ମଦ ପିଇଲେ ୧୦୦୦ ଟଙ୍କା ଜୋରିମାନା

ରାୟଗଡ଼ା(ମନୋଜ ପାତ୍ର): ମଦ ପିଇଲେ ହଜାରେ ଟଙ୍କା ଜରିମାନା। ଏହାସହ ମଦୁଆଙ୍କୁ ଧରି ଥାନାରେ ଜିମା ଦିଆଯିବ। ମଦୁଆଙ୍କୁ ସାବାଡ କରିବା ପାଇଁ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି ରାୟଗଡ଼ା ଉପକଣ୍ଠ ଧୂମାଗୁଡା ଓ ମାରିଗୁଡା ଗାଁରେ। ମହିଳାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ସେମାନଙ୍କର ଜୋରିମାନା କରିବାର ଅଧିକାର ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଉପଜିଲ୍ଲାପାଳ। ରାୟଗଡା ଉପକଣ୍ଠ ଦେଇ ପ୍ରବାହିତ ହୋଇଛି ‘ନାଗାବଳୀ’ ନଦୀ। ଏହି ନଦୀ କୂଳରେ ରହିଛି ଧୂମାଗୁଡା ଓ ମାରିଗୁଡା […]

raigarda

Manoranjan Sial
  • Published: Wednesday, 27 November 2019
  • , Updated: 27 November 2019, 06:16 PM IST

ରାୟଗଡ଼ା(ମନୋଜ ପାତ୍ର): ମଦ ପିଇଲେ ହଜାରେ ଟଙ୍କା ଜରିମାନା। ଏହାସହ ମଦୁଆଙ୍କୁ ଧରି ଥାନାରେ ଜିମା ଦିଆଯିବ। ମଦୁଆଙ୍କୁ ସାବାଡ କରିବା ପାଇଁ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି ରାୟଗଡ଼ା ଉପକଣ୍ଠ ଧୂମାଗୁଡା ଓ ମାରିଗୁଡା ଗାଁରେ। ମହିଳାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ସେମାନଙ୍କର ଜୋରିମାନା କରିବାର ଅଧିକାର ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଉପଜିଲ୍ଲାପାଳ।

ରାୟଗଡା ଉପକଣ୍ଠ ଦେଇ ପ୍ରବାହିତ ହୋଇଛି ‘ନାଗାବଳୀ’ ନଦୀ। ଏହି ନଦୀ କୂଳରେ ରହିଛି ଧୂମାଗୁଡା ଓ ମାରିଗୁଡା ଗାଁ। ଦିନକୁ ଦିନ ଏହି ଅଞ୍ଚଳରେ ମଦୁଆଙ୍କ ପ୍ରଦୁର୍ଭାବ ବଢି ଚାଲିଛି। ରାୟଗଡା ସହର ସମେତ ବିଭିନ୍ନ ସ୍ଥାନରୁ ଆସୁଥିବା ମଦୁଆମାନେ ରାସ୍ତାକଡ଼ରେ ମଦ୍ୟପାନ କରୁଛନ୍ତି। ମଦ୍ୟପାନ ପରେ ବୋତଲ ଗୁଡ଼ିକୁ ଭାଙ୍ଗି ରାସ୍ତା ଘାଟ, ଜମିବାଡି ଓ ନଦୀ ଭିତରେ ଫିଙ୍ଗି ଦେଉଛନ୍ତି। ଫଳରେ ସ୍ଥାନୀୟ ଲୋକେ ନାନାଦି ସମସ୍ୟା ଭୋଗୁଛନ୍ତି। ଏପରିକି ମଦୁଆଙ୍କ ପ୍ରାଦୁର୍ଭାବ ଯୋଗୁଁ ମହିଳା ଓ ଝିଅ-ବୋହୂମାନେ ରାସ୍ତାରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି।

ମଦ୍ୟପଙ୍କ ପ୍ରଦୁର୍ଭାବରେ ଅତିଷ୍ଠ ହୋଇ ପଡ଼ିଛନ୍ତି ଏହି ଦୁଇ ଗାଁ ଲୋକେ। ଏହାର ପ୍ରତିକାର ପାଇଁ ଉଦ୍ୟମ କରିବା ସହ ମଦୁଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମହିଳା। ମଦ୍ୟପଙ୍କୁ ବୁଦ୍ଧି ଶିଖାଇବା ପାଇଁ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଏକତ୍ର ହୋଇଛନ୍ତି। ବୈଠକ କରି ମଦୁଆଙ୍କ ମୁକାବିଲା ପାଇଁ ଲୋକଙ୍କୁ ଏକଜୁଟ କରୁଛନ୍ତି। ମଦ୍ୟପଙ୍କୁ ଧରିଲେ ଏକ ହଜାର ଟଙ୍କା ଜୋରିମାନା କରିବା ସହିତ ପୁଲିସ‌ରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମହିଳାଙ୍କ ଏଭଳି ନିଷ୍ପତ୍ତକୁ ପ୍ରଶଂସା କରିଛନ୍ତି ପ୍ରଶାସନିକ ଅଧିକାରୀ। ଏହା ସରକାରଙ୍କ ନାରୀ ଶସକ୍ତିକରଣର ଉଦାହରଣ ବୋଲି କହିଥିବା ବେଳେ ଜୋରିମାନା କରିବା ପାଇଁ ସେମାନଙ୍କ ଅଧିକାର ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ।

 

Related story