲେ। […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 02:48 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ରୁଗୁଡ଼ିପଡ଼ା ମ୍ୟୁନିସିପାଲଟି କଲୋନୀରେ କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜସ୍ମିତ ମାରକାମୀ (୪୫) ଏବଂ ତାଙ୍କ ପୁଅ ମିଟୁ ମାରକାମୀ (୧୦)। ବିଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜସ୍ମିତଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜସ୍ମିତଙ୍କ ନାତି (୬ ମାସ) ଗୁରୁତର ଆହତ ହୋଇଛନ୍ତି।

ବଲାଙ୍ଗିର ଜିଲ୍ଲା ରୁଗୁଡ଼ିପଡ଼ା ମ୍ୟୁନିସିପାଲଟି କଲୋନୀରେ ଜସ୍ମିତ ଓ ତାଙ୍କ ପରିବାର ଏକ ମାଟି ଘରେ ଭଡ଼ାରେ ରହୁଥିଲେ। ଶୋଇଥିବା ବେଳେ ଆଜି ସକାଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ଯିବାରୁ ମାଟି ତଳେ ଜସ୍ମିତ୍, ବିଟୁ  ଓ ୬ ମାସର ନାତି ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜସ୍ମିତ ଓ ୬ ମାସର ନାତିକୁ ଉଦ୍ଧାର କରି ନେଇଥିଲେ, ହେଲେ ବିଟୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା।

Related story