ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ମାଡ଼

ପୁରୀ(ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଜଙ୍ଗଲି ନୂଆ ସାହିରେ । ସ୍ଥାନୀୟ ଅଞ୍ଚଳର ହାଡ଼ିଆ ଜେନା ନାମକ ବ୍ୟକ୍ତି ଓ ତାଙ୍କ ପରିବାର ଗାଁର ଜଣେ ମହିଳାଙ୍କୁ ନିର୍ଧୁମ୍ ପିଟିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ବିଚ୍ ରାସ୍ତା ଉପରେ ଉଲଗ୍ନ କରି ପିଟିଛନ୍ତି ଗାଁରେ ରହୁଥିବା ହାଡ଼ିଆ […]

sundargarh

sundargarh

Niharika Rout
  • Published: Tuesday, 18 February 2020
  • Updated: 18 February 2020, 12:58 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଜଙ୍ଗଲି ନୂଆ ସାହିରେ । ସ୍ଥାନୀୟ ଅଞ୍ଚଳର ହାଡ଼ିଆ ଜେନା ନାମକ ବ୍ୟକ୍ତି ଓ ତାଙ୍କ ପରିବାର ଗାଁର ଜଣେ ମହିଳାଙ୍କୁ ନିର୍ଧୁମ୍ ପିଟିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ବିଚ୍ ରାସ୍ତା ଉପରେ ଉଲଗ୍ନ କରି ପିଟିଛନ୍ତି ଗାଁରେ ରହୁଥିବା ହାଡ଼ିଆ ଜେନାଙ୍କ ପରିବାର ।

ସୂଚନା ଅନୁଯାୟୀ, ହାଡ଼ିଆଙ୍କ ଝିଅକୁ ଜ୍ୱର ହେଉଥିଲା । ଆଉ ଏଥିପାଇଁ ସମ୍ପୃକ୍ତ ମହିଳାଙ୍କୁ ଦାୟୀ କଲେ ତାଙ୍କ ପରିବାର ଲୋକେ।  ଗୁଣି ଗାରେଡ଼ି  ଯୋଗୁଁ ତାଙ୍କ ଝିଅକୁ ଜ୍ୱର ହୋଇଥିବା ସନ୍ଦେହ କରି ଗତ ୧୨ ତାରିଖରେ ଗାଁ ଭିତରେ ତାଙ୍କୁ ପିଟିଥିଲେ । ଏପରିକି ଜାଳିଦେବାକୁ ବି ଧମକ ଦେଇଥିଲେ।

ଘଟଣା ସମ୍ପର୍କରେ ମହିଳାଙ୍କ ପରିବାର ଲୋକେ ଗତ ୧୪ ତାରିଖଣେ ଥାନାରେ ଏତଲା ହୋଇଥିଲେ । ହେଲେ ହାଡ଼ିଆ ଜେନାଙ୍କ ପରିବାର ଆଗରେ ପୁଲିସ୍‌ ବି ପାଟି ଫିଟାଉ ପାରୁ ନ ଥିବା  ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସ୍ୱାମୀ । ଏନେଇ ସେମାନେ ମାନବାଧିକାର କମିଶନ୍ ଓ ମହିଳା କମିଶନରଙ୍କ ନିକଟରେ ଗୁହାରି କରିଛନ୍ତି । ଏବେ ଗୁରୁତର ଅବସ୍ଥାରେ ମହିଳା ଜଣକ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଦେହରେ ବହୁ ମାଡ଼ ଚିହ୍ନ ଥିବା ସହ ସେ ଶାରିରୀକ ଓ ମାନସିକ ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି ।

ଅପରପକ୍ଷେ ଗାଁକୁ ଫେରିଲେ ମାରିଦେବାକୁ ଧମକ ଦେଇଛନ୍ତି ଅଭିଯୁକ୍ତଙ୍କ ପରିବାର। ତେଣୁ ସେମାନେ ଗାଁକୁ ଫେରି ପାରୁ ନ ଥିବା ଜଣାଇଛନ୍ତି ପୀଡ଼ିତା ମହିଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos